ARTICLE AD BOX
ବ୍ରହ୍ମପୁର: ଗଞ୍ଜାମଜିଲ୍ଲା ହିଞ୍ଜିଳିକାଟୁର ଘୋଡ଼ାହାଡ଼ ନଦୀରେ ଘଟିଛି ଏହି ଦୁଃଖଦ ଘଟଣା। ମୃତକ ଦ୍ୱୟ ହେଉଛନ୍ତି ହିଞ୍ଜିଳିକାଟୁ ପୌରାଞ୍ଚଳ ଗଜପତି ମାର୍ଗ ଅଞ୍ଚଳର ଆଦର୍ଶ ସାହୁ (୧୪) ଓ ଗାୟତ୍ରୀ ନଗରର ପ୍ରୀତମ ସାମେଲି (୧୪) l ଉଭୟ ଛାତ୍ର ତାଙ୍କର ସାଙ୍ଗମାନଙ୍କ ସହ ଗଣେଶ ମୂର୍ତ୍ତି ବିସର୍ଜନ ପାଇଁ ଘୋଡ଼ାହାଡ଼ ନଦୀକୁ ଯାଇଥିଲେ।
Advertisment
ଗଭୀର ପାଣିକୁ ଚାଲିଯାଇ ବୁଡ଼ି ଯାଇଥିଲେ ଉଭୟ
ବିସର୍ଜନ ସମୟରେ ଅସାବଧାନତାବଶତଃ ଉଭୟ ଗଭୀର ପାଣିକୁ ଚାଲିଯାଇ ବୁଡ଼ି ଯାଇଥିଲେ। ସ୍ଥାନୀୟ ଲୋକେ ଓ ଦମକଳ ବାହିନୀ କର୍ମଚାରୀମାନେ ଗୁରୁତର ଅବସ୍ଥାରେ ଉଭୟଙ୍କୁ ନଦୀରୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାକୁ ନେଇଥିଲେ ହେଁ, ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ।

1 day ago
2


