ARTICLE AD BOX
ଲକ୍ଷ୍ମୀପୁର/କାକିରିଗୁମା: କୋରାପୁଟଜିଲ୍ଲା ଲକ୍ଷ୍ମୀପୁର ବ୍ଲକ୍ ଚାରଡ଼ା ଉନ୍ନୀତ ଆଶ୍ରମ ବିଦ୍ୟାଳୟରେ ୨୦୦ ଛାତ୍ରଛାତ୍ରୀ ପଢ଼ୁଥିବା ବେଳେ ଶିକ୍ଷାଦାନ ପାଇଁ ନିୟୋଜିତ ଅଛନ୍ତି ମାତ୍ର ୨ ଶିକ୍ଷକ। ୧୩୦ ଛାତ୍ରଛାତ୍ରୀ ହଷ୍ଟେଲରେ ରହି ପଢ଼ୁଛନ୍ତି ଓ ୭୦ ଜଣ ଡେ’ ସ୍କଲାର୍। ସରକାର ୩୫ ଛାତ୍ରଛାତ୍ରୀଙ୍କ ସକାଶେ ଜଣେ ଶିକ୍ଷକ ନିୟମ କରିଛନ୍ତି।
Education: ତାମିଲନାଡ଼ୁ ସ୍କୁଲ୍ରେ ରାଜନୈତିକ କାର୍ଯ୍ୟକ୍ରମ ନିଷିଦ୍ଧ କଲେ ବିଜୟ
ସେ ଅନୁସାରେ ସ୍କୁଲରେ ୭ରୁ ୮ ଶିକ୍ଷକ ରହିବା କଥା। ସେହିଭଳି ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ଥିବା ଏହି ସ୍କୁଲରେ ରହିଛି ୪ଟି ଶ୍ରେଣୀଗୃହ। ଏଠାେର ୮ଟି ଶ୍ରେଣୀର ପାଠପଢ଼ା ହେଉଥିବାରୁ ଶିକ୍ଷକ କାହାକୁ କ’ଣ ପଢ଼ାଉଛନ୍ତି ଓ ପିଲା କ’ଣ ପଢ଼ୁଛନ୍ତି ତାହା ଅଭିଭାବକ ଜାଣିପାରୁନଥିବା ଅଭିଯୋଗ କରିଛନ୍ତି। ଶିକ୍ଷକ ଅଭାବ ଲାଗି ରହିଥିବାରୁ ହଷ୍ଟେଲ୍ ମାଟ୍ରନ୍ (ତତ୍ତ୍ବାବଧାରିକା) ଦାୟିତ୍ୱରେ ଥିବା ଉଷାରାଣୀ ମାଉଡି ପିଲାଙ୍କୁ ପାଠ ପଢ଼ାଇବାରେ ସହଯୋଗ କରୁଛନ୍ତି।
Education: କାର୍ଯ୍ୟାନୁଷ୍ଠାନ ନେଲା ପ୍ରଶାସନ; ଅସୁରକ୍ଷିତ ପରିବେଶରେ ପରିଚାଳିତ ଘରୋଇ ହଷ୍ଟେଲ ସିଲ୍

3 weeks ago
11


