2.13 lakh missing voters: ୨.୧୩ ଲକ୍ଷ ନିଖୋଜ ଭୋଟରଙ୍କୁ ଖୋଜିବେ: କାହିଁକି ଭୋଟର ତାଲିକାରେ ସାମିଲ ହେଲେନି ରିପୋର୍ଟ ଦେବେ

3 weeks ago 10
ARTICLE AD BOX

ଭୁବନେଶ୍ବର: ରାଜ୍ୟରେ ଚାଲିଥିବା ଏସ୍‌ଆଇଆର୍ ପ୍ରକ୍ରିୟାରେ ଚିଠା ଭୋଟର ତାଲିକା ପ୍ରକାଶ ପାଇଛି। ଏଥିରେ ପ୍ରାୟ ୨୦,୧୨,୫୫୭ ଜଣ ଭୋଟରଙ୍କ ନାମ କଟିଛି। ହେଲେ ଏଥିରୁ ୮,୩୨,୬୨୭ ଜଣ ମୃତ ଏବଂ ୮,୦୮,୨୩୪ ଜଣ ସ୍ଥାନାନ୍ତରିତ ଭୋଟର ଥିବା ବିଏଲ୍‌ଓମାନେ ରିପୋର୍ଟ ଦେଇଛନ୍ତି। କିନ୍ତୁ ସାରା ରାଜ୍ୟରେ ୧,୯୯,୨୫୧ ଜଣ ଭୋଟର ଚିହ୍ନଟ ହୋଇପାରିନାହାନ୍ତି ବା ଅନୁପସ୍ଥିତ ଅଛନ୍ତି। ଆହୁରି ୧୪୪୪୧ ଜଣ ଭୋଟର କାହିଁକି ସାମିଲ୍ ହେଲେନି ତା’ର ଉତ୍ତର କାହା ପାଖରେ ନାହିଁ। ତେଣୁ ଏହି ୨,୧୩,୬୯୨ ଜଣ ନିଖୋଜ ଭୋଟର କାହିଁକି ସାମିଲ ହେଲେନି ତା’ର କାରଣ ଇଆର୍‌ଓମାନେ ଖୋଜିକି ରିପୋର୍ଟ ଦେବେ। ଚିଠା ଭୋଟର ତାଲିକାରୁ ବାଦ୍‌ ପଡ଼ିବାର ମୁଖ୍ୟ କାରଣ ଅନୁଧ୍ୟାନ ସହ ଖୋଜି ବାହାର କରିବାକୁ ସିଇଓଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

Bhadrak SIR ଭଦ୍ରକ ଜିଲ୍ଲାରେ ଏସ୍‌ଆଇଆର୍‌: ବାଦ ପଡ଼ିଲେ ୬୮ ହଜାର ଭୋଟର

ଏସ୍‌ଆଇଆର୍‌ରେ ରାଜ୍ୟରେ ବହୁସଂଖ୍ୟକ ଭୋଟରଙ୍କ ନାମ କଟିବା ପରେ ଏହାକୁ ନେଇ ରାଜନୀତି ଜୋର୍‌ ଧରିଛି। ସିଇଓ କହିଛନ୍ତି ଯେ ଯେଉଁ ଭୋଟରଙ୍କ ନାମ କଟିଛି ସେମାନେ ଫର୍ମ-୬ ଦେଇ ଭୋଟର ତାଲିକାରେ ନାମ ଯୋଡ଼ି ପାରିବେ। କିନ୍ତୁ ଭୋଟର ତାଲିକାରୁ ଗାଏବ ହୋଇଥିବା ଭୋଟରଙ୍କ ସମ୍ପର୍କରେ କିଛି ଖୋଜଖବର ନଥିବାରୁ ସେମାନେ ନାମ ଯୋଡ଼ିବେ ନା ମତଦାନରୁ ଦୂରେଇ ରହିବାକୁ ଏହି ନିଷ୍ପତ୍ତି ନେଇଛନ୍ତି ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ। ଏପରିକି ଯେଉଁ ୧,୯୯,୨୫୧ ଜଣ ଭୋଟର ଚିହ୍ନଟ ହୋଇ ପାରୁନାହାନ୍ତି ବା ସର୍ଭେ ବେଳେ ଅନୁପସ୍ଥିତ ଥିବା କୁହାଯାଉଛି। ବାସ୍ତବରେ ସେମାନେ କିଏ? ପ୍ରାୟ ୨ ଲକ୍ଷ ଭୋଟରଙ୍କ ପତ୍ତା ନ ମିଳିବା ଆଶ୍ଚର୍ଯ୍ୟଜନକ। ଏମାନେ ବି ଭୂତ ଭୋଟର କି ଏକାଧିକ ସ୍ଥାନରେ ଭୋଟର ତାଲିକାରେ ନାମ ଥିବା ଭୋଟର ନୁହେଁ। କାରଣ ଏକାଧିକ ସ୍ଥାନରେ ଭୋଟର ତାଲିକାରେ ନାମ ଥିବା ୧,୫୮,୧୨୩ ଜଣଙ୍କୁ ଚିହ୍ନଟ କରି ସେମାନଙ୍କର ଅନ୍ୟ ସ୍ଥାନରୁ ନାମ କାଟି କେବଳ ଗୋଟିଏ ତାଲିକାରେ ରଖାଯାଇଛି। ୮,୩୨,୬୨୭ ଜଣ ମୃତ ଭୋଟର ଚିହ୍ନଟ ମଧ୍ୟ ହୋଇଛନ୍ତି। ହେଲେ ଏହି ୧,୯୯,୨୫୧ ଜଣ ଭୋଟର ଗଲେ କୁଆଡ଼େ? ଏମାନେ ସପରିବାର ଦାଦନ ଖଟିବାକୁ ଯାଇନାହାନ୍ତି ତ! ନା ଏହା ପଛରେ ଆଉ କିଛି କାରଣ ଅଛି?

କାହିଁକି ଭୋଟର ତାଲିକାରେ ସାମିଲ ହେଲେନି ରିପୋର୍ଟ ଦେବେ
୧୪,୪୪୧ ଫର୍ମ ନେଲେନି, କେଉଁଠି ଅଛନ୍ତି ଜଣାପଡ଼ୁନି
ଘୋଷଣାପତ୍ର ଭୁଲ୍‌ ଦେଲେ ଜେଲ୍‌

ସଂଖ୍ୟା ଦୃଷ୍ଟିରୁ ଦେଖିଲେ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୨୦,୪୯୭ ଜଣ, ଯାଜପୁରରେ ୧୪,୩୪୧, କଟକରେ ୧୨,୬୦୮, ଖୋର୍ଦ୍ଧାରେ ୧୦,୭୨୦, ବାଲେଶ୍ବରରେ ୧୦,୧୮୪, ଜଗତସିଂହପୁରରେ ୯,୦୮୮, ମୟୂରଭଞ୍ଜରେ ୮,୬୭୧, କଳାହାଣ୍ଡିରେ ୮,୦୧୨, ଝାରସୁଗୁଡ଼ାରେ ୭,୩୫୪ ଜଣ ଭୋଟର ନିଖୋଜ ଅଛନ୍ତି। ସବୁଠୁ କମ୍‌ ଦେବଗଡ଼ରେ ୧୯ ଜଣ ଥିବାବେଳେ ବୌଦ୍ଧରେ ୯୧୫, ଭୁବନେଶ୍ବରରେ ୯୮୯ ଜଣ ନିଖୋଜ ବା ଅନୁପସ୍ଥିତ ଅଛନ୍ତି। ବାକି ସବୁ ଜିଲ୍ଲାରେ ୧୪୦୦ରୁ ଅଧିକ ଭୋଟର ନିଖୋଜ ଅଛନ୍ତି। ମତଦାତା ହାରରେ ଝାରସୁଗୁଡ଼ାରେ ସର୍ବାଧିକ ୧.୬୮% ଭୋଟର ନିଖୋଜ ବା ଅନୁପସ୍ଥିତ ଅଛନ୍ତି। ଏମାନଙ୍କ ଭିତରୁ ଅଧିକାଂଶ ପରିଗଣନା ଫର୍ମ ପାଇଥିବାବେଳେ ସେମାନେ ଫେରାଇନାହାନ୍ତି କି ଘରେ ନାହାନ୍ତି। 

SIR: ଏସ୍‌ଆଇଆର୍‌: ଓଡ଼ିଶା ସମେତ ୪ ରାଜ୍ୟରେ ଚିଠା ଭୋଟର ତାଲିକାରୁ ବାଦ୍‌ ପଡ଼ିଲା ୨୨ ଲକ୍ଷ ଭୋଟରଙ୍କ ନାଁ

ଅନ୍ୟ ଏକ ଆଶ୍ଚର୍ଯ୍ୟଜନକ ଘଟଣା ହେଉଛି ୧୪,୪୪୧ ଜଣ ଭୋଟର ‌ଫର୍ମ ନେଇନାହାନ୍ତି କି ସେମାନେ କେଉଁଠି କେମିତି ଅଛନ୍ତି, କିଛି ଜଣାପଡ଼ିନି। ଏହିଭଳି ଭୋଟର କଟକରେ ସର୍ବାଧିକ ୨୦୦୬ ଜଣ ଅଛନ୍ତି। ଦେବଗଡ଼ରେ ଏମିତି ଭୋଟର କେହି ନଥିବାବେଳେ ନୟାଗଡ଼ରେ ୧୦୭୯ ଜଣ ଅଛନ୍ତି। ବୌଦ୍ଧ, ନୂଆପଡ଼ା, ଝାରସୁଗୁଡ଼ାକୁ ଛାଡ଼ି ବାକି ସବୁ ଜିଲ୍ଲାରେ ଶତାଧିକ ଭୋଟରଙ୍କ ବିଷୟରେ କେହି କିଛି ଜାଣିନାହାନ୍ତି। 
ସିଇଓଙ୍କ କାର୍ଯ୍ୟାଳୟର ସୂଚନା ଅନୁଯାୟୀ, ଏସ୍‌ଆଇଆର୍‌ ପାଇଁ ନିୟୋ‌ଜିତ ହୋଇଥିବା ୧୪୭ ଜଣ ଇଆର୍‌ଓ ପ୍ରତି ବିଧାନସଭା ନିର୍ବାଚନ ମଣ୍ଡଳୀ ଅନୁଯାୟୀ ନିଖୋଜ ଭୋଟରଙ୍କ ରିପୋର୍ଟ ଦେବେ। କୌଣସି ‌ବିଦେଶୀ ନାଗରିକଙ୍କୁ ଭୋଟର ତାଲିକାରେ ସାମିଲ ନ କରିବାକୁ କୁହାଯାଇଛି। ଯେଉଁମାନଙ୍କ ନାମ କଟିଛି ସେମାନେ ଫର୍ମ-୬ ଦେଇ ଏବେ ନାମ ଯୋଡ଼ିପାରିବେ। ଯଦି ଏହି ଘୋଷଣାପତ୍ରରେ ଭୁଲ୍‌ ତଥ୍ୟ ଦେଇ କେହି ନାମ ଯୋଡ଼ିବେ ତେବେ ଧରାପଡ଼ିଲେ ୧ ବର୍ଷ ଜେଲ୍‌ ଦଣ୍ଡ ସହ ଜରିମାନା ହେବ ବୋଲି କୁହାଯାଇଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.