ARTICLE AD BOX
ନୃତତ୍ତ୍ବବିତ୍ମାନେ ମାଟିତଳୁ ହଜାର ହଜାର ବର୍ଷ ତଳର କେତେକ ଚିତ୍ରିତ ମାଟିପାତ୍ର ଉଦ୍ଧାର କରିଛନ୍ତି, ଯାହା ବିଶ୍ବର ପ୍ରଥମ ବ୍ରାଣ୍ଡ୍ ହୋଇପାରେ ବୋଲି ଅନୁମାନ କରାଯାଉଛି। ଏ ସମ୍ପର୍କିତ ଅଧ୍ୟୟନରୁ ଜଣାପଡ଼ିଛି ଯେ, ବ୍ରୋଞ୍ଜ ଯୁଗରେ ଉତ୍ତର-ପଶ୍ଚିମ ଆରବର କୁମ୍ଭକାରମାନେ ଏହି ଆକର୍ଷଣୀୟ ମାଟିପାତ୍ର ନିର୍ମାଣ କରୁଥିଲେ। ଗବେଷଣା ଅନୁସାରେ, ଏହି ଅଭିନବ ମାଟିପାତ୍ର ନିର୍ମାଣ ପରମ୍ପରା ୩୬୦୦ ବର୍ଷ ତଳେ ଆରମ୍ଭ ହୋଇଥିଲା ଏବଂ ୧୦୦୦ ବର୍ଷରୁ ଅଧିକ କାଳ ଧରି ବିଦେଶରେ ଏହାର ପ୍ରବଳ ଚାହିଦା ରହିଥିଲା। ଭିଏନା ବିଶ୍ବବିଦ୍ୟାଳୟର ମାର୍ଟା ଲୁସିଆନି କହନ୍ତି, ଏହି ସେରାମିକ୍ କଳାକୃତି ‘କ୍ବାରାୟା ପେଣ୍ଟେଡ୍ ୱେୟାର୍’ ଭାବେ ଜଣାଶୁଣା ଏବଂ ଏଥିରେ ମଣିଷର ବିଭିନ୍ନ ରୀତିନୀତିଗୁଡ଼ିକୁ ସୁନ୍ଦର ଭାବେ ଦର୍ଶାଯାଉଥିଲା।
Arrested: ବଡ଼ଧରଣର ବ୍ୟାଙ୍କ ଡକାୟତି ଉୟମ ପଣ୍ଡ; ମାରଣାସ୍ତ୍ର ସହ ଧରା ପଡ଼ିଲେ ୬ ଯୁବକ
ଏହି ସାମଗ୍ରୀ ବ୍ରାଣ୍ଡ୍ରେ ପରିଣତ ହେବା ପାଇଁ ଆହୁରି ଚାରି ଶତାବ୍ଦୀ ସମୟ ଲାଗିଥିଲା ବୋଲି ମାର୍ଟା ମତ ଦିଅନ୍ତି। ମାର୍ଟା ଓ ତାଙ୍କ ସହଯୋଗୀମାନେ ଏସବୁ ଚିତ୍ରିତ ମାଟିପାତ୍ର ନିର୍ମାଣରେ ବ୍ୟବହୃତ ପ୍ରଯୁକ୍ତିବିଦ୍ୟା ଓ ନିର୍ମାଣ ପ୍ରଣାଳୀର ମଧ୍ୟ ବିଶ୍ଳେଷଣ କରିଛନ୍ତି। ସେମାନଙ୍କ କହିବା ଅନୁସାରେ, ସେ କାଳରେ ଏଗୁଡ଼ିକୁ ରପ୍ତାନି ମଧ୍ୟ କରାଯାଉଥିବାର ପ୍ରମାଣ ମିଳିଛି। ଏଥିରୁ ଜଣାପଡ଼େ, ଏହି ବ୍ରାଣ୍ଡ୍ ଖୁବ୍ ଲୋକପ୍ରିୟ ଥିବା ସହ ବିଭିନ୍ନ ଅଞ୍ଚଳରେ ସ୍ବୀକୃତି ଲାଭ କରିଥିଲା। କାରଣ ଏହାର ପ୍ରସ୍ତୁତି ପ୍ରଣାଳୀ ସ୍ବତନ୍ତ୍ର ଥିଲା।
Indravati reservoir: ବିପଦସଂକୁଳର ନିକଟତର ଇନ୍ଦ୍ରାବତୀ, ବିଦ୍ୟୁତ ଉତ୍ପାଦନ ବଢ଼ିଲା

2 weeks ago
5


