ଜାତୀୟ ସ୍ତରରେ ଚମକିଲେ ଓଡ଼ିଆ ଝିଅ, କମାଲ କରିଦେଲେ ଜ୍ୟୋତିର୍ମୟୀ

1 week ago 5
ARTICLE AD BOX

ଲୋକପ୍ରିୟ ଓଲିଉଡ୍ ଗାୟିକା ଜ୍ୟୋତିର୍ମୟୀ ନାୟକ ଏବେ ସାରା ଦେଶରେ ଚହଳ ପକାଇଛନ୍ତି। ଇଣ୍ଡିଆନ୍ ଆଇଡଲ ଭଳି ରିୟାଲିଟି ସୋ’ ଜିତି ‌ଏବେ ସେ ଦେଶ ସହ ବିଶ୍ବରେ ଓଡ଼ିଶାର ଟେକ ରଖିଛନ୍ତି।

ଲୋକପ୍ରିୟ ଓଲିଉଡ୍ ଗାୟିକା ଜ୍ୟୋତିର୍ମୟୀ ନାୟକ ଏବେ ସାରା ଦେଶରେ ଚହଳ ପକାଇଛନ୍ତି। ଇଣ୍ଡିଆନ୍ ଆଇଡଲ ଭଳି ରିୟାଲିଟି ସୋ’ ଜିତି ‌ଏବେ ସେ ଦେଶ ସହ ବିଶ୍ବରେ ଓଡ଼ିଶାର ଟେକ ରଖିଛନ୍ତି। ଯଦି ଦେଖାଯାଏ ତେବେ ଇଣ୍ଡିଆନ୍ ଆଇଡଲ୍ ସିଜିନ୍ ୧୬ର ସବୁଠୁ ଲୋକପ୍ରିୟ ପ୍ରତିଯୋଗୀ ହୋଇପାରିଥିଲେ ଜ୍ୟୋତିର୍ମୟୀ। ସିଜିନ୍ ଆରମ୍ଭରୁ ହିଁ ତାଙ୍କୁ ନେଇ ଚର୍ଚ୍ଚା ହୋଇଥିଲା। ସେ ଯେଉଁ ଗୀତ ଗାଉଥିଲେ, ତାହା ଭାଇରାଲ ହୋଇଯାଉଥିଲା। ପ୍ରତିଟି ଗୀତରେ ସେ ଯେଉଁ ନୂତନତ୍ବ ଆଣୁଥିଲେ, ତାହା ବଡ଼ ବଡ଼ ଗାୟକ-ଗାୟିକାଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ପ୍ରତିଥର ତାଙ୍କ ସଙ୍ଗୀତ ପରିବେଶଣର ଶୈଳୀ ଦେଖି ଆଶ୍ଚର୍ଯ୍ୟ ହୋଇଯାଉଥିଲେ ଜଜ୍। ଏବେ ଏହି ସୋ’ ଶେଷ ହୋଇଥିବା ବେଳେ ଟ୍ରଫି ଜିତି ଓଡ଼ିଶାକଚ ଗୌରବାନ୍ବିତ କରିଛନ୍ତି ଜ୍ୟୋତିର୍ମୟୀ। ବର୍ଷ ବର୍ଷ ଧରି ଓଡ଼ିଆ ଭାଷାରେ ପ୍ରାୟ ୧୦୦୦ଟି ଗୀତ ଗାଇବା ପରେ, ଏବେ ସେ ଇଣ୍ଡିଆନ୍ ଆଇଡଲ୍ ସିଜିନ୍ ୧୬ର ବିଜେତା ହୋଇ ଆଉ ଏକ ସଫଳତା ନିଜ ସହ ଯୋଡ଼ିଛନ୍ତି।

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.