ARTICLE AD BOX
ଆପଣଙ୍କ ସାମ୍ନାକୁ ଏମିତି ଏକ ପ୍ରାଣୀ ହଠାତ୍ ଯଦି ଆସିଯାଏ, ଯାହାର ନାକ ଅସ୍ୱାଭାବିକ ଭାବେ ବଡ଼ ଏବଂ ତଳକୁ ଝୁଲିରହିଥିବ, େତେବ ତାକୁ ଦେଖିବାମାତ୍ରେ ଆପଣ ହୁଏତ ଚମକିପଡ଼ିବେ! ମଧ୍ୟ ଏସିଆର ବିଶାଳ ଷ୍ଟେପ୍ ମରୁଭୂମିରେ ବିଚରଣ କରୁଥିବା ସାଇଗା ହେଉଛି ଠିକ୍ ଏମିତି ଏକ ଅଦ୍ଭୁତ ପ୍ରାଣୀ। ଏହାର ଝୁଲି ପଡ଼ିଥିବା ନାକ ଅନ୍ୟ ମୃଗମାନଙ୍କ ଭିଡ଼ରୁ ଏହାକୁ ସ୍ୱତନ୍ତ୍ର କରି ଗଢ଼ିତୋଳିଛି।
Climate change: ବିଧାୟକ ସନାତନ ବିଜୁଳିଙ୍କ ଉପସ୍ଥିତିରେ ୫୦୦ରୁ ଊର୍ଦ୍ଧ୍ୱ ଚାରା ରୋପଣ ଓ ବଣ୍ଟନ
ସାଇଗାର ବୈଜ୍ଞାନିକ ନାମ ସାଇଗା ଟାଟାରିକା। ଏହା ବୋଭିଡେ ପରିବାରର ଏକ ବିଶିଷ୍ଟ ମୃଗ ପ୍ରଜାତି। ସାଇଗାର ମୁହଁର ସବୁଠାରୁ ଆକର୍ଷଣୀୟ ଓ ବିଚିତ୍ର ଅଂଶ ହେଉଛି ଏହାର ବଡ଼ ତଥା ଝୁଲିଥିବା ନାକ। ଦେଖିବାକୁ ଅଜବ ଲାଗୁଥିଲେ ମଧ୍ୟ ଏହି ନାକ ସାଇଗାର ଜୀବନଧାରଣ ପାଇଁ ଅତ୍ୟନ୍ତ ଉପଯୋଗୀ। ଧୂଳିଭରା ଷ୍ଟେପ୍ ମରୁଭୂମିରେ ଦ୍ରୁତଗତିରେ ଦୌଡ଼ିବା ସମୟରେ ଏହାର ନାସାପଥ ଧୂଳିକଣାକୁ ରୋକିବାରେ ସହାୟତା କରେ। ଏହାସହିତ, ଶୀତଦିନରେ ଅତ୍ୟଧିକ ଥଣ୍ଡା ବାୟୁ ଶରୀର ଭିତରକୁ ପ୍ରବେଶ କରିବା ପୂର୍ବରୁ ତାହାକୁ କିଛି ପରିମାଣରେ ଉଷ୍ମ କରିବାରେ ମଧ୍ୟ ଏହି ବିଶେଷ ନାକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଏ। ଏକ ବୟସ୍କ ସାଇଗାର ଲମ୍ବ ପ୍ରାୟ ୧୦୦ରୁ ୧୪୦ ସେଣ୍ଟିମିଟର ହୋଇଥିବା ବେଳେ ଏହାର ଓଜନ ୨୬ରୁ ୬୯ କିଲୋଗ୍ରାମ ମଧ୍ୟରେ ହୋଇଥାଏ। ଋତୁ ପରିବର୍ତ୍ତନ ସହିତ ସାଇଗାର ଲୋମର ରଙ୍ଗ ଓ ଘନତାରେ ମଧ୍ୟ ପରିବର୍ତ୍ତନ ଦେଖାଯାଏ। ଗ୍ରୀଷ୍ମ ଋତୁରେ ଏହାର ଲୋମ ହଳଦିଆରୁ ଈଷତ୍ ଲାଲ୍ ରଙ୍ଗ ହୋଇଥାଏ। ଶୀତ ଋତୁ ଆସିଲେ ଲୋମ ଧୂସର-ବାଦାମୀ ରଙ୍ଗର ହେବା ସହିତ ଅଧିକ ଘନ ଦେଖାଯାଏ। ସାଇଗା ସାଧାରଣତଃ ବର୍ଷକୁ ପ୍ରାୟ ଦୁଇଥର ଲୋମ ଝଡ଼ାଇଥାଏ।
ସାଇଗା ସାଧାରଣତଃ ଏକାକୀ ରହେ ନାହିଁ। ହଜାର ହଜାର ସାଇଗା ଏକାଠି ହୋଇ ବିଶାଳ ପଲ ଗଠନ କରି ରହନ୍ତି। ଖାଦ୍ୟ, ପାଣି ଓ ଅନୁକୂଳ ପାଗର ସନ୍ଧାନରେ ସେମାନେ ଶହ ଶହ କିଲୋମିଟର ଦୂର ପର୍ଯ୍ୟନ୍ତ ଯାତ୍ରା କରିପାରନ୍ତି। ସାଇଗା ମୁଖ୍ୟତଃ ମଧ୍ୟ ଏସିଆର କିଛି ଅଞ୍ଚଳରେ ଦେଖାଯାଏ। କିନ୍ତୁ ମଣିଷର ଲୋଭ ଏହି ଅଦ୍ଭୁତ ପ୍ରାଣୀ ପାଇଁ ଏକ ବଡ଼ ବିପଦ ହୋଇଆସିଛି। ସାଇଗା ଶିଙ୍ଗର ବଢ଼ୁଥିବା ଚାହିଦା ଯୋଗୁଁ ଏହାର ବ୍ୟାପକ ଶିକାର ଆରମ୍ଭ ହୋଇଛି। ଚୀନ୍ର ପାରମ୍ପରିକ ଔଷଧରେ ସାଇଗା ଶିଙ୍ଗ ବ୍ୟବହାର ହେଉଥିବାରୁ ଏହାର ଚାହିଦା ବେଶ୍ ବଢ଼ିଛି। ଏବେ ଏହି ଅଦ୍ଭୁତ ପ୍ରାଣୀକୁ ବଞ୍ଚାଇ ରଖିବା ଏବଂ ତାହାର ସଂଖ୍ୟା ବଢ଼ାଇବା ପାଇଁ ବିଭିନ୍ନ ସଂରକ୍ଷଣ ପ୍ରୟାସ ଜାରି ରହିଛି।

2 weeks ago
6


