୨୦୦୦ଂ ସେଲ୍‌ସିଅସ୍‌ରେ ବରଫ

6 days ago 8
ARTICLE AD BOX

ଆମେ ଜାଣୁ ଯେ, ତାପମାତ୍ରା ଶୂନ ଡିଗ୍ରି ସେଲ୍‌ସିଅସ୍‌ ଟପିଲେ ବରଫ ତରଳିଯାଏ। ତେବେ ବୈଜ୍ଞାନିକମାନେ ୨୦୦୦ ଡିଗ୍ରି ସେଲ୍‌ସିଅସ୍‌ରୁ ଅଧିକ ତାପମାତ୍ରାରେ ମଧ୍ୟ ବରଫକୁ କଠିନ ଅବସ୍ଥାରେ ରଖିପାରିଛନ୍ତି। ଏହାକୁ ‘ସୁପର୍‌ଆୟୋନିକ୍‌ ଆଇସ୍‌’ ବୋଲି କୁହାଯାଉଛି। ‘ଫିଜିକାଲ୍‌ ରିଭ୍ୟୁ ଲେଟର୍ସ’ ପତ୍ରିକା ଅନୁସାରେ, ସୂର୍ଯ୍ୟଠାରୁ ଅନେକ ଦୂରରେ ଅବସ୍ଥିତ ଅତ୍ୟଧିକ ଥଣ୍ଡା ଗ୍ରହ ଭାବେ ଜଣାଶୁଣା ୟୁରେନସ୍‌ ଓ ନେପଚ୍ୟୁନ୍‌ର ଅନ୍ତର୍ଭାଗରେ ଅତ୍ୟଧିକ ଚାପ ଓ ତାପମାତ୍ରା ଥିବାରୁ ଏଭଳି ବରଫ ଗଚ୍ଛିତ ହୋଇଥିବା ବୈଜ୍ଞାନିକମାନେ ଅନୁମାନ କରୁଛନ୍ତି। 

Data bank: ପ୍ରବାସୀ ଓଡ଼ିଆ ଡାଟା ବ୍ୟାଙ୍କ ଉନ୍ମୋଚନ ପାଇଁ ବ୍ୟାପକ ପ୍ରସ୍ତୁତି

ତେବେ ଆଚମ୍ବିତ କଲାଭଳି କଥା ହେଉଛି, ୨୦୦୦ ଡିଗ୍ରିରୁ ଅଧିକ ତାପମାତ୍ରାରେ ବରଫ ତିଷ୍ଠି ରହୁଛି କେମିତି? ଅମ୍ଲଜାନ ଓ ଉଦ୍‌ଯାନ ମିଶି ଜଳ ତିଆରି ବୋଲି ସମସ୍ତେ ଜାଣନ୍ତି। ସୁପର୍‌ଆୟୋନିକ୍‌ ଆଇସ୍‌ରେ ଅମ୍ଲଜାନର ପରମାଣୁଗୁଡ଼ିକ କଠିନ ସ୍ଫଟିକ ଭଳି ସ୍ଥିର ରହୁଥିବା ବେଳେ ଉଦ୍‌ଯାନ ଆୟନଗୁଡ଼ିକ ତରଳ ଅବସ୍ଥାରେ ଗତି କରୁଥାନ୍ତି। ଏହିଭଳି ଭାବରେ ଏହି ବରଫ ଉଭୟ କଠିନ ଓ ତରଳ ଗୁଣ ପ୍ରଦର୍ଶନ କରେ। ଏବେ ଜାଣିବା, ବୈଜ୍ଞାନିକମାନେ ଏହାକୁ କେମିତି ପ୍ରସ୍ତୁତ କଲେ? ବୈଜ୍ଞାନିକମାନେ ଦୁଇଟି ହୀରାଖଣ୍ଡ ମଧ୍ୟରେ ଛୋଟ ପାଣିବୁନ୍ଦାକୁ କୋଟି କୋଟି ଗୁଣ ଚାପରେ ରଖିବା ପରେ ତା’ ଉପରେ ଶକ୍ତିଶାଳୀ ଲେଜର୍‌ କିରଣ ପକାଇ ୨୦୦୦ ଡିଗ୍ରିରୁ ଅଧିକ ତାପ ପ୍ରୟୋଗ କଲେ। ଏହି ପାଣି ବାଷ୍ପରେ ପରିଣତ ନହୋଇ କଠିନ ବରଫ ହୋଇ ରହିଲା। ତଥ୍ୟ ଅନୁସାରେ, ଆଜିଠୁ ପ୍ରାୟ ୩୦ ବର୍ଷ ତଳେ ବୈଜ୍ଞାନିକମାନେ ଏଭଳି ବରଫ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ପରେ ପରେ ପରୀକ୍ଷାଗାରରେ ଗବେଷଣା ଚାଲୁ ରହିଥିଲା ଓ ଶେଷରେ ସୁପର୍‌ଆୟୋନିକ୍‌ ଆଇସ୍‌ର ପ୍ରମାଣ ମଧ୍ୟ ମିଳିଛି।

BRICS Summit 2026: ବ୍ରିକ୍ସ ସମ୍ମିଳନୀ ପୂର୍ବରୁ ୧୦୫ ବିମାନ ପାଇଁ ଭାରତୀୟ କମ୍ପାନି ସହ ରୁଷ୍‌ର ବୁଝାମଣା

Read Entire Article
LEFT SIDEBAR AD

Hidden in mobile, Best for skyscrapers.