75 types of chariot pins: ୩ଟନ୍‌ ଲୁହାରେ ପ୍ରସ୍ତୁତ ହୁଏ ୭୫ ପ୍ରକାର ରଥ କଣ୍ଟା

2 weeks ago 9
ARTICLE AD BOX

ପୁରୀ: ରଥ ନିର୍ମାଣ ଆରମ୍ଭ ଦିନରୁ ହିଁ କମାର ସେବକଙ୍କ ସେବା ଆରମ୍ଭ ହୁଏ। ରଥ ଖଳାରେ କାଠ ଖଣ୍ଡକୁ ରଥାକୃତି କରିବା ପାଇଁ ଆବଶ୍ୟକ ପଡ଼ୁଥିବା କଣ୍ଟା ପ୍ରସ୍ତୁତିରେ ନିୟୋଜିତ ହୁଅନ୍ତି କମାର ତଥା ଓଝା ସେବକ। ଦୋଳବେଦିର ନିମ୍ନ ଭାଗ ପାଲଟିଯାଏ ଅସ୍ଥାୟୀ କମାରଶାଳ। ରଥ ଗଢ଼ିବାକୁ ଆବଶ୍ୟକ ହୋଇଥାଏ ଦୁଇ ଇଞ୍ଚରୁ ସାଢ଼େ ୪ ଫୁଟର କଣ୍ଟା।

Scissors: ଗୋଟିଏ କଇଁଚି, ଦଶଟି କାମ

ରଥ ଅନୁକୂଳ ଦିନ କମାର ସେବକଙ୍କ ଦ୍ବାରା ନିର୍ମିତ ୩ଟି ଛୋଟ କୁରାଢ଼ିରେ ଅନୁକୂଳ କାଠକୁ ସ୍ପର୍ଶ ଦେବା ପରେ ରଥକାର୍ଯ୍ୟ ଆରମ୍ଭ ହୁଏ। ଅକ୍ଷୟ ତୃତୀୟା ପରଦିନଠାରୁ କମାର ଶାଳରେ କାମ ଆରମ୍ଭ ହୋଇ ନେତ୍ର ଉତ୍ସବରେ ଶେଷ ହୁଏ। ପୁନଃ ହେରା ପଞ୍ଚମୀରେ ମହାଲକ୍ଷ୍ମୀ ରଥ ଭାଙ୍ଗିବା ପରେ ବି କମାର ସେବକ ଲୋଡ଼ା ପଡ଼ନ୍ତି। ରଥ ନିର୍ମାଣରେ ବିନିଯୋଗ ହେଉଥିବା କଣ୍ଟା ପ୍ରସ୍ତୁତି ଲାଗି ଦୋଳବେଦି ପରିସରରେ ତିନି ରଥ ପାଇଁ ୩ଟି ଶାଳ କରାଯାଇଥାଏ। ତିନି ରଥ ପାଇଁ ୩ ମୁଖ୍ୟ କମାର ସେବକ ଭାବେ ନନ୍ଦିଘୋଷ ରଥ ପାଇଁ ଦାଶରଥୀ ମହାରଣା, ବଳଭଦ୍ରଙ୍କ ତାଳଧ୍ବଜ ରଥ ପାଇଁ ଅର୍ଜୁନ ମହାରଣା ଏବଂ ସୁଭଦ୍ରାଙ୍କ ଦର୍ପଦଳନ ରଥ ପାଇଁ କେଦାର ମହାରଣା ନିୟୋଜିତ। ମୁଖ୍ୟ କମାର ସେବକଙ୍କ ଅଧୀନରେ ୧୭ ଜଣ କମାର ସେବକ ନିୟୋଜିତ ହୋଇଛନ୍ତି। ନନ୍ଦିଘୋଷ ରଥ ପାଇଁ ୬ ଜଣ, ତାଳଧ୍ବଜ ରଥ ପାଇଁ ୬ ଜଣ ଓ ଦର୍ପଦଳନ ପାଇଁ ୫ ଜଣ କମାର ସେବକ ନିୟୋଜିତ ହୋଇ କମାରଶାଳରେ କଣ୍ଟା ପ୍ରସ୍ତୁତ କରନ୍ତି। ଗୋଡ଼ିଛାଲ ପାଇଁ ସବୁଠୁ ଛୋଟ ୨ଇଞ୍ଚର କଣ୍ଟା ପ୍ରସ୍ତୁତ କରାଯାଏ। ସେହିଭଳି ତେର ପରସ୍ତ ପୋଟଳକୁ ଯୋଖିବା ଲାଗି ୨୫ ଏମ୍‌ଏମ୍‌ର ସବୁଠୁ ବଡ଼ ସାଢ଼େ ୪ ଫୁଟିଆ କଣ୍ଟା ଜଙ୍ଘା ପ୍ରସ୍ତୁତ କରାଯାଏ। ସେମାନଙ୍କୁ କଣ୍ଟା ପ୍ରସ୍ତୁତି ପାଇଁ ୫୫ରୁ ୫୮ ଦିନ ସମୟ ଲାଗିଥାଏ।

Indigo: ଲେହ ବିମାନବନ୍ଦରରେ ହେରୋଇନ ସହ ଗିରଫ ହେଲେ ଇଣ୍ଡିଗୋ ବିମାନ ଯନ୍ତ୍ରୀ

କମାର ସେବକ ଜଗନ୍ନାଥ ମହାରଣାଙ୍କ ସୂଚନା ମୁତାବକ, ରଥ ନିର୍ମାଣ କାର୍ଯ୍ୟରେ ପ୍ରାୟ ୩ଟନ୍‌ରୁ ଅଧିକ ଲୁହା କଣ୍ଟା ବ୍ୟବହୃତ ହୋଇଥାଏ। ରଥର ବିଭିନ୍ନ ଅଂଶକୁ ଯୋଡ଼ିବା ଲାଗି ପ୍ରାୟ ୭୦ରୁ ୭୫ ପ୍ରକାରର କଣ୍ଟା ତିଆରି ହୁଏ। ତେବେ ଜଗନ୍ନାଥ ଓ ବଳଭଦ୍ରଙ୍କ ରଥରେ ଅଧିକ କାଠ ଖଣ୍ଡ ଓ କଣ୍ଟା ବ୍ୟବହୃତ ହୁଏ। ତୁଳନାତ୍ମକ ଦୃଷ୍ଟିରୁ ସୁଭଦ୍ରାଙ୍କ ରଥରେ କମ୍‌ କାଠ ଓ କଣ୍ଟା ଲାଗିଥାଏ। ତାଳଧ୍ବଜ ରଥର ଚକା ପାର୍ଇ ୩୨ ଟି କଣ୍ଟା ସହ ୪ଟି ପନ୍ଦାରି ଚାବି, ୨ଟି ପନ୍ଦାରି, ୨ଟି ବଳା ଲାଗେ। ସେହିଭଳି ଜଗନ୍ନାଥ ଓ ସୁଭଦ୍ରାଙ୍କ ରଥରେ ବି ଅନୁରୂପ କଣ୍ଟାର ଆବଶ୍ୟକତା ପଡ଼ିଥାଏ। ରଥ ପାଇଁ ବ୍ୟବହୃତ କଣ୍ଟାଗୁଡ଼ିକର ବିଭିନ୍ନ ନାମକରଣ କରାଯାଇଛି। ଯେପରି ଅରକଣ୍ଟା, ତୁମ୍ବରେ ଲାଗୁଥିବା ପନ୍ଦାରି, ପନ୍ଦାରିଚାବି, ତୁମ୍ବ ବାହାର ବଳା, ମୁହଁବିଡ଼ିଆ, ଦଣ୍ଡାବିଡ଼ିଆ, ଗରଗରା, ଗୟଳ, ଛନ୍ଦାଗୟଳ, ଯୋଖା, କଇଁଚି, ଭୂଇଁ, ଚାରପରିଚ୍ଛା, କତରା, ଧମକ, ବାହୁଟି ପଠାଲିଆ, ସିଂହାସନରାୟ, ଜଗତଭୂଷଣ ଶେଣି, ସିଂହାସନ ଗୁଣ୍ଠି, ନାରାଜ, ଶିଖର ଡମ୍ବରୁ, ଅନ୍ଧାରିତାଗ, ଧ୍ବଜବଣ, କଞ୍ଚାଧମକ, କାଣ୍ଡଚୁନାଟ, ଧୂଳିଦଣ୍ଡା, ପ୍ରଭା, ସିଙ୍ଗଡ଼ା ଆଦି କଣ୍ଟା କମାର ସେବକଙ୍କ ଦ୍ବାରା ପ୍ରସ୍ତୁତ କରାଯାଇଥାଏ। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.