ରକ୍ତରେ ଭିଜୁଛି ରାଜଧାନୀ: ୬ ମାସରେ ୧୫ ହତ୍ୟା, ତ୍ରିକୋଣୀୟ ପ୍ରେମରୁ ଗଡ଼ୁଛି ମୁଣ୍ଡ

3 weeks ago 11
ARTICLE AD BOX

ଭୁବନେଶ୍ବର: ପ୍ରେମ, ପୂର୍ବଶତ୍ରୁତା, ରାଜନୈତିକ ପ୍ରତିଶୋଧ ହେଉ କି ବ୍ୟବସାୟିକ ଶତ୍ରୁତା କାରଣରୁ ରାଜଧାନୀରେ ଯୋଜନାବଦ୍ଧ ଓ ସଂଘବନ୍ଧ ହତ୍ୟାକାଣ୍ଡ ଚିନ୍ତା ବାଢ଼ାଇଲାଣି। ଗୋଡ଼ହାତ ବାନ୍ଧି ପୁଲିସ ସାମ୍ନାରେ ପିଟିପିଟି ତ କେଉଁଠି ଗାଡ଼ି ଚଢ଼ାଇ, ପଥର ଛେଚି, ଖଣ୍ଡାରେ ହାଣି ଏଭଳି ଗତ ୬ମାସରେ ୧୫ ମୁଣ୍ଡ ଗଡ଼ିଲାଣି। ଦିନକୁ ଦିନ ଆଇନଶୃଙ୍ଖଳା ସ୍ଥିତି ବିଗିଡ଼ିବା ସହ ଲୋକଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଲାଣି। ରାଜଧାନୀରେ ପ୍ରତିଦିନ ପୁଲିସକୁ ଚ୍ୟା‌ଲେଞ୍ଜ ଦେଉଛନ୍ତି ଅପରାଧୀ। ସଦ୍ୟ ଉଦାହରଣ ସ୍ବରୂପ, ଗତ ରବିବାର ବିଳମ୍ବିତ ରାତିରେ ଖଣ୍ଡଗିରି ଥାନା କୋଳଥିଆ ଅଞ୍ଚଳରେ ଦୁଇ ନାବାଳକ ପ୍ରତିଶୋଧ ନେବାକୁ ରାତିଅଧରେ ଘରେ ପଶି କୃଷ୍ଣ ପାଢ଼ୀ ଓ ତାଙ୍କ ବାପା ହିମାଂଶୁ ପାଢ଼ୀଙ୍କୁ ରଡ଼୍‌ରେ ପିଟି ହତ୍ୟା କଲେ। ଏହି ଘଟଣାର ୧୦ ଦିନ ପୂର୍ବରୁ ମଞ୍ଚେଶ୍ବର ଥାନା ଗାଡ଼କଣରେ ପରକୀୟା ପ୍ରୀତି ସନ୍ଦେହରୁ ସୁଶୀଲ କୁମାର ସିଂଙ୍କୁ ହତ୍ୟା କରାଯାଇଥିଲା। ତ‌ା’ର ୧୫ ଦିନ ପୂର୍ବରୁ , ଚନ୍ଦ୍ରଶେଖରପୁର ଅଞ୍ଚଳରେ  ବରୁଣ ରାଉତରାୟ ନାମକ ଜଣେ ଯୁବକଙ୍କ ଉପରେ ଥାର ଗାଡ଼ି ଚଢ଼ାଇ ହତ୍ୟା କରାଯାଇଥିଲା।

Tree planting in baramunda: ବରମୁଣ୍ଡାରେ ଦ୍ବିତୀୟ ମିୟାୱାକି ପଦ୍ଧତି ବୃକ୍ଷରୋପଣ: ନଗର ଉନ୍ନୟନ ମନ୍ତ୍ରୀ କଲେ ଶୁଭାରମ୍ଭ

ତ୍ରିକୋଣୀୟ ପ୍ରେମରୁ ଗଡ଼ୁଛି ମୁଣ୍ଡ
ପ୍ରେମକୁ ନେଇ ବର୍ଷ ଆରମ୍ଭରୁ ରାଜଧାନୀରେ ଗଡ଼ିଥିଲା ମୁଣ୍ଡ। ଏକତରଫା ଭାବେ ଭଲପାଉଥିବା ରାଜେଶ ତାର ସହଯୋଗୀଙ୍କ ସହ ସଂଘବଦ୍ଧ ହୋଇ ବିଚ୍‌ ରାସ୍ତାରେ ନୂଆପଲ୍ଲୀ ନୀଳକଣ୍ଠନଗର ଅଞ୍ଚଳର ଜିତେନ୍ଦ୍ର ଦାସ ଓରଫ ବବୁଲ୍‌ଙ୍କୁ ଗୋଡ଼ାଇ ଗୋଡ଼ାଇ ଚାପଡ଼, ଖଣ୍ଡାରେ ହାଣି ହତ୍ୟା କରିଥିଲା। ଏହି ମାମଲାରେ ନୂଆପଲ୍ଲୀ ଥାନା ପୁଲିସ ମୁଖ୍ୟ ଅଭିଯୁକ୍ତ ନାରାୟଣ ବସ୍ତିର ରାଜେଶ ନାୟକ, ରାଜା ରାୟ, କାଳିଆ ମହାନ୍ତି, ଶନି ନାଏକ ଓ ରାଜେଶ ବେହେରାକୁ ଗିରଫ କରିଥିଲା। ସେହିପରି ଚନ୍ଦ୍ରଶେଖରପୁର ଥାନା ନୀଳାଦ୍ରିବିହାର ମଙ୍ଗଳାମନ୍ଦିର ଛକ ନିକଟରେ ପ୍ରେମିକାକୁ ପ୍ରେମ ନିବେଦନ ବେଳେ ପୂର୍ବପ୍ରେମିକ ବ୍ରହ୍ମଗିରି ହାସିନପୁରର ସତ୍ୟବ୍ରତ ପ୍ରଧାନଙ୍କୁ ଛୁରି ଭୁସି ହତ୍ୟା କରାଗଲା। ଚନ୍ଦ୍ରଶେଖରପୁର ଥାନା ପୁଲିସ ପ୍ରେମିକା ଲିଜା କାଣ୍ଡି ଓ ସମ୍ପୃକ୍ତ ଯୁବକଙ୍କୁ ଗିରଫ କରିଥିଲା।

ପୁଲିସ ସାମ୍ନାରେ ପୁଲିସକୁ ପିଟିପିଟି ହତ୍ୟା
ବାଲିଅନ୍ତା ଥାନା ରାମଚନ୍ଦ୍ରପୁର ବ୍ରିଜ୍‌ ଉପରେ ପୁଲିସ ସାମ୍ନାରେ ଜିଆର୍‌ପି କନେଷ୍ଟବଳ ସୌମ୍ୟରଂଜନ ସ୍ବାଇଁଙ୍କୁ ଗୋଡ଼ହାତ ବାନ୍ଧି ଲୁହା ପାଇପ୍‌ରେ ଟଙ୍ଗାଇ ସଂଘବଦ୍ଧ ଭାବେ ରଡ୍‌, ବହ୍ଲାରେ ପିଟିପିଟି ହତ୍ୟା କରାଯିବା ରାଜ୍ୟରେ ଚହଳ ସୃଷ୍ଟି କରିଥିଲା। ଏହି ଛାତିଥରା ହତ୍ୟା ଘଟଣାର ତଦନ୍ତ ପୁଲିସ ହାତରୁ କ୍ରାଇମ୍‌ବ୍ରାଞ୍ଚକୁ ନ୍ୟସ୍ତ କରାଗଲା। ଘଟଣାରେ ଏପର୍ଯ୍ୟନ୍ତ ୨୦ରୁ ଅଧିକ ଗିରଫ ହେଲେଣି।

Reality shows: ସାମାଜିକ ଗଣମାଧ୍ୟମରୁ ରିଆଲିଟି ସୋ

ସ୍ବାମୀ ପାଲଟୁଛି ସଇତାନ୍‌
ଭରତପୁର ଥାନା ଫୁଲେଶ୍ବର ବସ୍ତିରେ ମଦ ପିଇବା ପାଇଁ ପୂର୍ଣ୍ଣଚନ୍ଦ୍ର ମଲ୍ଲିକ ପତ୍ନୀ ସାବିତ୍ରୀ ମଲ୍ଲିକଙ୍କୁ ଛୁରିରେ ଆକ୍ରମଣ କରି ହତ୍ୟା କରିଥିଲା। ଘଟଣାରେ ପୁଲିସ ପୂର୍ଣ୍ଣଚନ୍ଦ୍ରକୁ ଗିରଫ କରିଥିଲା। ସେହିପରି ସାମାନ୍ୟ ବଚସାରୁ ବଡ଼ଗଡ଼ ଥାନା ବାଙ୍କୁଆଳ ଅଞ୍ଚଳରେ ସୁଶାନ୍ତ ସ୍ବାଇଁ ପତ୍ନୀ ଅମ୍ବିକା ସ୍ବାଇଁଙ୍କୁ କାଠ ଫାଳିଆରେ ପିଟିପିଟି ହତ୍ୟା କରିଥିଲା। ଏୟାରଫିଲ୍ଡ ଥାନା କୁହା ଗ୍ରାମ ସ୍ବସ୍ତିକ୍‌ନଗରରେ ଦେବରାଜ ଷଡ଼ଙ୍ଗୀ ପତ୍ନୀ ପ୍ରିୟମ୍ବଦା ଷଡ଼ଙ୍ଗୀଙ୍କୁ ଛୁରିରେ ବେକକାଟି ହତ୍ୟା କରିବା ପରେ ଥାନାରେ ଆତ୍ମସମର୍ପଣ କରିଥିଲା। 

ୟୁଟ୍ୟୁବର୍‌ଙ୍କୁ ହତ୍ୟା
ବଚସାକୁ ନେଇ ଜିଜିପି କଲୋନି ସ୍କୁଲ୍‌ ପଡ଼ିଆରେ ୟୁଟ୍ୟୁବର୍‌ ରାହୁଲ୍‌ ମହାରଣାଙ୍କୁ ଛୁରି ଭୁସି ହତ୍ୟା କରାଗଲା। ଘଟଣାରେ ମଞ୍ଚେଶ୍ବର ଥାନା ପୁଲିସ ଆର୍ମି ଯବାନ କଟକଜିଲ୍ଲା କାନ୍‌ପୁର ଅଞ୍ଚଳର ସଂଗ୍ରାମ କେଶରୀ ବେହେରା ଓରଫ ଶତୁରା, ତାଙ୍କ ପୁତୁରା ସଂଗ୍ରାମ ବେହେରା ଓରଫ କୁନା ଓ ସମରେନ୍ଦ୍ର ବେହେରା ଓରଫ ମୁନାକୁ ଗିରଫ କରିଥିଲା।

Read Entire Article
LEFT SIDEBAR AD

Hidden in mobile, Best for skyscrapers.