ARTICLE AD BOX
ଆସାମର କାଜିରଙ୍ଗାରେ ଶୁକ୍ରବାର ଅପରାହ୍ଣରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ରୋଗାଜନ ଅଞ୍ଚଳରେ ଏକ ଟ୍ରକ୍ ଏବଂ ଯାତ୍ରୀମାନଙ୍କୁ ନେଇ ବାହାରିଥିବା ଟ୍ରାଭେଲର ମୁହାଁମୁହିଁ ଧକ୍କା ହୋଇଛି। ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨୦ରୁ ଅଧିକ ଲୋକଙ୍କର...
/sambad/media/media_files/2026/11/13/untitled-46-2026-11-13-17-16-44.jpeg)
ଗୁଆହାଟୀ: ଆସାମର କାଜିରଙ୍ଗାରେ ଶୁକ୍ରବାର ଅପରାହ୍ଣରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ରୋଗାଜନ ଅଞ୍ଚଳରେ ଏକ ଟ୍ରକ୍ ଏବଂ ଯାତ୍ରୀମାନଙ୍କୁ ନେଇ ବାହାରିଥିବା ଟ୍ରାଭେଲର ମୁହାଁମୁହିଁ ଧକ୍କା ହୋଇଛି। ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି। ମାତ୍ର ମୃତ୍ୟୁ ନେଇ ସରକାରୀ ସ୍ପଷ୍ଟୀକରଣ ମିଳି ନାହିଁ। ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଯାଇଛି। ପ୍ରତକ୍ଷ୍ୟଦର୍ଶୀଙ୍କ କହିବା ଅନୁସାରେ ଯାତ୍ରୀବାହନ ସଂପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଛି। ଅନେକ ଯାତ୍ରୀ ଗାଡ଼ି ଭିତରେ ଫସିଥିବା ଆଶଙ୍କା କରାଯାଉଛି।
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

52 minutes ago
2


