୫ ବର୍ଷରେ ସିଏସ୍‌ଆର୍‌ ଖର୍ଚ୍ଚ ୫୩୦୭ କୋଟି: ପ୍ରାୟ ତିନି ଗୁଣା ବଢ଼ିଛି, ମହାରାଷ୍ଟ୍ରର ବର୍ଷକର ଖର୍ଚ୍ଚଠୁ କମ୍‌

1 week ago 8
ARTICLE AD BOX

ଭୁବନେଶ୍ବର: ଓଡ଼ିଶା‌ରେ କର୍ପୋରେଟ୍‌ ସାମାଜିକ ଦାୟିତ୍ବବୋଧ (ସିଏସ୍‌ଆର୍‌) ଅଧୀନରେ ହେଉଥିବା ଖର୍ଚ୍ଚ ବିଗତ ପାଞ୍ଚ ବର୍ଷରେ ପ୍ରାୟ ତିନି ଗୁଣା ବୃଦ୍ଧି ପାଇଛି। ସଂସଦରେ ଉପସ୍ଥାପିତ ତଥ୍ୟ ଅନୁସାରେ ୨୦୨୦-୨୧ ଆର୍ଥିକ ବର୍ଷରେ ରାଜ୍ୟରେ ସିଏସ୍‌ଆର୍‌ ବ୍ୟୟ ୫୭୮.୧୬ କୋଟି ଟଙ୍କା ଥିଲା। ୨୦୨୧-୨୨ରେ ତାହା ୭୫୨.୩୭ କୋଟି ଟଙ୍କା, ୨୦୨୨-୨୩ରେ ୯୯୮.୦୭ କୋଟି ଟଙ୍କା, ୨୦୨୩-୨୪ରେ ୧୪୦୪.୨୪ କୋଟି ଟଙ୍କା ଓ ୨୦୨୪-୨୫ରେ ୧୫୭୪.୯୮ କୋଟି ଟଙ୍କା ରହିଥିଲା। ଏହି ପାଞ୍ଚ ଆର୍ଥିକ ବର୍ଷରେ ସିଏସ୍‌ଆର୍‌ ବାବଦରେ ଓଡ଼ିଶାରେ ମୋଟ୍‌ ୫୩୦୭.୮୨ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ତେବେ ମହାରାଷ୍ଟ୍ର‌ରେ ଗୋଟିଏ ବର୍ଷରେ ହେଉଥିବା ସିଏସ୍‌ଆର୍‌ ଖର୍ଚ୍ଚଠାରୁ ଏହା ଯଥେଷ୍ଟ କମ୍‌ । ୨୦୨୪-୨୫ ଆର୍ଥିକ ବର୍ଷରେ ମହାରାଷ୍ଟ୍ରରେ ୮୬୩୦.୮୦ କୋଟି ଟଙ୍କା ସିଏସ୍‌ଆର୍‌ ଖର୍ଚ୍ଚ ହୋଇଥିଲା। 

Arrest: ମୁଖ୍ୟମନ୍ତ୍ରୀ ବିଜୟଙ୍କ ନାଁରେ ଅପମାନଜନକ ମନ୍ତବ୍ୟ: ଡିଏମ୍‌କେ ବିଧାୟକ ଗିରଫ

ପ୍ରାୟ ତିନି ଗୁଣା ବଢ଼ିଛି
ମହାରାଷ୍ଟ୍ରର ବର୍ଷକର ଖର୍ଚ୍ଚଠୁ କମ୍‌
ଅନୁଗୋଳରେ ସର୍ବାଧିକ, ଝାରସୁଗୁଡ଼ାରେ କମୁଛି

କର୍ପୋରେଟ୍‌ ଡାଟା ମ୍ୟାନେଜମେଣ୍ଟ୍‌ ସେଲ୍‌ ତଥ୍ୟକୁ ଅନୁଶୀଳନ କରିବାରୁ ଜଣାପଡ଼ିଛି ଯେ ୨୦୨୪-୨୫ରେ ରାଜ୍ୟରେ ସର୍ବାଧିକ ୩୯୨ କୋଟି ଟଙ୍କାର ସିଏସ୍‌ଆର୍‌ ପାଣ୍ଠି ଅନୁଗୋଳ ଜିଲ୍ଲାରେ ଖର୍ଚ୍ଚ ହୋଇଥିଲା। ଏହା ପଛକୁ ଖୋର୍ଦ୍ଧାରେ ୨୧୧.୬୫ କୋଟି ଟଙ୍କା ଓ କେନ୍ଦୁଝରରେ ୧୮୬.୩୯ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ଓଡ଼ିଶାରେ ସିଏସ୍‌ଆର୍‌ ପାଣ୍ଠି ମୁଖ୍ୟତଃ ଅନୁଗୋଳ, ଖୋର୍ଦ୍ଧା, କେନ୍ଦୁଝର, ଝାରସୁଗୁଡ଼ା, ଯାଜପୁର, ସୁନ୍ଦରଗଡ଼, କଟକ, କୋରାପୁଟ, ପୁରୀ, ରାୟଗଡ଼ା ଓ ସମ୍ବଲପୁରରେ ଅଧିକ ଖର୍ଚ୍ଚ ହେଉଛି। ସୁବର୍ଣ୍ଣପୁର, ନବରଙ୍ଗପୁର, ନୟାଗଡ଼, ମାଲକାନାଗିରି, କେନ୍ଦ୍ରାପଡ଼ା, ଦେବଗଡ଼, ଗଜପତି, ବୌଦ୍ଧ ଓ ବରଗଡ଼ରେ ଏହି ଖର୍ଚ୍ଚ ନାମକୁମାତ୍ର ସ୍ତରରେ ରହିଛି। କେନ୍ଦୁଝର ଜିଲ୍ଲାରେ ବର୍ଷକ ଭିତରେ ସିଏସ୍‌ଆର୍‌ ଖର୍ଚ୍ଚ ପ୍ରାୟ ଦୁଇ ଗୁଣା ବଢ଼ିଛି। 

Egg Price Hike: ଅଣ୍ଡାଦର ହେଲା ସାଢ଼େ ଆଠ, ମଧ୍ୟାହ୍ନଭୋଜନ ଥାଳିରୁ ଉଭାନ

୨୦୨୨-୨୩ ଓ ୨୦୨୩-୨୪ରେ ଝାସୁଗୁଡ଼ାରେ ସିଏସ୍‌ଆର୍‌ ଖର୍ଚ୍ଚ ସର୍ବାଧିକ ଥିଲା। କିନ୍ତୁ ୨୦୨୪-୨୫ରେ ଅନୁଗୋଳ ସବୁ ଜିଲ୍ଲାକୁ ପଛରେ ପକାଇ ଦେଇଛି। ୨୦୨୦-୨୧ରେ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୧୧୨.୧୭ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିଲା। କିନ୍ତୁ ପରବର୍ତ୍ତୀ ତିନିଟି ଆର୍ଥିକ ବର୍ଷରେ ଏହି ଜିଲ୍ଲାରେ ଖର୍ଚ୍ଚ ହ୍ରାସ ପାଇବା ପରେ ୨୦୨୪-୨୫ରେ ପୁଣି ବଢ଼ିଥିଲା। ସୁନ୍ଦରଗଡ଼ ଜିଲ୍ଲାରେ ମଧ୍ୟ ସିଏସ୍‌ଆର୍‌ ଖର୍ଚ୍ଚରେ ଯଥେଷ୍ଟ ହ୍ରାସ ଘଟିଛି। ୨୦୨୨-୨୩ରେ ଏହି ଜିଲ୍ଲାରେ କମ୍ପାନିଗୁଡ଼ିକ ୧୧୩.୭୨ କୋଟି ଟଙ୍କା ସିଏସ୍‌ଆର୍‌ ବାବଦରେ ଖର୍ଚ୍ଚ କରିଥିଲେ। ପରବର୍ତ୍ତୀ ବର୍ଷ ତାହା ୩୭.୧୩ କୋଟି ଟଙ୍କାକୁ ଖସିଯାଇଥିଲା। ରାୟଗଡ଼ାରେ ମଧ୍ୟ ସିଏସ୍‌ଆର୍‌ ଖର୍ଚ୍ଚରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.