ଗାଧୋଇବା ବେଳେ ନାଳରେ ବୁଡ଼ି ନାବାଳକଙ୍କ ମୃତ୍ୟୁ

1 day ago 1
ARTICLE AD BOX

ଆଜି ସକାଳେ ପୁଣିଥରେ ଖୋଜାଖୋଜି ଆରମ୍ଭ କରାଯିବା ପରେ ନାଳରୁ ଆଲୋକଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ପରେ ଆମ୍ବୁଲାନ୍ସ ଯୋଗେ ଶବକୁ ବ୍ୟବଛେଦ ପାଇଁ ମୁନିଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଯାଇଛି । ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି ।

 (Sambad) Drowns Photograph: (Sambad)

ରାୟଗଡ଼ା: ରାୟଗଡ଼ା ଜିଲ୍ଲାମୁନିଗୁଡା ଥାନା ଅନ୍ତର୍ଗତ ଲିଠିଗୁଡା ଗ୍ରାମ ନିକଟସ୍ଥ ହରିଶଙ୍କର ଶୈବପୀଠ ନାଳରେ ଘଟିଛି ଏକ ଅଭାବନୀୟ ଘଟଣା I ଗତକାଲି ୪ରୁ ୫ ଜଣ ନାବାଳକ ନାଳକୁ ଗାଧୋଇବାକୁ ଯାଇଥିବା ବେଳେ ଲିଠିଗୁଡା ଗ୍ରାମ ଦୋରା ସାହିର ଦିନବନ୍ଧୁ ସିୟୁନାଙ୍କ ପୁଅ ଆଲୋକ ସିୟୁନା ଗଭୀର ପାଣିରେ ବୁଡ଼ି ଯାଇଥିଲେ । ଖବର ପାଇ ଗ୍ରାମବାସୀ ଓ ବିଷମକଟକ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ରାତି ପ୍ରାୟ ୧୦ଟା ପର୍ଯ୍ୟନ୍ତ ଖୋଜାଖୋଜି କରିଥିଲେ ମଧ୍ୟ ନାବାଳକଙ୍କ କୌଣସି ସନ୍ଧାନ ମିଳିନଥିଲା ।

Death: ସାପକାମୁଡ଼ାରେ ଚାଲିଗଲା ପ୍ରେମିକର ଜୀବନ, ଜୀବନ ହାରିଲେ ପ୍ରେମିକା

ଆଜି ସକାଳେ ପୁଣିଥରେ ଖୋଜାଖୋଜି ଆରମ୍ଭ କରାଯିବା ପରେ ନାଳରୁ ଆଲୋକଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ପରେ ଆମ୍ବୁଲାନ୍ସ ଯୋଗେ ଶବକୁ ବ୍ୟବଛେଦ ପାଇଁ ମୁନିଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଯାଇଛି । ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି । ଏହି ଦୁଃଖଦ ଘଟଣା ପରେ ସମଗ୍ର ଲିଠିଗୁଡା ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.