3 Minor Girls: ଗାଧୋଉଥିବା ବେଳେ ଶଙ୍ଖନଦୀ ପାଣିରେ ବୁଡ଼ି ତିନି ନାବାଳିକା ମୃତ

1 day ago 1
ARTICLE AD BOX

ବୀରମିତ୍ରପୁର: ଗାଧୋଇଲା ବେଳେ ଶଙ୍ଖ ନ‌ଦୀରେ ବୁଡ଼ିନାବାଳିକାଙ୍କ ମୃତ୍ୟୁ । ବୁଧବାର ସକଳେ ଏଭଳି ଏକ ହୃଦୟବିଦାରକ ଘଟଣା ଘଟିଛି। ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ରାଏବୋଗା ଥାନା ଅଞ୍ଚଳରେ। ସ୍ଥାନୀୟ ଶଙ୍ଖ ନଦୀର ଧୋଇପଡ଼ା ନିକଟରେ ସକାଳେ ଢିପାପଡ଼ା, ମଝାଟୋଲିର ୪ ଜଣ ସାଙ୍ଗ ଗାଧୋଉ ଥିଲେ।

୩ ନାବାଳିକାଙ୍କ ମୃତଶରୀର ଉଦ୍ଧାର

ସେମାନମାନଙ୍କ ମଧ୍ୟରେ ୩ ଜଣ ନାବାଳିକ ବାଳିକା ଓ ଜଣେ ନାବାଳକ ଥିଲେ। ନଦୀରେ ଗାଧୋଇବା ସମୟରେ ୪ ଜଣ ନଦୀ ଭିତରକୁ ପଶି ଯାଇଥିଲେ । ହେଲେ ନାବାଳକ ଜଣଙ୍କ କୌଣସି ମତେ ଉଦ୍ଧାର ହୋଇଥିବା ବେଳେ ଅନ୍ୟ ୩ ଜଣ ନାବାଳିକା ଘଟଣା ସ୍ଥଳରେ ବୁଡ଼ି ଯାଇଥିଲେ। ଖବର ପାଇ ସ୍ଥାନୀୟ ଲୋକେ ନଦୀ ଭିତରେ ଖୋଜାଖୋଜି କରି ୩ ନାବାଳିକାଙ୍କ ମୃତ ଶରୀରକୁ ଉଦ୍ଧାର କରିଛନ୍ତି ।

ମୃତକମାନେ ହେଲେ ମଝାଟୋଲିର ଗୀତିକା ସାହୁ (୬),ସିବିକା ସାହୁ (୬) ଓ ଢିପାପଡ଼ାର ଶ୍ରୁତି ସାହୁ। ଖବର ରାଏବୋଗା ଥାନାଧିକାରୀ ଦିବ୍ୟ ଓରାମ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ବୀରମିତ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ରଖିଛନ୍ତି। ଏ ନେଇ ରାଏବୋଗା ଥାନାରେ ଏକ ଅପମୃତ୍ଯୁ ମାମଲା (୦୯/୨୬) ରୁଜୁ ହୋଇ ଘଟଣାର ତଦନ୍ତ ଜାରି ରହିଛି ବୋଲି ଥାନାଧିକାରୀ ଓରାମ ସୂଚନା ଦେଇଛନ୍ତି। ଅନ୍ୟ ପକ୍ଷରେ ସଲଙ୍ଗାବାବାହାଲ ଗ୍ରାମର ପ୍ରତାପ ସାହୁ ସୁରକ୍ଷିତ ଥିବା ପୁଲିସ କହିଛି। ଏହି ଘଟଣା ରାଏବଗା ଓ ସଲଙ୍ଗାବାହାଲ ଅଞ୍ଚଳରେ ଶୋକର ଛାୟା ଖେଳେଇଦେଇଛି।

Formula One: ଭାରତକୁ ଫେରିବ ‘ଫର୍ମୁଲା ୱାନ୍‌’

Read Entire Article
LEFT SIDEBAR AD

Hidden in mobile, Best for skyscrapers.