ବିଲରେ ତଳି ରୋଉଥିବା ବେଳେ ବଜ୍ରଘାତରେ ଚାଷୀ ମୃତ

1 day ago 1
ARTICLE AD BOX

ବିନିକା: ବଜ୍ରପାତ ହେବାରୁ ଜଣେ କୃଷକଙ୍କ ଜୀବନ ଯାଇଥିବା ଜଣାପଡ଼ିଛି । ସୂଚନାଯୋଗ୍ୟ, ଗତକାଲି ବିନିକା ବ୍ଳକ ଲଛିପୁର ଥାନା ଖୁର୍ଡ଼ିଆବାହାଲ ଗ୍ରାମ ଚାଷୀ ଗଙ୍ଗାଧର ବାଗ୍ ବିଲରେ ତଳି ଉପାଡ଼ିବା ଓ ରୁଆ କାର୍ଯ୍ୟ କରୁଥିଲେ । ହଠାତ୍ ଘଡ଼ଘଡ଼ି ସହ ବର୍ଷା ହୋଇ ବଜ୍ରାଘାତ ହେବାରୁ ସେଠାରେ ବିଲରେ ପଡିଯାଇଥିଲେ । ବିଲରେ ଥିବା ପରିବାର ଲୋକେ ଓ ମଜୁରିଆମାନେ ମିଶି ଚିକିତ୍ସା ପାଇଁ ଡ଼ୁଙ୍ଗୁରିପାଲି ଡ଼ାକ୍ତରଖାନାକୁ ନେଇଥିଲେ । ଡାକ୍ତର ଗଙ୍ଗାଧରଙ୍କୁ ମୃତ ଘୋଷଣା କରିଥିବା ପରିବାର ଲୋକେ କହିଛନ୍ତି ।

Supreme Court: ନୀଟ୍ ଆନ୍ଦୋଳନ: ପୁଲିସ୍ କାର୍ଯ୍ୟାନୁଷ୍ଠାନ ନେଇ ସୁପ୍ରିମକୋର୍ଟ ଗଲେ ଆଇଆଇଟି ଛାତ୍ର

ଗଙ୍ଗାଧରଙ୍କ ବାମପାଶ୍ବରେ କାନ୍ଧ ଓ ଛାତିରେ ଆଘାତ ଲାଗିଥିବା ତାଙ୍କ ପୁଅ ଅଶୋକ ବାଗ୍ ଲଛିପୁର ଥାନାରେ ଲିଖିତ ଅଭିଯୋଗ ଦେଇଛନ୍ତି । ପରେ ଲଛିପୁର ଥାନାରେ ଏକ ମାମାଲା ରୁଜୁ କରି ମୃତଦେହକୁ ଜବତ କରି ଆଜି ଶବ ବ୍ୟବଚ୍ଛେଦ ପାଇଁ ବିନିକା ଡ଼ାକ୍ତର ଖାନାକୁ ଆଣିଥିବା ଜଣାପଡ଼ିଛି । ଏନେଇ ଲଛିପୁର ଆଇଆଇସି ଲିଙ୍ଗରାଜ ସେଠୀଙ୍କୁ ପଚରାଯିବାରୁୁ ଲିଖିତ ଅଭିଯୋଗକୁ ଭିତ୍ତିକରି ଏକ ୟୁଡ଼ି ମାମାଲ ରୁଜୁ କରି ଲଛିପୁର ଥାନା ଏଏସଆଇ କୈଲାଶ ଚନ୍ଦ୍ର ସାହୁ ତଦନ୍ତ ଜାରୀ ରଖିଥିବା ପ୍ରକାଶ କରିଛନ୍ତି । ଚାଷୀ ପରିବାକୁ ସରକାରୀ ସହଯୋଗ ଯୋଗାଇ ଦେବାକୁ ଦାବି ହେଉଛି ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.