ARTICLE AD BOX
ଭୁବନେଶ୍ୱର: ରାଜ୍ୟ ସରକାର ଏବଂ ପାରାଦୀପ ବନ୍ଦର କର୍ତୃପକ୍ଷଙ୍କ ମିଳିତ ସହଯୋଗରେ ୧୫୦୦ କୋଟି ଟଙ୍କା ନିବେଶରେ ପୁରୀରେ ଏକ ଅତ୍ୟାଧୁନିକ ‘ଅନ୍ତର୍ଜାତୀୟ କ୍ରୁଜ୍ ଟର୍ମିନାଲ୍’ ନିର୍ମାଣ କରାଯିବ ବୋଲି କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରଣାଳୟ ସର୍ବାନନ୍ଦ ସୋନୋୱାଲ ଘୋଷଣା କରିବା ପରେ ଏହାକୁ ଓଡ଼ିଶା ବିଜେପି ପକ୍ଷରୁ ସ୍ବାଗତ କରାଯାଇଛି। ବିଜେପି ରାଜ୍ୟ ଗଣମାଧ୍ୟମ ସଂଯୋଜକ ସୁଜିତ କୁମାର ଦାସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ରମନ୍ତ୍ରୀ ଶ୍ରୀ ସୋନୋୱାଲ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଧନ୍ୟବାଦ ଜଣାଇ କହିଛନ୍ତି ଯେ ଓଡ଼ିଶାରେ ପର୍ଯ୍ୟଟନ ଭିତିଭୂମିର ଉନ୍ନତୀକରଣ, ଆଧୁନିକୀକରଣ ଏବଂ ସମ୍ପ୍ରସାରଣକୁ ଡବଲ ଇଞ୍ଜିନ ସରକାରରେ ସର୍ବାଧିକ ପ୍ରାଥମିକତା ଦିଆଯାଉଛି।
Achievements: ରୋଟାରି କ୍ଲବ୍ ଭୁବନେଶ୍ବରକୁ ପ୍ଲାଟିନମ୍ କ୍ଲବ୍ ପୁରସ୍କାର
ଏହି କ୍ରମରେ ପୁରୀକୁ ଏକ ଅନ୍ତର୍ଜାତୀୟ ପର୍ଯ୍ୟଟନସ୍ଥଳୀ ଭାବେ ପରିଣତ କରିବା ପାଇଁ ସଡ଼କ ପଥ, ରେଳପଥ, ଆକାଶ ପଥ, ଜଳପଥ ଏବଂ ହୋଟେଲ ଶିଳ୍ପର ବିକାଶ ଉପରେ କ୍ରମାଗତ ଗୁରୁତ୍ୱ ଦିଆଯାଉଛି। ଅନ୍ତର୍ଜାତୀୟ କ୍ରୁଜ୍ ଟର୍ମିନାଲ୍ ପ୍ରତିଷ୍ଠା ହେବା ଦ୍ୱାରା ବିଶ୍ୱର କୋଣ ଅନୁକୋଣରୁ ବଡ଼ ବଡ଼ କ୍ରୁଜ୍ ଜାହାଜ ସିଧାସଳଖ ପୁରୀରେ ପହଞ୍ଚିପାରିବେ। ପର୍ଯ୍ୟଟନ କ୍ଷେତ୍ରର ଏହି ବିକାଶ ଯୋଗୁଁ ହୋଟେଲ, ପରିବହନ, ହସ୍ତଶିଳ୍ପ ଏବଂ ସ୍ଥାନୀୟ ବ୍ୟବସାୟରେ ହଜାର ହଜାର ଯୁବକଯୁବତୀଙ୍କ ପାଇଁ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ଏବଂ ରାଜ୍ୟର ଅର୍ଥନୀତି ଅଧିକ ସୁଦୃଢ଼ ହେବ।
DMFକୁ ୩ ହଜାର କୋଟି ଟଙ୍କା ଦେଇଥିବା ରାସ୍ତା ମରଣ ଯନ୍ତା; ୪୫ କିଲୋମିଟର ସଡ଼କରେ ହଜାର ଖାଲ

1 hour ago
1


