ମହାଶୂନ୍ୟରୁ ଖସି ବି ଅକ୍ଷତ

2 weeks ago 5
ARTICLE AD BOX

ଗୋଟାଏ ମୋବାଇଲ୍‌ ଫୋନ୍‌ କେସ୍‌ ବା ଖୋଳ ଡିଜାଇନ୍‌କୁ ଚରମ ପରୀକ୍ଷାରେ ଅବତୀର୍ଣ୍ଣ କରାଇ ଏକ କମ୍ପାନି ଆଶ୍ଚର୍ଯ୍ୟଜନକ ସଫଳତା ହାସଲ କରିଛି। ସେହି ଖୋଳ ଲଗାଇ ମୋବାଇଲ୍‌ ଫୋନ୍‌କୁ ମହାଶୂନ୍ୟରୁ ପୃଥିବୀ ପୃଷ୍ଠକୁ ଖସାଯାଇଥିଲା। କିନ୍ତୁ, ମହାଶୂନ୍ୟରୁ ପଡ଼ି ମଧ୍ୟ ଫୋନ୍‌ଟି ସମ୍ପୂର୍ଣ୍ଣ ଅକ୍ଷତ ଅଛି।
ରାଇନୋସିଲ୍‌ଡ୍‌ ପିଟିଇ ଲିମିଟେଡ୍‌ ଏବଂ ଇଂଲଣ୍ଡ୍‌ର ସେଣ୍ଟ୍‌ ଇଣ୍ଟୁ ସ୍ପେସ୍‌ ଲିମିଟେଡ୍‌ର ମିଳିତ ଉଦ୍ୟମରେ ଏହି ପରୀକ୍ଷା କରାଯାଇଥିଲା। ଉକ୍ତ ସୁରକ୍ଷା ପ୍ରଦାନକାରୀ ଖୋଳ ଲଗାଇ ମୋବାଇଲ୍‌ଟିକୁ ପ୍ରଥମେ ବେଲୁନ୍‌ ଯୋଗେ ମହାଶୂନ୍ୟକୁ ନିଆଯାଇଥିଲା। ତା’ ପରେ ପୃଥିବୀ ପୃଷ୍ଠରୁ ୧,୦୦,୪୧୮ ଫୁଟ୍‌ ୮ ଇଞ୍ଚ୍‌ ଉଚ୍ଚତାରୁ ସ୍ବିଡେନ୍‌ ଉପରେ ଫୋନ୍‌ଟିକୁ ପକାଯାଇଥିଲା।

SCO summit: କିର୍ଗିଜ୍ ଗଣରାଜ୍ୟର ରାଷ୍ଟ୍ରପତିଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଦ୍ୱିପାକ୍ଷିକ ବୈଠକ

କେହି ଯେମିତି ଆହତ ନ ହୁଅନ୍ତି ସେଥିପାଇଁ ଜାଣିଶୁଣି ମୋବାଇଲ୍‌ଟିକୁ ଜନମାନବଶୂନ୍ୟ ଅରଣ୍ୟାରେ ପକାଯିବାର ବ୍ୟବସ୍ଥା କରାଯାଇଥିଲା। କିନ୍ତୁ, ପତିତ ଫୋନ୍‌ଟିକୁ ଖୋଜି ପାଇବା କଷ୍ଟକର ଥିଲା। ହେଲିକପ୍ଟର୍‌ ଯୋଗେ କରାଯାଇଥିବା ଫୋନ୍‌ ଅନ୍ବେଷଣ ଅଭିଯାନରେ ପାଇଲଟ୍‌ଙ୍କୁ ଛାଡ଼ି ଟ୍ରାକିଙ୍ଗ୍‌ ଗିୟର୍‌ ସଜ୍ଜିତ ଦୁଇଜଣ ଇଞ୍ଜିନିୟର୍‌ ଓ ଦୁଇଜଣ ଭିଡିଓଗ୍ରାଫର୍‌ ଯାଇଥିଲେ। ଦୁଇ କିଲୋମିଟର୍‌ ଅଞ୍ଚଳରେ ପାଞ୍ଚ ଘଣ୍ଟାରୁ ଅଧିକ କାଳ ଅନ୍ବେଷଣ କରାଯିବା ପରେ ପରିଶେଷରେ ପତିତ ଫୋନ୍‌ଟିକୁ ଅକ୍ଷତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଏହି ସଫଳତାକୁ ଗିନିସ୍‌ ବୁକ୍‌ ଅଫ୍‌ ଵାର୍ଲଡ ରେକର୍ଡସ୍‌ରେ ସ୍ଥାନିତ କରାଯାଇଛି। 

NBA: ଜାତୀୟ ଜୈବବିବିଧତା ପ୍ରାଧିକରଣରୁ ମିଳିଲା ୫୮ ଲକ୍ଷ

Read Entire Article
LEFT SIDEBAR AD

Hidden in mobile, Best for skyscrapers.