43rd Odisha State Cycling Championship: ୪୩ତମ ରାଜ୍ୟ ସାଇକ୍ଲିଂ ପ୍ରତିଯୋଗିତା: ସୁନ୍ଦରଗଡ଼, ଭଦ୍ରକ ଓ ଭୁବନେଶ୍ବର ସାଇକ୍ଲିଷ୍ଟ୍‌ଙ୍କ ବାଜିମାତ୍‌

26 minutes ago 1
ARTICLE AD BOX

ରାଉରକେଲା: ଶନିବାରଠାରୁ ରାଉରକେଲାରେ ୪୩ତମ ରାଜ୍ୟ ସାଇକ୍ଲିଂ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି। ଏହି ତିନିଦିନିଆ ପ୍ରତିଯୋଗିତାରେ ରାଜ୍ୟରୁ ୧୨୨ ଜଣ ଶ୍ରେଷ୍ଠ ସାଇକ୍ଲିଷ୍ଟ୍‌ ଅଂଶଗ୍ରହଣ କରିଛନ୍ତି। 

ଆଜି ଟାଇମ୍ ଟ୍ରାଏଲ୍ ସହ ପ୍ରତିଯୋଗିତା ଆରମ୍ଭ ହୋଇଥିଲା। ଏଥିରେ ୟୁଥ୍‌ ଗାର୍ଲ୍ସ୍‌ରେ ସସ୍ମିତା ପଣ୍ଡା (ଭଦ୍ରକ) ଓ ବାଳକରେ ପ୍ରତମ ପରମାଣିକ(ରାଉରକେଲା) ସ୍ବର୍ଣ୍ଣପଦକ ହାସଲ କରିଛନ୍ତି। ସେହିଭଳି ଉପକନିଷ୍ଠ ବାଳିକାରେ ସ୍ନେହା ଦାସ (ଭଦ୍ରକ) ଓ ବାଳକରେ ଆର୍‌.ଏସ୍‌.ଉପାଂଶୁ (ରାଉରକେଲା) ସ୍ବର୍ଣ୍ଣ ପଦକ ଜିତିଥିବାବେଳେ କନିଷ୍ଠ ବାଳିକାରେ ରିୟା କୁମାରୀ (ସୁନ୍ଦରଗଡ଼) ଓ ବାଳକରେ ନମନ ମାମାଶ୍ୟୁ (କିଟ୍‌ ଓ କିସ୍‌) ଏବଂ ଏଲିଟ୍‌ ବାଳିକା ବର୍ଗରେ ମନୀଷା ସାହୁ (ଭଦ୍ରକ) ଓ ବାଳକରେ ସୂର୍ଯ୍ୟକାନ୍ତ ଦଲାଇ (ଭୁବନେଶ୍ବର) ସ୍ବର୍ଣ୍ଣପଦକ ଲାଭ କରିଛନ୍ତି। 

cyclist in RKl1

ଉଲ୍ଲେଖଯୋଗ୍ୟ, ପ୍ରତିଯୋଗିତାରେ କ୍ରୀଡ଼ାବିତ୍‌ମାନେ ତିନିଟି ବର୍ଗ, ଯଥା-୧୪ ବର୍ଷରୁ କମ୍‌, ୧୮ ବର୍ଷରୁ କମ୍‌ ଓ ୨୩ ବର୍ଷରୁ କମ୍‌ ବର୍ଗରେ ଭାଗ ନେଇଛନ୍ତି। ୧୪ ବର୍ଷରୁ କମ୍‌ ବର୍ଗରେ ପ୍ରତିଯୋଗୀ ୧୦ କିଲୋମିଟର ଏବଂ ୧୮ ଓ ୨୩ ବର୍ଷରୁ କମ୍‌ ବର୍ଗର ପ୍ରତିଯୋଗୀ ୨୦ କିଲୋମିଟର୍‌ ଟ୍ରାକ୍‌ରେ ସେମାନଙ୍କର ବେଗ ପ୍ରଦର୍ଶନ କରିଥିଲେ। ଓଡ଼ିଶା ସାଇକ୍ଲିଂ ଆସୋସିଏସନର ସଭାପତି ତଥା ଅର୍ଜୁନ ପୁରସ୍କାରପ୍ରାପ୍ତ ମିନତି ମହାପାତ୍ର, ବରିଷ୍ଠ ସାଇକଲ ଚାଳକ ସୁବାସ ଦାସ ପତାକା ଦେଖାଇ ପ୍ରତିଯୋଗିତା ଶୁଭାରମ୍ଭ କରିଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.