ARTICLE AD BOX
ୱାସିଂଟନ:ଆମେରିକା କଂଗ୍ରେସ ଭାରତ ଏବଂ ରୁଷ ସମେତ ଅନେକ ଦେଶ ଉପରେ ୧୦୦% ଶୁଳ୍କ ଲାଗୁ କରିବା ପାଇଁ ଏକ ବିଲ୍ ପାସ୍ କରିଛି। ଏହି ବିଲ୍କୁ ‘ଲିଣ୍ଡସେ ଓ. ଗ୍ରାହାମ୍ ସାଙ୍କସନିଂ ଏସିଆ ଆଣ୍ଡ ଇରାନ ଆକ୍ଟ-୨୦୨୬’ର ରୁଷିଆ ଏବଂ ଇରାନକୁ ସୀମିତ କରିବା ଆଇନ କୁହାଯାଉଛି। ଏହି ବିଲ୍ ବୁଧବାର ଦିନ ପ୍ରତିନିଧି ସଭା ନିମ୍ନ ସଦନରେ ପାରିତ ହୋଇଛି। ଏହାର ସପକ୍ଷରେ ୨୬୨ ଏବଂ ବିପକ୍ଷରେ ୧୫୯ ଭୋଟ ପଡ଼ିଛି। ଏହି ବିଲ୍ ପୂର୍ବରୁ ସେନେଟ୍ ଉଚ୍ଚ ସଦନରେ ପାରିତ ହୋଇସାରିଛି। ଏହି ବିଲ୍ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଭାରତ ସମେତ ରୁଷିଆ ତେଲ ଏବଂ ଗ୍ୟାସ୍ କିଣୁଥିବା ଶୀର୍ଷ ପାଞ୍ଚଟି ଦେଶ ଉପରେ ୧୦୦ ପ୍ରତିଶତ ପର୍ଯ୍ୟନ୍ତ ଆମଦାନୀ ଶୁଳ୍କ ଲାଗୁ କରିବାକୁ ଅଧିକାର ଦେଇଛି।ଏହି ବିଲ୍ ଦ୍ୱାରା ଚୀନ୍,ସ୍ଲୋଭାକିଆ, ହଙ୍ଗେରୀ ଏବଂ ଆଜରବାଇଜାନ ମଧ୍ୟ ଅନ୍ତର୍ଭୁକ୍ତ ହୋଇପାରନ୍ତି। ବିଲ୍ ଏବେ ଅନୁମୋଦନ ଏବଂ ଆଇନ ହେବା ପାଇଁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିକଟକୁ ଯିବ। ବିଲ୍ ଏବେ ଟ୍ରମ୍ପଙ୍କ ହସ୍ତାକ୍ଷରକୁ ଅପେକ୍ଷା କରିଛି। କଂଗ୍ରେସ ରୁଷ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କୁ ଏକ ସ୍ପଷ୍ଟ ବାର୍ତ୍ତା ଦେଇଛି ଯେ, ଆମେରିକା ତାଙ୍କ ବିରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ କରୁଛି।
କିଛି ସମୟ ଲାଗିପାରେ
ଆମେରିକା ଅନୁସାରେ ରୁଷର ଅଶୋଧିତ ତୈଳ ବାଣିଜ୍ୟ ୟୁକ୍ରେନ ବିରୋଧରେ ଜାରି ରହିଥିବା ଯୁଦ୍ଧକୁ ପାଣ୍ଠି ଯୋଗାଉଛି। ଏହି ବିଲ୍ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଭାରତ ଏବଂ ଚୀନ୍ ସମେତ ରୁଷର ପ୍ରମୁଖ ତୈଳ ବାଣିଜ୍ୟିକ ଅଂଶୀଦାରମାନଙ୍କ ଉପରେ ୧୦୦% ଶୁଳ୍କ ଲଗାଇବାର ଅଧିକାର ଦେବ। ଯଦିଓ ଅଗଷ୍ଟ ୭ ତାରିଖରେ ଆମେରିକା ସିନେଟ୍ ଦ୍ୱାରା ଗୃହୀତ ବିଲ୍ରେ ରୁଷର ବାଣିଜ୍ୟିକ ଅଂଶୀଦାରଙ୍କ ନାମ ନାହିଁ, କିନ୍ତୁ ପରିମାଣ ଅନୁସାରେ ତେଲ ଏବଂ ଗ୍ୟାସର ପାଞ୍ଚଟି ବୃହତ୍ ଆମଦାନିକାରୀଙ୍କ ନାମ ଉଲ୍ଲେଖ କରାଯାଇଛି। ସେଥିରେ ଚୀନ୍ ଏବଂ ଭାରତର ନାମ ରହିଛି। ତେବେ ଆମେରିକା ଭାରତ ଉପରେ କେତେ ଏବଂ କେବେ ଶୁଳ୍କ ଲାଗୁ କରିବ ତାହା ସ୍ପଷ୍ଟ ହୋଇନାହିଁ। ଏଥିପାଇଁ କିଛି ସମୟ ଲାଗିପାରେ ବୋଲି କୁହାଯାଉଛି।
Terrorist Attack: ଉଧମପୁରରେ ବିଳମ୍ବିତ ରାତିରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀ ମୁହାଁମୁହିଁ: ୨ ନିହତ

16 hours ago
2


