ARTICLE AD BOX
ନାରାୟଣପାଟଣା: ଚାଷୀ ମୂଲିଆ ଆଦିବାସୀ ସଂଘର ଆନ୍ଦୋଳନ ଯୋଗୁଁ କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକ୍ର ଶହ ଶହ ଅଣଆଦିବାସୀ ପରିବାର ବିସ୍ଥାପିତ ହୋଇଥିଲେ। ନିଜ ପୈତୃକ ଜମିରୁ ବେଦଖଲ ହୋଇ ରାତାରାତି ଘର ଏବଂ ଗାଁ ଛାଡ଼ିଥିବା ପରିବାର ବିଭିନ୍ନ ସ୍ଥାନରେ ଆଶ୍ରୟ ନେଇଥିଲେ। ୧୮ବର୍ଷର ସଂଘର୍ଷ ଓ ହାଇକୋର୍ଟଙ୍କ ଆଦେଶ ପରେ ଏବେ ନିଜ ପୈତୃକ ଜମି ଫେରି ପାଇଛନ୍ତି ପ୍ରଥମ ବିସ୍ଥାପିତ ଭାସ୍କର ବିଡ଼ିକା। ଏହି ନ୍ୟାୟିକ ବିଜୟ ପରେ ଅନ୍ୟ ଶତାଧିକ ବିସ୍ଥାପିତ ପରିବାରଙ୍କ ଭିଟାମାଟିକୁ ଫେରିବା ଆଶା ଉଜ୍ଜୀବିତ ହୋଇଛି। ୨୦୦୭ରେ ନାରାୟଣପାଟଣା ବ୍ଲକରେ ନାଚିକା ଲିଙ୍ଗାଙ୍କ ନେତୃତ୍ବରେ ଚାଷୀ ମୂଲିଆ ଆଦିବାସୀ ସଂଘ ମୁଣ୍ଡ ଟେକିଥିଲା। ହଜାର ହଜାର ଅଣଆଦିବାସୀଙ୍କ ଜମିକୁ ନିଜ କବ୍ଜାକୁ ନେଇଥିଲା ସଂଘ। ନାଲିବାନା ପୋତି ଅଣଆଦିବାସୀଙ୍କ ଜମି ଅକ୍ତିଆର କରିବା ସହ ଚାଷ କଲେ। ଅନ୍ୟପଟେ ସଂଘର ଆତଙ୍କରାଜ ଯୋଗୁଁ ଅଣଆଦିବାସୀ ଘର, ଚାଷ ଜମି ଏବଂ ସଂପତ୍ତିବାଡ଼ି ଛାଡ଼ି ଅନ୍ୟତ୍ର ପଳାଇଲେ। ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିଲା ପୋଡ଼ାପଦର ପଞ୍ଚାୟତ। ୨୦୧୫ ଅକ୍ଟୋବର ୨୭ରେ ନାଚିକାଙ୍କ ଆତ୍ମସମର୍ପଣ ପରେ ଆନ୍ଦୋଳନର ଅନ୍ତ ଘଟିଲା। ଏହାପରେ ଶାନ୍ତି ଫେରିଥିଲେ ସୁଦ୍ଧା ଆତଙ୍କ ଥମି ନଥିଲା। ତେଣୁ ବିସ୍ଥାପିତ ଫେରିନଥିଲେ।
Supreme Court: ବାର୍ କାଉନସିଲ୍ ଅଧ୍ୟକ୍ଷଙ୍କ ୫ ବର୍ଷିଆ କାର୍ଯ୍ୟକାଳକୁ ନେଇ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ
ଅସ୍ତିତ୍ବ ହରାଇଲା ଚାଷୀ ମୂଲିଆ ଆଦିବାସୀ ସଂଘ
ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ବିସ୍ଥାପିତଙ୍କ ଆଶା ଉଜ୍ଜୀବିତ
ଯାଯାବର ଜୀବନ ବିତାଉଥିବା ବିସ୍ଥାପିତ ଜମି ଫେରି ପାଇବାକୁ ବାରମ୍ବାର ପ୍ରଶାସନ, ସରକାରଙ୍କ ସହ ଜନପ୍ରତିନିଧିଙ୍କୁ ଗୁହାରି କରିଆସୁଥିଲେ। କୌଣସି ସୁଫଳ ନ ମିଳିବାରୁ ବିସ୍ଥାପିତ ବରିଷ୍ଠ ନାଗରିକ ଭାସ୍କର ବିଡ଼ିକା ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ହାଇକୋର୍ଟ ପକ୍ଷ ଶୁଣିବା ପରେ ଭାସ୍କରଙ୍କ ସପକ୍ଷରେ ରାୟ ଦେଇଛନ୍ତି। କୋର୍ଟଙ୍କ ଆଦେଶ କ୍ରମେ ତଥା କୋରାପୁଟ ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଆଜି ଭାସ୍କରଙ୍କ ପୈତୃକ ଜମିର ମାପଚୁପ କରାଯାଇଛି। ତହସିଲଦାର ପ୍ରଭାତୀ ଝୋଡ଼ିଆଙ୍କ ତତ୍ତ୍ବାବଧାନରେ ନାରାୟଣପାଟଣା ଥାନା ଏସ୍ଆଇ ରମେଶ ପାତ୍ରଙ୍କ ନେତୃତ୍ବରେ ପୁଲିସ ଫୋର୍ସ ଉପସ୍ଥିତିରେ ଜମି ଚିହ୍ନଟ ହୋଇଛି। ରାଜସ୍ବ ନିରୀକ୍ଷକ ବିଜୟ କୁମାର ବାଘ, ଅମିନ ବି. ହେମନ୍ତ କୁମାର ତଳରେଙ୍ଗା ଗାଁ ନିକଟରେ ରହିଥିବା ଭାସ୍କରଙ୍କ ଗୋଟିଏ ଏକର ଜମି ମାପଚୁପ କରିଛନ୍ତି। ୧୯୭୩ରେ ଭାସ୍କରଙ୍କ ପିତା ମାର୍କା ବିଡ଼ିକା ଏହି ଜମି ତଳରେଙ୍ଗା ଗାଁର ସିପୁ ନାଚିକାଙ୍କ ଠାରୁ କିଣିଥିଲେ। ଚାଷୀ ମୂଲିଆ ଆଦିବାସୀ ସଂଘର ଆନ୍ଦୋଳନ ସମୟରେ ତଳରେଙ୍ଗା ଗାଁର ସବା ନାଚିକାଙ୍କ ଦୁଇ ପୁଅ ରାଣୁ ନାଚିକା ଏବଂ ଲିଙ୍ଗେୟା ନାଚିକା ଉକ୍ତ ଜମିକୁ ଅକ୍ତିଆର କରି ଚାଷ କରୁଥିଲେ। ପୈତୃକ ସଂପତ୍ତି ଉପରେ ପୁଣି ଅଧିକାର ପାଇବା ପରେ କୋର୍ଟ ଏବଂ ପ୍ରଶାସନକୁ ଭାସ୍କର କୃତଜ୍ଞତା ଜଣାଇଛନ୍ତି। ଏମିତି ଶହ ଶହ ପରିବାରର ଚାଷ ଜମି ଓ ବାସଗୃହ ଏବେ ମଧ୍ୟ ଜବରଦଖଲରେ। ଭାସ୍କର ଜମି ଫେରି ପାଇଥିବାରୁ ଅନ୍ୟ ବିସ୍ଥାପିତଙ୍କ ନ୍ୟାୟ ପାଇବା ଆଶା ବଢ଼ିଛି।
El Nino: ଅତି ଶକ୍ତିଶାଳୀ ହେବ ଏଲ୍ ନିନୋ, ଫେବ୍ରୁଆରି ପର୍ଯ୍ୟନ୍ତ ପ୍ରଭାବ

1 week ago
7


