Zahra Pezeshkian: ଭାରତରେ ଇରାନ ରାଷ୍ଟ୍ରପତିଙ୍କ ଝିଅ ଜାହରା ପେଜେସ୍କିଆନ୍‌

5 days ago 8
ARTICLE AD BOX

ନୂଆଦିଲ୍ଲୀ: ଇରାନ ରାଷ୍ଟ୍ରପତି ମସୁଦ ପେଜେସ୍କିଆନ୍‌ ବର୍ତ୍ତମାନ ବ୍ରିକ୍ସ ସମ୍ମିଳନୀରେ ଅଂଶଗ୍ରହଣ କରିଥିବାରୁ ଭାରତ ଗସ୍ତରେ ଅଛନ୍ତି। ଇରାନ ରାଷ୍ଟ୍ରପତିଙ୍କ ସହିତ ତାଙ୍କ ଝିଅ ଜାହରା ପେଜେସ୍କିଆନ୍‌ ମଧ୍ୟ ଭାରତ ଆସିଛନ୍ତି। ଜାହରା ତାଙ୍କ ସ୍ବାମୀ ହସନ ମାଜିଦିଙ୍କ ସହିତ ନୂଆଦିଲ୍ଲୀର ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ ପରିଦର୍ଶନ କରିଥିଲେ, ଯେଉଁଠାରେ ସେମାନେ ଭାରତର ପ୍ରଧାନମନ୍ତ୍ରୀଙ୍କ ଯାତ୍ରା, ଅବଦାନ ଓ ଐତିହ୍ୟ ପ୍ରଦର୍ଶିତ ସଂଗ୍ରହାଳୟ ବୁଲି ଦେଖିଥିଲେ। ଜାହରା ଓ ମାଜିଦି ନୂଆଦିଲ୍ଲୀର ଜାତୀୟ ହସ୍ତଶିଳ୍ପ ସଂଗ୍ରହାଳୟରେ ବ୍ରିକ୍ସ ବାଜାର ବୁଲି ଦେଖିଥିଲେ। କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ ଶନିବାର ବ୍ରିକ୍ସ ବାଜାରରେ ଜାହରାଙ୍କୁ ସ୍ୱାଗତ କରିଛନ୍ତି।

ଜାହରା ଆନ୍ତର୍ଜାତିକ କାର୍ଯ୍ୟକ୍ରମରେ ଇରାନର ପ୍ରତିନିଧିତ୍ବ କରନ୍ତି

ସେମାନେ ବ୍ରିକ୍ସ ସଦସ୍ୟ ଓ ଅଂଶୀଦାର ଦେଶମାନଙ୍କ କାରିଗରଙ୍କ ଦ୍ୱାରା ପ୍ରଦର୍ଶିତ କଳା, ହସ୍ତଶିଳ୍ପ ଓ ସାଂସ୍କୃତିକ ଐତିହ୍ୟ ଅନୁସନ୍ଧାନ କରିଥିଲେ। ଇରାନ ପାଭିଲିୟନରେ ଦମ୍ପତି ଇରାନର ସମୃଦ୍ଧ କଳା, ହସ୍ତଶିଳ୍ପ ତଥା ସାଂସ୍କୃତିକ ଐତିହ୍ୟ ପ୍ରଦର୍ଶନ କରୁଥିବା କାରିଗର ଓ ପ୍ରତିନିଧିମାନଙ୍କ ସହିତ ଆଲୋଚନା କରିଥିଲେ। ଜାହରା ଜଣେ କେମିକାଲ ଇଞ୍ଜିନିୟର। ପେଜେସ୍କିଆନ୍‌ଙ୍କ ରାଷ୍ଟ୍ରପତି ନିର୍ବାଚନବେଳେ ପ୍ରଚାର ଅଭିଯାନରେ ଜାହରା ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ତାଙ୍କୁ ତାଙ୍କ ବାପାଙ୍କ ରାଜନୈତିକ ପରାମର୍ଶଦାତା ବୋଲି ମଧ୍ୟ କୁହାଯାଏ। କିଛି ବର୍ଷ ତଳେ ଜାହରା ତାଙ୍କ ମା’ ଫାତେମେହ ମାଜିଦି ଓ ସାନଭାଇଙ୍କୁ କାର୍‌ ଦୁର୍ଘଟଣାରେ ହରାଇଥିଲେ। ମା’ଙ୍କ ପରଲୋକ ପରେ ବାପା ଦ୍ବିତୀୟ ବିବାହ କରିନଥିଲେ ଓ ତାଙ୍କର ତିନି ସନ୍ତାନଙ୍କୁ ଏକୁଟିଆ ବଡ଼ କରିଥିଲେ। ଜାହରା ଆନ୍ତର୍ଜାତିକ କାର୍ଯ୍ୟକ୍ରମରେ ଇରାନର ପ୍ରତିନିଧିତ୍ବ କରନ୍ତି। ଡିଜିଟାଲ ଯୁଗରେ ଶିଶୁଙ୍କ ସୁରକ୍ଷା ନେଇ ଡିସେମ୍ବର ୨୦୨୫ରେ ବାକୁରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସେ ଇରାନ ପ୍ରତିନିଧି ଦଳର ନେତୃତ୍ବ ନେଇଥିଲେ।

ମୟୂରଭଂଜରେ ଦୁଇ ରେଳ ଲାଇନ ସଂଯୋଗ ତ୍ୱରାନ୍ୱିତ ହେବ

Read Entire Article
LEFT SIDEBAR AD

Hidden in mobile, Best for skyscrapers.