Youth Congress protests: ଇ୨୦ ପେଟ୍ରୋଲ ବିରୋଧରେ ନାଗପୁରରେ ଯୁବ କଂଗ୍ରେସର ବିକ୍ଷୋଭ

1 hour ago 1
ARTICLE AD BOX

ନାଗପୁର: ପେଟ୍ରୋଲରେ ୨୦ ପ୍ରତିଶତ ଇଥାନଲ ମିଶ୍ରଣ ବା ଇ୨୦ ଇନ୍ଧନ ନୀତିକୁ ବିରୋଧ କରି ଯୁବ କଂଗ୍ରେସ କର୍ମୀମାନେ ସୋମବାର ନାଗପୁରରେ ବିକ୍ଷୋଭ କରିଛନ୍ତି। ସେମାନେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀଙ୍କ ଘର ଅଭିମୁଖେ ଶୋଭାଯାତ୍ରାରେ ଯିବାବେଳେ ପୁଲିସ ସେମାନଙ୍କୁ ଅଟକାଇଛି। ପ୍ରତିବାଦରେ ସାମିଲ ହୋଇଥିବା ଅନେକ କଂଗ୍ରେସ କର୍ମୀଙ୍କୁ ପୁଲିସ ଅଟକ ରଖିଥିବା ଜଣାପଡ଼ିଛି।

ଆହୁରି ପଢନ୍ତୁ :uppsc recruitment: ୟୁପିପିଏସସି ନିଯୁକ୍ତି ଅଭିଯାନ ମାଧ୍ୟମରେ ମୋଟ ୩୭ ପଦବି ହେବ ପୂରଣ

ସୋମବାର ଅପରାହ୍ଣରେ ନାଗପୁରର ମହଲ ଅଞ୍ଚଳସ୍ଥିତ ଚିଟ୍‌ନାଭିସ୍‌ ପାର୍କ ଛକରୁ ଯୁବ କଂଗ୍ରେସ କର୍ମୀଙ୍କ ଶୋଭାଯାତ୍ରା ଆରମ୍ଭ ହୋଇଥିଲା। ଏହା ସେହି ଅଞ୍ଚଳରେ ଥିବା ଗଡ଼କରୀଙ୍କ ବ୍ୟକ୍ତିଗତ ବାସଭବନ ଆଡ଼କୁ ଅଗ୍ରସର ହୋଇଥିଲା। ବିକ୍ଷୋଭକାରୀମାନେ ଇ୨୦ ପେଟ୍ରୋଲ ବିରୋଧରେ ସ୍ଲୋଗାନ ଦେବା ସହ ଏହି ଇନ୍ଧନ ବ୍ୟବହାରଯୋଗ୍ୟ ନୁହେଁ ବୋଲି ଅଭିଯୋଗ କରିଥିଲେ। ସମ୍ଭାବ୍ୟ ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ଗଡ଼କରୀଙ୍କ ବାସଭବନ ନିକଟରେ ବହୁସଂଖ୍ୟକ ପୁଲିସ ମୁତୟନ ହେବା ସହ ରାସ୍ତାରେ ବ୍ୟାରିକେଡ୍‌ ଲଗାଯାଇଥିଲା। କେତେକ ବିକ୍ଷୋଭକାରୀ ବ୍ୟାରିକେଡ୍‌ ଉପରେ ଚଢ଼ି ଆଗକୁ ଯିବାକୁ ଉଦ୍ୟମ କରିବାରୁ ପୁଲିସ ସେମାନଙ୍କୁ ରୋକିଥିଲା। ଯୁବ କଂଗ୍ରେସ ନେତା ମେହୁଲ ଆଡଭାନୀ କହିଛନ୍ତି, ଲୋକଙ୍କ ଉପରେ ଇ୨୦ ଇନ୍ଧନ ଲଦିଦିଆଯିବାକୁ ସେମାନେ ନିନ୍ଦା କରୁଛନ୍ତି ଓ ଏହା ବିରୋଧରେ ଲଢ଼େଇ ଜାରି ରହିବ।

ଆହୁରି ପଢନ୍ତୁ :Stipend for OUAT Students ଓୟୁଏଟି ପିଜି ଓ ପିଏଚ୍.ଡି ଛାତ୍ରଛାତ୍ରୀ ପାଇବେ ପାଠପଢ଼ା ଖର୍ଚ୍ଚ


କଂଗ୍ରେସର ଅଭିଯୋଗ ଅନୁସାରେ, ଗଡ଼କରୀ ଜୁଲାଇ ୨୯ରେ ସଂସଦରେ ଇ୨୦ ପେଟ୍ରୋଲ ସମ୍ପର୍କରେ ଦେଇଥିବା ବିବୃତି ସନ୍ଦେହ ଦୂର କରିବା ପରିବର୍ତ୍ତେ ଆହୁରି ପ୍ରଶ୍ନ ସୃଷ୍ଟି କରିଛି। ତେବେ ଗଡ଼କରୀ କହିଥିଲେ, ବହୁବର୍ଷର ବୈଜ୍ଞାନିକ ପରୀକ୍ଷା ପରେ ଇ୨୦ ପ୍ରଚଳନ କରାଯାଇଛି ଏବଂ ଏଥିଯୋଗୁଁ ବ୍ୟାପକ ଭାବେ ଗାଡ଼ି କ୍ଷତିଗ୍ରସ୍ତ ହେଉଥିବାର କୌଣସି ପ୍ରମାଣ ନାହିଁ। ଏହାର ଜବାବରେ କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ କହିଛନ୍ତି, ଦେଶର ବିଭିନ୍ନ ଅଞ୍ଚଳର ଗାଡ଼ିମାଲିକ ଓ ମେକାନିକ୍‌ମାନେ ଦୀର୍ଘଦିନ ହେଲା ମାଇଲେଜ୍‌ ହ୍ରାସ, ଇଞ୍ଜିନ୍‌ କ୍ଷମତାରେ ସମସ୍ୟା, କୋଲ୍ଡ ଷ୍ଟାର୍ଟରେ ଅସୁବିଧା ଏବଂ ପୁରୁଣା ଗାଡ଼ିର ଇନ୍ଧନ ପାଇପ୍‌, ଇଞ୍ଜେକ୍ଟର୍‌ ଓ ରବର୍‌ ଯନ୍ତ୍ରାଂଶ କ୍ଷତିଗ୍ରସ୍ତ ହେଉଥିବା ଜଣାଉଛନ୍ତି। ବିଶେଷକରି ୨୦୨୩ ପୂର୍ବରୁ ନିର୍ମିତ ଗାଡ଼ିରେ ଏହାର ଦୀର୍ଘମିଆଦୀ ପ୍ରଭାବ ନେଇ ସେ ପ୍ରଶ୍ନ ଉଠାଇଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.