Accident Cover-Up ଚାପି ଦେଇଥିଲେ ନାବାଳକଙ୍କ ଦୁର୍ଘଟଣାଜନିତ ମୃତ୍ୟୁ, ୬ ଦିନ ପରେ ଶବକୁ ପୁଣି ଖୋଳି ବାହାରକଲେ

6 days ago 4
ARTICLE AD BOX

ରାଇରଙ୍ଗପୁର/ଗୋରୁମହିଷାଣୀ:ମୟୂରଭଞ୍ଜ ଜିଲ୍ଲାରେ ଘଟିଥିବା ଏକ ଦୁର୍ଘଟଣାରେ ଯେଉଁ ଭଳି କାରସାଦି କରି ୬ ଦିନ ମାମଲାକୁ ରଫାଦଫା କରିବାକୁ ଉଦ୍ୟମ କରାଯାଇଥିଲା, ସେଥିରୁ ପ୍ରାଶାସନିକ ବ୍ୟବସ୍ଥାର ଦୁର୍ନୀତିର ଚେର କେତେ ଗଭୀର ତାହା ପୁଣିଥରେ ପ୍ରମାଣିତ ହୋଇଛି। ଏକ ଦୁର୍ଘଟଣାରେ ଏକ ଗରିବ ପରିବାରର ନାବାଳକଙ୍କ ମୃତ୍ୟୁ ଘଟିଥିଲା। ମୃତ୍ୟୁକୁ କିଭଳି ମିଥ୍ୟାପ୍ରମାଣ, ଅର୍ଥର ପ୍ରଲୋଭନ ଦେଇ ଚାପିଦିଆଯାଇଥିଲା। କିନ୍ତୁ ମା’-ବାପାଙ୍କ ମନ ବୁଝିଲାନାହିଁ। ଶେଷରେ ନାବାଳକଙ୍କ ପିତା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁ କରି ଖୋଳତାଡ଼ ଆରମ୍ଭ କରିଛି। ୬ ଦିନ ପରେ ନାବାଳକଙ୍କ ଶବକୁ ମାଟିତଳୁ ଖୋଳି ବାହାର କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି। 

ବିଦ୍ୟୁତ୍‌ ତାର ଲାଗି ନାବାଳକ ମୃତ୍ୟୁ ମାମଲା, ଶକ୍ତି ସଚିବଙ୍କୁ ନୋଟିସ

୨୩ ଜୁଲାଇରେ ଟ୍ରାକ୍ଟର ଚପାରେ ମୟୂରଭଞ୍ଜ ଜିଲ୍ଲା ଗୋରୁମହିଷାଣୀ ଥାନା ଅଞ୍ଚଳ ଶୁଣ୍ଢଳ ଗ୍ରାମ କଲୋନୀ ସାହିର ସତ୍ୟଜିତ ବୈଠା (୧୩)ଙ୍କ ଗୁରୁତର ଆହତ ହୋଇଥିଲେ। ନାବାଳକଙ୍କୁ ନେଇ ଟ୍ରାକ୍ଟର ମାଲିକ ଓ ଚାଳକ ଗୋରୁମହିଷାଣୀ ଗୋଷ୍ଠୀ ସ୍ୱାସ୍ଥ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ଗଛରୁ ପଡି ଗୁରୁତର ହୋଇଛି ବୋଲି କହିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଟ୍ରାକ୍ଟର ମାଲିକ ହସ୍‌ପିଟାଲ୍‌ କର୍ତ୍ତୃପକ୍ଷଙ୍କୁ ହାତଗୁଞ୍ଜା ଦେଇ ଖବରକୁ ଟିକୁ ପୁଲିସକୁ ସୂଚିତ କରାଇବାରୁ ନିବୃତ୍ତ କରାଇଥିଲେ। ନାବାଳକଙ୍କ ଶବକୁ ତାଙ୍କ ପିତାମାତଙ୍କୁ ହସ୍ତାନ୍ତର କରିଥିଲେ। 

Minor death

ମୃତ ନାବାଳକ ମାଆଙ୍କ କହିବା ଅନୁସାରେ, ଟ୍ରାକ୍ଟର ମାଲିକ ଏବଂ ଡ୍ରାଇଭର ତାଙ୍କୁ ଭୟଭୀତ କରିଥିଲେ। ୪୦ ହଜାର ଟଙ୍କା ଦେଇ ଶବଟିକୁ ପୋତି ଦେବା ପାଇଁ କହିଥିଲେ । ସତ୍ୟଜିତଙ୍କ ପିତା ଭଗବାନ  ବାଙ୍ଗାଲୋରରୁ ଫେରିଥିଲେ। ସମସ୍ତ ଘଟଣା ଆଖପାଖରୁ ଶୁଣିବା ପରେ ଗତକାଲି (ସୋମବାର) ଗୋରୁମହିଷାଣୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ।  ଥାନାରେ କେସ ନଂ ୯୦/୨୬ ରେ ଏକ ମାମଲା ରୁଜୁ କରି ଘଟଣାର ପୁଲିସ ତଦନ୍ତ ଆରମ୍ଭ କରିଛି। 

ନାବାଳକ ମୃତ୍ୟୁକୁ ୮ମାସ, ଆଁ କରିଛି ଡ୍ରେନ୍‌

ଆଜି (ମଙ୍ଗଳବାର) ରାଇରଙ୍ଗପୁର ଅତିରିକ୍ତ ତହସିଲଦାର ପ୍ରତାପ ବେହେରା (ମାଜିଷ୍ଟ୍ରେଟ) ଏବଂ ଗୋରୁମହିଷାଣୀ ପୋଲିସର ଉପସ୍ଥିତିରେ ଶବକୁ ମାତିତଳୁ ଉଦ୍ଧାର କରି ବାରିପଦାକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ପୁଲିସ ପକ୍ଷରୁ କୁହାଯାଇଛି । ତେବେ ମୃତକ ନାବାଳକର ପିତା କ୍ଷତିପୂରଣ ଏବଂ ନ୍ୟାୟ ପାଇଁ ପୋଲିସ ପାଖରେ ଗୁହାରୀ କରିଛନ୍ତି । ଦୁର୍ଘଟଣା ଘଟାଇଥିବା ଟ୍ରାକ୍ଟରକୁ ପୁଲିସ ଜବତ କରିଛି। ଗାଡ଼ି ମାଲିକ ଓ ଡ୍ରାଇଭରକୁ ପୁଲିସ ଅଟକ ରଖି ପଚରାଉଚରା ଜାରି ରଖିଛି। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.