Youth Stabbed: ଛୁରାମାଡ଼ରେ ଯୁବକ ଗୁରୁତର, ଭୁବନେଶ୍ୱର ସ୍ଥାନାନ୍ତରିତ

4 days ago 7
ARTICLE AD BOX

ପୁରୀ ଜିଲ୍ଲା କଣାସ ଥାନା ଅନ୍ତର୍ଗତ ତ୍ରିଲୋଚନପୁର ପଞ୍ଚାୟତର ନୂଆପଡ଼ା ଗ୍ରାମର ତାପସ ରାଉତ (୧୮)ଙ୍କୁ ଛୁରାମାଡ଼ ହୋଇଛି। ପୁଲିସ ଅଭିଯୁକ୍ତଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ ଆରମ୍ଭ କରିଥିବା ବେଳେ କଣାସ ଥାନା ଅଧିକାରୀ ସେମାନଙ୍କ ବାଇକ ଜବତ କରିଛନ୍ତି।

 (sambad.in) youth stabbed Photograph: (sambad.in)

କଣାସ: ପୁରୀଜିଲ୍ଲା କଣାସ ଥାନା ଅନ୍ତର୍ଗତ ତ୍ରିଲୋଚନପୁର ପଞ୍ଚାୟତର ନୂଆପଡ଼ା ଗ୍ରାମର ତାପସ ରାଉତ (୧୮)ଙ୍କୁ ଛୁରାମାଡ଼ ହୋଇଛି। କଣାସ ଡେଲାଙ୍ଗ ରାସ୍ତାରେ ଯାଉଥିବା ବେଳେ ସ୍ଥାନୀୟ କାତପଡ଼ା ଗ୍ରାମର ୩ ଜଣ ଯୁବକ ତାଙ୍କୁ ଛୁରାମାଡ଼ କରିବାରୁ ସେ ଗୁରୁତର ଭାବେ ଆହତ ହୋଇ ପ୍ରଥମେ କଣାସ ଗୋଷ୍ଠୀସ୍ବାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ଯାଇଥିଲେ। ପରେ ତାଙ୍କୁ ଭୁବନେଶ୍ୱର କ୍ୟାପିଟାଲ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। 

କଣାସ ଥାନାରେ ଲିଖିତ ଅଭିଯୋଗ

ତାପସଙ୍କ ମା' ଏ ନେଇ କଣାସ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ଅଭିଯୁକ୍ତଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ ଆରମ୍ଭ କରିଥିବା ବେଳେ କଣାସ ଥାନା ଅଧିକାରୀ ସେମାନଙ୍କ ବାଇକ ଜବତ କରିଛନ୍ତି।

Encounter: ପୁଲିସ ଉପରକୁ ୩ ରାଉଣ୍ଡ ଗୁଳି, ଜବାବରେ ଅପରାଧୀ ଉପରେ ୨ ରାଉଣ୍ଡ ଫାୟାରିଂ

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.