ARTICLE AD BOX
ଦୌଲତ ଗିରି ନାମକ ଏହି ସାଧୁ ଗତ ୧୨ ବର୍ଷ ଧରି ଠିଆ ହୋଇ ଭଗବାନ ଶିବଙ୍କ ଆରାଧନା କରୁଛନ୍ତି। ତାଙ୍କର ଏହି କଠୋର ସାଧନା ପାଇଁ ସେ ଦେଶ ବିଦେଶରେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି।
ଜଣେ ସାଧାରଣ ମଣିଷ କେତେ ସମୟ ପର୍ଯ୍ୟନ୍ତ ଠିଆ ହୋଇ ରହିପାରିବେ? କିଛି ମିନିଟ୍... କିଛି ଘଣ୍ଟା, କିନ୍ତୁ ଘଣ୍ଟା ଘଣ୍ଟା ଧରି ଠିଆ ହେବା ଅନେକଙ୍କ ପାଇଁ କଷ୍ଟକର। କିନ୍ତୁ ଉତ୍ତରପ୍ରଦେଶର ପବିତ୍ର ନଗରୀ ବାରାଣସୀରେ ଜଣେ ସାଧୁଙ୍କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଶୁଣିବାକୁ ମିଳିଛି ଯେ ଦୌଲତ ଗିରି ନାମକ ଏହି ସାଧୁ ଗତ ୧୨ ବର୍ଷ ଧରି ଠିଆ ହୋଇ ଭଗବାନ ଶିବଙ୍କ ଆରାଧନା କରୁଛନ୍ତି। ଦୌଲତ ଗିରି ବାବା ଏବେ ଦୁଲାଲ ଗିରିଜୀ ମହାରାଜ ଏବଂ ସାଧୁ ଖରେଶ୍ୱରୀ ବାବା ନାମରେ ମଧ୍ୟ ବେଶ୍ ଜଣାଶୁଣା। ତାଙ୍କର ଏହି କଠୋର ସାଧନା ପାଇଁ ସେ ଦେଶ ବିଦେଶରେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି।
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

3 weeks ago
12


