ARTICLE AD BOX
ମୁମ୍ବାଇ: ବଲିଉଡ୍ ଅଭିନେତା ଆମିର ଖାନ ଓ ତାଙ୍କ ଦୀର୍ଘଦିନର ସାଥୀ ଗୌରୀ ସ୍ପ୍ରେଟ୍ ଜୁଲାଇ ୬ରେ ମୁମ୍ବାଇର ବାନ୍ଦ୍ରାସ୍ଥିତ ପାଲି ହିଲ୍ରେ ଥିବା ନିଜ ବାସଭବନରେ ଏକ ସରଳ ଓ ବ୍ୟକ୍ତିଗତ ସମାରୋହରେ ବିବାହ କରିଛନ୍ତି। ଏହି ବିବାହରେ କେବଳ ପରିବାର ସଦସ୍ୟ ଓ ନିକଟତମ ବନ୍ଧୁମାନେ ଉପସ୍ଥିତ ଥିଲେ। ତେବେ ବିବାହ ଠାରୁ ଅଧିକ ଚର୍ଚ୍ଚାରେ ରହିଛି ଗୌରୀଙ୍କ ପାଇଁ ଆମିରଙ୍କ ସ୍ୱତନ୍ତ୍ର ବିବାହ ମୁଦି।
ରୁବି ବିଶ୍ୱରେ ଅତ୍ୟନ୍ତ ଦୁର୍ଲଭ
ଏହି ମୁଦି ପ୍ରସ୍ତୁତ କରିବା ପାଇଁ ପ୍ରାୟ ତିନି ମାସ ଧରି ଏକ ବିରଳ ପ୍ରାକୃତିକ ରୁବିର ସନ୍ଧାନ କରାଯାଇଥିଲା। ମାଡାଗାସ୍କରରୁ ସଂଗ୍ରହ କରାଯାଇଥିବା କାବୋଚନ୍-କଟ୍ ପ୍ରାକୃତିକ ରୁବିକୁ ମୁଦିର କେନ୍ଦ୍ରରେ ସ୍ଥାନ ଦିଆଯାଇଛି। ଏହି ଗୁଣବତ୍ତାର ରୁବି ବିଶ୍ୱରେ ଅତ୍ୟନ୍ତ ଦୁର୍ଲଭ ବୋଲି କୁହାଯାଉଛି। ପ୍ରସିଦ୍ଧ ଅଳଙ୍କାର ବ୍ରାଣ୍ଡ ‘କୁଇନ୍’ ଏହି ମୁଦିର ଡିଜାଇନ୍ କରିଥିବା ବେଳେ ଏହାର ନିର୍ମାଣ କାର୍ଯ୍ୟରେ ୧୩୧ ଜଣ କୁଶଳୀ କାରିଗର ଅଂଶଗ୍ରହଣ କରିଥିଲେ। ମୁଦିଟି ସମ୍ପୂର୍ଣ୍ଣ କରିବା ପାଇଁ ୨୫୬ ଘଣ୍ଟାରୁ ଅଧିକ ସମୟ ଲାଗିଥିଲା। ସୁନାର ମୁକୁଟ ଆକୃତିର ଏହି ମୁଦିରେ ୪୦ଟି ପ୍ରାକୃତିକ ହୀରା ଲଗାଯାଇଛି, ଯାହା ଏହାର ସୌନ୍ଦର୍ଯ୍ୟକୁ ଆହୁରି ବଢ଼ାଇଛି। ବିବାହ ସମାରୋହରେ ଆମିରଙ୍କ ପୁଅ ଆଜାଦ ରାଓ ଖାନ ଓ ଗୌରୀଙ୍କ ପୁଅ କ୍ୱିନ୍ ‘ରିଙ୍ଗ ବେୟାରର୍’ (ମୁଦି ଆଣିବା) ଭୂମିକାରେ ନଜର ଆସିଥିଲେ। ଏହି ମୁହୂର୍ତ୍ତ ବିବାହକୁ ଆହୁରି ସ୍ମରଣୀୟ କରିଥିଲା।
CBI officer: ଚର୍ଚ୍ଚାରେ ‘ସତଲୁଜ’ର ସିବିଆଇ ଅଫିସର
ଅନ୍ୟପକ୍ଷରେ, ଗୌରୀ ସ୍ପ୍ରେଟ୍ ପାରମ୍ପରିକ ଲାଲ୍ ବ୍ରାଇଡାଲ୍ ପୋଷାକ ପରିବର୍ତ୍ତେ ଡିଜାଇନର ସବ୍ୟସାଚୀ ମୁଖାର୍ଜୀଙ୍କ ଡିଜାଇନ୍ କରାଯାଇଥିବା ହାତୀଦାନ୍ତ ଓ ରୂପା-ଧୂସର ରଙ୍ଗର କଷ୍ଟମାଇଜ୍ ଲେହେଙ୍ଗା ପିନ୍ଧିଥିଲେ। ଏହା ସହ ଏମରାଲ୍ଡ ଓ ପୋଲକି ଗହଣା, ସରଳ ମେକଅପ୍ ଏବଂ ଫୁଲରେ ସଜା ହେୟାରଷ୍ଟାଇଲ୍ ତାଙ୍କ ବ୍ରାଇଡାଲ୍ ଲୁକ୍କୁ ବେଶ୍ ଆକର୍ଷଣୀୟ କରିଥିଲା। ସରଳ ଆୟୋଜନ ମଧ୍ୟରେ ଆୟୋଜିତ ଏହି ବିବାହ ଏବଂ ଏହାର ସ୍ୱତନ୍ତ୍ର ବିବାହ ମୁଦି ଓ ତାହାର ନିର୍ମାଣ କାହାଣୀ ପାଇଁ ବର୍ତ୍ତମାନ ସୋସିଆଲ୍ ମିଡିଆ ଓ ମନୋରଞ୍ଜନ ଜଗତରେ ଚର୍ଚ୍ଚାର ବିଷୟ ପାଲଟିଛି।

3 weeks ago
10


