ହୋଟେଲର ସପ୍ତମ ମହଲାରୁ ତଳକୁ ପଡ଼ି ଯୁବକ ମୃତ

1 day ago 1
ARTICLE AD BOX

ଘଟଣାର ପ୍ରକୃତ କାରଣ ଓ କେଉଁ ପରିସ୍ଥିତିରେ ଏହା ଘଟିଛି, ସେ ସମ୍ପର୍କରେ ବଳିଆପଣ୍ଡା ଥାନା ପୁଲିସ ପକ୍ଷରୁ ତଦନ୍ତ ଜାରି ରହିଛି। ତଦନ୍ତ ପରେ ଆବଶ୍ୟକୀୟ ଆଇନଗତ ପଦକ୍ଷେପ ଗ୍ରହଣ କରାଯିବ।

 (Sambad) Youth Dies Photograph: (Sambad)

ପୁରୀ: ବଳିଆପଣ୍ଡା ଥାନା ଅନ୍ତର୍ଗତ ୱାଇଲ୍ଡବେରି ହୋଟେଲରେ ଭୋରୁ ଭୋରୁ ଏକ ଦୁଃଖଦ ଘଟଣା ଘଟିଛି। ସୁନ୍ଦରଗଡର ଅର୍ଜୁନ କିଶାନ ନାମକ ଜଣେ ବ୍ୟକ୍ତି ହୋଟେଲର ସପ୍ତମ ମହଲାରୁ ତଳକୁ ପଡ଼ି ଯାଇଥିଲେ । ଘଟଣାର ସୂଚନା ପାଇବାମାତ୍ରେ ବଳିଆପଣ୍ଡା ଥାନା ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ସେହି ବ୍ୟକ୍ତିଙ୍କୁ ଚିକିତ୍ସା ପାଇଁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣାର ପ୍ରକୃତ କାରଣ ଓ କେଉଁ ପରିସ୍ଥିତିରେ ଏହା ଘଟିଛି, ସେ ସମ୍ପର୍କରେ ବଳିଆପଣ୍ଡା ଥାନା ପୁଲିସ ପକ୍ଷରୁ ତଦନ୍ତ ଜାରି ରହିଛି। ତଦନ୍ତ ପରେ ଆବଶ୍ୟକୀୟ ଆଇନଗତ ପଦକ୍ଷେପ ଗ୍ରହଣ କରାଯିବ।

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.