Accident: ଅଜଣା ଗାଡ଼ିକୁ ପଛରୁ ଧକ୍କାଦେଲା ପରିବା ବୋଝେଇ ଟ୍ରକ୍, ଚାଳକ ମୃତ

1 day ago 2
ARTICLE AD BOX

ସୋର: ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ଚଡ଼କମରା ପୋଲ ନିକଟରେ ଏକ ପରିବା ବୋଝେଇ ଗାଡ଼ି ଅନ୍ୟ ଏକ ଅଜଣା ଗାଡ଼ିକୁ ପଛରୁ ଧକ୍କାଦେବାରୁ ଘଟଣା ସ୍ଥଳରେ ଗାଡ଼ି ଚାଳକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତ ଚାଳକଙ୍କ ପ୍ରକୃତ ପରିଚୟ ମିଳିନ ଥିବା ବେଳେ ସେ ପଶ୍ଚିମବଙ୍ଗ ଅଞ୍ଚଳର ବୋଲି ଜଣାପଡ଼ିଛି। 

ସୂଚନା ମୁତାବକ; ଆଜି ଭୋର ସମୟରେ ଡବ୍ଲୁ ବି ୬୫ ଜେ ୯୨୧୬ ନମ୍ବର ବିଶିଷ୍ଟ ଏକ ଆଇଚର ଟ୍ରକ ପରିବା ବୋଝେଇ କରି ପଶ୍ଚିମବଙ୍ଗରୁ ଭୁବନେଶ୍ୱର ଅଭିମୁଖେ ଯାଉଥିଲା। ଏହି ସମୟରେ ଚଡ଼କମରା ପୋଲ ନିକଟରେ ଆଗରେ ଠିଆ ହୋଇଥିବା ଅନ୍ୟ ଏକ ଅଜଣା ଗାଡ଼ିକୁ ଧକ୍କା ଦେଇଥିଲା। ଅଜଣା ଗାଡ଼ିଟି ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ପରିବା ବୋଝେଇ ଗାଡ଼ିର ଚାଳକ ଗୁରୁତର ଆହତ ହୋଇଥିଲେ।

ଚାଳକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସୋର ଡ଼ାକ୍ତରଖାନାକୁ ଆଣିଥିଲେ ଏସଆଇ

ଖବର ପାଇ ଜାତୀୟ ରାଜପଥ ପେଟ୍ରୋଲିଂ ପୁଲିସ ଓ ସୋର ଥାନା ଏସଆଇ ପ୍ରୀତିଜିତ ମହାନ୍ତି ଘଟଣା ସ୍ଥଳରେ ପହଞ୍ଚି ଚାଳକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସୋର ଡ଼ାକ୍ତରଖାନାକୁ ଆଣିଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ଗାଡ଼ିକୁ ଜବତ କରି ଏକ ମାମଲା ରୁଜୁ କରିବା ସହିତ ଘଟଣାର ଅଧିକ ତଦନ୍ତ ଆରମ୍ଭ କରୁଥିବା ଜଣାପଡ଼ିଛି।

Woman: ଘରୋଇ କଳହକୁ ନେଇ ଜୀବନ ହାରିଲେ ମହିଳା

Read Entire Article
LEFT SIDEBAR AD

Hidden in mobile, Best for skyscrapers.