ARTICLE AD BOX
ଘୁ.ଉଦୟଗିରି (ସମୀର ପାଢ଼ୀ): କେରଳରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା କନ୍ଧମାଳଜିଲ୍ଲା ଘୁମୁସର ଉଦୟଗିରି ବ୍ଲକ୍ ଅନ୍ତର୍ଗତ କଳିଙ୍ଗା ପଞ୍ଚାୟତର ତରାବାଡ଼ି(କୂଅଁସାହି) ଗାଁର ବସନ୍ତ ନାୟକ (୪୦)ଙ୍କ ମୃତ୍ୟୁ ଘଟିଛି। ତେବେ ମୃତଦେହକୁ କନ୍ଧମାଳ ଫେରାଇଆଣିବାରେ ସମସ୍ୟା ହେଉଥିବା ଜଣାଯାଇଛି।
Dead: ଓଡ଼ିଆ ପ୍ରବାସୀ ଶ୍ରମିକଙ୍କ ଚେନ୍ନାଇରେ ସନ୍ଦେହଜନକ ମୃତ୍ୟୁ
ପରିବାର ସଦସ୍ୟଙ୍କ ଠାରୁ ମିଳିଥିବା ସୂଚନାରେ, ବସନ୍ତଙ୍କ ମୃତ୍ୟୁର ଖବର ସେଠାରେ ତାଙ୍କର ଅକାଳ ବିୟୋଗ ଘଟିଛି। ଶନିବାର ( ନଭେମ୍ବର ୭)ରେ ମିଳିଥିଲା। ସମ୍ପ୍ରତି ବସନ୍ତଙ୍କ ମୃତଦେହ କେରଳର ତ୍ରିସୁର ମେଡିକାଲ କଲେଜରେ ଶବାଗାରରେ ରହିଛି। ତେବେ ମୃତଦେହକୁ ଗାଁକୁ ଆଣିବାରେ ଅର୍ଥ ସହ କେତେକ ପ୍ରାଶାସନିକ ସମସ୍ୟା ରହିଥିଲା। ଏନେଇ ପରିବାର ବର୍ଗ ସ୍ଥାନୀୟ ବିଧାୟକ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନଙ୍କ ସହାୟତା ଲୋଡ଼ିଥିଲେ।
ସୁରଟରେ ପ୍ରବାସୀ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ, ବେସାହାରା ହୋଇଗଲେ ଗର୍ଭବତୀ ସ୍ତ୍ରୀ
ବିଧାୟକ ଏଥିନିମନ୍ତେ ୧୦ହଜାର ଟଙ୍କା ସହାୟତା ଦେଇଛନ୍ତି। ମୃତଦେହ ଫେରାଇଆଣିବାରେ ପ୍ରଶାସନିକ ସ୍ତରରେ ଆବଶ୍ୟକ ସହଯୋଗ କରିବାକୁ ପ୍ରାଶାସନିକ ଅଧିକାରୀଙ୍କ ସହ କଥାବାର୍ତ୍ତା ହୋଇଛନ୍ତି। ଆସନ୍ତା କାଲି (ମଙ୍ଗଳବାର, ୧୦ ତାରିଖ)ରେ ମୃତଦେହ କଳିଙ୍ଗା ପହଞ୍ଚିବ ବୋଲି କହିଛନ୍ତି।

1 hour ago
2

