ARTICLE AD BOX
ବ୍ରହ୍ମଗିରି (ସୁରେଶ ଦାଶ): ଜଣେ କର୍ତ୍ତବ୍ୟରତ ଟ୍ରାଫିକ ୱାଡେର୍ନଙ୍କୁ ବଜାର ମଝିରେ ଦବଙ୍ଗଗିରି ଦେଖାଇ ଧମକ ଦେବା ଘଟଣାରେ ଜଣେ ଯୁବକ ଗିରଫହୋଇଛନ୍ତି। ଅଭିଯୁକ୍ତ ଯୁବକକୁ ଆଜି (ରବିବାର) କୋର୍ଟ ଚାଲାଣ କରାଯାଇଛି।
ପୁଲିସ ସୂତ୍ରରୁ ପ୍ରକାଶ, ବ୍ରହ୍ମଗିରି ବଜାରର ମାରୁୱାଡି କୋଠା ନିକଟରେ ଟ୍ରାଫିକ ୱାଡେର୍ନ କଳିଙ୍ଗ ପଲାଇ ଗତକାଲି (ଶନିବାର) ଅପରାହ୍ନ ୨ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ନିୟୋଜିତ ଥିଲେ। ସଂଧ୍ୟାରେ ବଜାର ଗହଳି ସମୟରେ ବ୍ରହ୍ମଗିରି ଥାନା ନନ୍ଦପୁର ଗାଁର ଅଶୋକ କୁମାର ନାୟକ(୩୦) ଏକ ସ୍କୁଟି ରେ ସେଠାରେ ପହଞ୍ଚି ରାସ୍ତା ମଝିରେ ରଖିଥିଲେ। ୱାଡେର୍ନ ଏହାକୁ ରାସ୍ତା କଡ଼କୁ ଆଣି ରଖିବାକୁ ପରାମର୍ଶ ଦେଇଥିଲେ। ଏଥିରେ ଅଶୋକ ଉତ୍କ୍ଷିପ୍ତ ହୋଇ ଗାଳିଗୁଲଜ କରିବା ସହିତ ବ୍ଲେଡରେ ବେକ କାଟି ଘରକୁ ପଠାଇ ଦେବାକୁ ଧମକ ଚମକ ଦେଥିଲେ।
Traffic Rule Violations ଟ୍ରାଫିକ୍ ନିୟମ ଉଲ୍ଲଂଘନ କରି ୩୫ ନାବାଳକ ଚାଳକ ତଣ୍ଡିଲେ ୧ଲକ୍ଷ ୭୦ ହଜାର ଟଙ୍କା
ଏନେଇ ୱାଡେର୍ନ ଶ୍ରୀପଲାଇ ବ୍ରହ୍ମଗିରି ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଭିତ୍ତିରେ ପୁଲିସ ବିଏନ୍ଏସ୍ର ଧାରା ୧୨୬(୨)/୨୯୬/୧୧୫(୨)/୧୨୧(୧)/୩୫୧(୨)/୧୩୨ ନଂ ୪୨୦/୨୦୨୬ରେ ମାମଲା ରୁଜୁ କରିଥିଲା। ଅଭିଯୁକ୍ତ ଅଶୋକଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗୀୟ ଜେଲ ହାଜତକୁ ପଠାଇ ଦିଆଯାଇଥିବା ବ୍ରହ୍ମଗିରି ଥାନା ଆଇଆଇସି ବାମଦେବ ସ୍ବାଇଁ କହିଛନ୍ତି।

2 weeks ago
6


