ACB Raid: ତିରୁପତି ମନ୍ଦିର ଅଧିକାରୀଙ୍କ ଘରେ ଚଢାଉ: ୧୨ ଲକ୍ଷ ନଗଦ ଟଙ୍କା ସହ ସୁନା, ରୂପା ଜବତ

2 weeks ago 7
ARTICLE AD BOX

ତିରୁପତି:ତିରୁପତି ଲଡୁ ମିଶ୍ରଣ ମାମଲାର ତଦନ୍ତ ମଧ୍ୟରେ ଏକ ବଡ଼ ଧରଣର ଚଢାଉ କରିଛି ଆନ୍ଧ୍ରପ୍ରଦେଶ ଦୁର୍ନୀତି ନିବାରଣ ବ୍ୟୁରୋ (ACB)। ତିରୁମାଲା ତିରୁପତି ଦେବସ୍ଥାନମ୍ସ (TTD)ର ଡେପୁଟି ଏକ୍‌ଜିକ୍ୟୁଟିଭ୍‌ ଅଫିସର (DEO) ମେଣ୍ଡୁ ଲୋକନାଥମଙ୍କ ଘର, କାର୍ଯ୍ୟାଳୟ ଓ ସମ୍ପର୍କୀୟଙ୍କ ଘର ସମେତ ତିରୁପତିର ୪ଟି ସ୍ଥାନରେ ଏକକାଳୀନ ଚଢାଉ କରାଯାଇଥିଲା।

ACB ପକ୍ଷରୁ ତଲାସି

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ଲୋକନାଥମଙ୍କ ବିରୋଧରେ ACB ମାମଲା ରୁଜୁ କରିଛି। ତିରୁପତି ଲଡୁ ମିଶ୍ରଣ ମାମଲାର ତଦନ୍ତ ଓ ଚାର୍ଜସିଟ୍‌ ପରେ CBI ପକ୍ଷରୁ TTDର କିଛି କର୍ମଚାରୀଙ୍କ ସମ୍ପତ୍ତି ସମ୍ପର୍କରେ ACBକୁ ସୂଚନା ଦିଆଯାଇଥିବା କୁହାଯାଉଛି। ଏହି ସୂଚନା ଆଧାରରେ ACB ପକ୍ଷରୁ ଏହି ତଲାସି କରାଯାଇଥିଲା। ବୁଧବାର ସକାଳ ପ୍ରାୟ ୬ଟାରୁ ACB ଅଧିକାରୀମାନେ ତଲାସି ଆରମ୍ଭ କରିଥିଲେ। ACB ଡିଏସ୍‌ପି ଶ୍ରୀନିବାସ ରାଓଙ୍କ ନେତୃତ୍ୱରେ ୭ଟି ଟିମ୍‌ ଏହି ଚଢାଉରେ ସାମିଲ ହୋଇଥିଲେ। 

ACBର ସୂଚନା ଅନୁସାରେ, ତଲାସି ବେଳେ ପ୍ରାୟ ୨ କିଲୋଗ୍ରାମ ସୁନା, ୬.୫ କିଲୋଗ୍ରାମ ରୂପା ଏବଂ ୧୨.୫ ଲକ୍ଷ ଟଙ୍କା ନଗଦ ଜବତ କରାଯାଇଛି। ଏହା ସହିତ ସ୍ଥାୟୀ ଜମା ସମ୍ପର୍କିତ ଦଲିଲ ଏବଂ ବିଭିନ୍ନ ସମ୍ପତ୍ତିର କାଗଜପତ୍ର ମଧ୍ୟ ଜବତ ହୋଇଛି। ଜବତ ସମ୍ପତ୍ତିର ପ୍ରାରମ୍ଭିକ ମୂଲ୍ୟ ପ୍ରାୟ ୫ କୋଟି ଟଙ୍କା ବୋଲି ACB ପକ୍ଷରୁ କୁହାଯାଇଛି। ମେଣ୍ଡୁ ଲୋକନାଥମ ବର୍ତ୍ତମାନ ଶ୍ରୀ ଭେଙ୍କଟେଶ୍ୱର ସ୍ୱାମୀ ମନ୍ଦିରର ଡେପୁଟି ଏକ୍‌ଜିକ୍ୟୁଟିଭ୍‌ ଅଫିସର ଭାବେ କାର୍ଯ୍ୟରତ ଅଛନ୍ତି। ସେ ପୂର୍ବରୁ TTDର ବିଭିନ୍ନ ପଦବୀରେ କାର୍ଯ୍ୟ କରିଛନ୍ତି।

AI Ban: ପିଲାମାନଙ୍କୁ ଶିକ୍ଷକଙ୍କର ଆବଶ୍ୟକତା ରହିଛି ଏଆଇର ନୁହେଁ: ସ୍କୁଲଗୁଡ଼ିକରେ ଏଆଇ ବ୍ୟବହାରକୁ ନିଷେଧ କଲେ ମାମଦାନୀ

ବର୍ତ୍ତମାନ ଲୋକନାଥମ୍ଙ୍କ ବିରୋଧରେ ରୁଜୁ ହୋଇଥିବା ଆୟ ବହିର୍ଭୂତ ସମ୍ପତ୍ତି ମାମଲାରେ ACB ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି। ଜବତ ହୋଇଥିବା ସମ୍ପତ୍ତି ଓ ଦଲିଲର ଯାଞ୍ଚ ପରେ ମାମଲାରେ ଆହୁରି ତଥ୍ୟ ସାମ୍ନାକୁ ଆସିବା ସମ୍ଭାବନା ରହିଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.