Xi Jinping: ଭାରତ-ଚୀନ୍ କୂଟନୈତିକ ସମ୍ପର୍କରେ ନୂଆ ମୋଡ଼

5 days ago 7
ARTICLE AD BOX

ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ଆୟୋଜିତ ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହିତ କମ୍ୟୁନିଷ୍ଟ ପାର୍ଟିର ଦ୍ୱିତୀୟ ସବୁଠାରୁ ଶକ୍ତିଶାଳୀ ନେତା ତଥା ତାଙ୍କର ସବୁଠାରୁ ନିକଟତମ ସହଯୋଗୀ କାଇ କି ମଧ୍ୟ ଭାରତ ଗସ୍ତରେ ଆସିବା ଚର୍ଚ୍ଚାରେ ରହିଛି। ପ୍ରଥମ ଥର ପାଇଁ ଭାରତ ଗସ୍ତରେ ଆସିଥିବା କାଇ କିଙ୍କ ଉପସ୍ଥିତି ଦର୍ଶାଉଛି ଯେ, ଗଲୱାନ୍ ସୀମା ବିବାଦ ପରେ ଭାରତ ସହ ସମ୍ପର୍କକୁ ପୁନଃ ସ୍ୱାଭାବିକ କରିବା ପାଇଁ ବେଜିଂ ଏହି ଆଲୋଚନାକୁ କେତେ ଗୁରୁତ୍ୱ ଦେଉଛି।

ଚୀନ୍ ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଜିନପିଙ୍ଗଙ୍କ ବୈଦେଶିକ ପ୍ରତିନିଧିମଣ୍ଡଳୀରେ କାଇ କି ଏବଂ ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି ସାମିଲ ଅଛନ୍ତି। ୭୦ ବର୍ଷୀୟ କାଇ କି ବର୍ତ୍ତମାନ ଚୀନ୍‌ର ପଲିଟବୁରୋ ଷ୍ଟାଣ୍ଡିଂ କମିଟିର ସଦସ୍ୟ ହେବା ସହ କମ୍ୟୁନିଷ୍ଟ ପାର୍ଟିର ଜେନେରାଲ ଅଫିସ୍ ମୁଖ୍ୟ ଏବଂ କେନ୍ଦ୍ରୀୟ ବିଚାରଧାରା ବିଦ୍ୟାଳୟର ମୁଖ୍ୟ ଭାବେ ଦାୟିତ୍ୱ ତୁଲାଉଛନ୍ତି। ଏହାସହ ସେ ଚୀନ୍‌ର ଜାତୀୟ ସୁରକ୍ଷା କମିସନର ଉପ-ମୁଖ୍ୟ ଏବଂ ସାଇବର ସୁରକ୍ଷା ନୀତିର ସମ୍ପୂର୍ଣ୍ଣ ତଦାରଖ କରୁଛନ୍ତି। ମାଓ ସେତୁଙ୍ଗଙ୍କ ସମୟର ସଚିବ ୱାଙ୍ଗ ଡୋଙ୍ଗସିଙ୍ଗଙ୍କ ପରେ ଚୀନ୍ ରାଜନୀତିରେ କାଇ କିଙ୍କ ଭଳି କ୍ଷମତାର ଏକତ୍ରୀକରଣ ଅନ୍ୟ କୌଣସି ନେତାଙ୍କ ପାଖରେ ଦେଖିବାକୁ ମିଳିନାହିଁ।

ଫୁଜିଆନ୍ ଏବଂ ଜେଜିଆଙ୍ଗ ପ୍ରଦେଶରେ ସି ଜିନ୍‌ପିଙ୍ଗଙ୍କ ସହ ଦୁଇ ଦଶନ୍ଧିରୁ ଅଧିକ ସମୟ କାମ କରିଥିବା କାଇ, ପୂର୍ବରୁ ବେଜିଂର ମେୟର ଏବଂ ପାର୍ଟି ଚିଫ୍ ଭାବେ କାର୍ଯ୍ୟ କରିସାରିଛନ୍ତି। ରାଷ୍ଟ୍ରପତି ଜିନପିଙ୍ଗଙ୍କ ସହ ବ୍ୟକ୍ତିଗତ ବନ୍ଧୁତା ଏବଂ ପ୍ରଶାସନିକ ଦକ୍ଷତା ଯୋଗୁଁ ସେ ଦ୍ରୁତ ପଦୋନ୍ନତି ପାଇ ଚୀନ୍‌ର ‘ନଂ-୨’ ନେତା ଭାବେ ଉଭା ହୋଇଛନ୍ତି। ଗତବର୍ଷ ତିଆଞ୍ଜିନରେ ଅନୁଷ୍ଠିତ ଏସ୍‌ସିଓ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ କାଇ କି ସାକ୍ଷାତ କରିଥିଲେ। ସି ଜିନପିଙ୍ଗଙ୍କ ପକ୍ଷରୁ କହିବାର ସାମର୍ଥ୍ୟ ରଖୁଥିବା ଏହି ଶକ୍ତିଶାଳୀ ନେତାଙ୍କ ଭାରତ ଆଗମନ, ଭବିଷ୍ୟତରେ ଭାରତ-ଚୀନ୍ କୂଟନୈତିକ ସମ୍ପର୍କକୁ ନୂଆ ମୋଡ଼ ଦେବ ବୋଲି ଆଶା କରାଯାଉଛି।

ଜୋମାଟୋରେ ଖାଦ୍ୟ ମଗାଇବା ମହଙ୍ଗା

Read Entire Article
LEFT SIDEBAR AD

Hidden in mobile, Best for skyscrapers.