ARTICLE AD BOX
ପ୍ରଫେସର ଡାକ୍ତର ଉମେଶ ଚନ୍ଦ୍ର ପାତ୍ର
ଆଜି ବିଶ୍ୱ ହେପାଟାଇଟିସ୍ ଦିବସ। ସାଧାରଣରେ ହେପାଟାଇଟିସ୍-ବି ଏକ ସଂକ୍ରାମକ ରୋଗ। ହେପାଟାଇଟିସ୍-ବି ଭୂତାଣୁ ଦ୍ୱାରା ସୃଷ୍ଟି ହେଉଥିବା ଏହି ରୋଗଟି ମଣିଷର ଯକୃତକୁ ଆକ୍ରାନ୍ତ କରି ଯନ୍ତ୍ରଣା ଦେଇଥାଏ। ଏହି ରୋଗୀମାନଙ୍କର ଆଖି ହଳଦିଆ ଦିଶେ, ଏହା ସହ ଯକୃତ ଫୁଲିଯାଇଥାଏ, ଜ୍ୱର ଅନୁଭୂତ ହେବା ସହ ବାନ୍ତି ମଧ୍ୟ ହୋଇଥାଏ। ଯଦି ଦୀର୍ଘ ଚିକିତ୍ସା ଦ୍ୱାରା ଶରୀରରୁ ଏହି ଭୂତାଣୁର ବିଲୋପ ନହୁଏ ତେବେ ଏହା ଲିଭର ସିରୋସିସ୍ ଓ ଯକୃତ କର୍କଟ ରୋଗ ମଧ୍ୟ ସୃଷ୍ଟି କରିପାରେ। ଏକ ପରିସଂଖ୍ୟାନରୁ ଜଣାଯାଇଛି ଯେ ଆମ ଦେଶରେ ପ୍ରାୟ ୮୦ ପ୍ରତିଶତ ଯକୃତ କର୍କଟ ରୋଗ ପାଇଁ ହେପାଟାଇଟିସ୍-ବି ସଂକ୍ରମଣ ହିଁ ଦାୟୀ। ହେପାଟାଇଟିସ୍-ବି ଏଡ୍ସଠାରୁ ଶହେଗୁଣ ଅଧିକ ସଂକ୍ରାମକ।
Baisinga-Rupsa road: ନୂଆ ରାସ୍ତା ଆଳରେ ପୁରୁଣାକୁ ଅବହେଳା: ମୃତ୍ୟୁଫାନ୍ଦ ପାଲଟିଛି ବୈଶିଙ୍ଗା–ରୁପ୍ସା ରାସ୍ତା
ପରିସଂଖ୍ୟାନରୁ ଜଣାଯାଇଛି, ଭାରତରେ ପାଞ୍ଚ କୋଟିରୁ ଅଧିକ ହେପାଟାଇଟିସ୍-ବିର ବାହକ ଅଛନ୍ତି ଏବଂ ଚାଳିଶ ଲକ୍ଷରୁ ଅଧିକ ଲୋକ ଏହି ଭୂତାଣୁ ଜନିତ ସାଙ୍ଘାତିକ ଯକୃତ ରୋଗରେ କଷ୍ଟ ପାଉଛନ୍ତି। ପ୍ରତି ବର୍ଷ ପ୍ରାୟ ଏକ ଲକ୍ଷ ଲୋକ ଏହି ଭୂତାଣୁ ଜନିତ ଯକୃତ ରୋଗରେ ମୃତ୍ୟୁବରଣ କରିଥାନ୍ତି। ହେପାଟାଇଟିସ୍-ବି ପ୍ରତିଷେଧକ ଟିକା ବ୍ୟବହାର କଲେ ଏହି ରୋଗରୁ ସୁରକ୍ଷିତ ରହିହେବ। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ସଂକ୍ରାମକ ହେପାଟାଇଟିସ୍-ବି ପାଇଁ କୌଣସି ଉତ୍କୃଷ୍ଟ ଧରଣର ଔଷଧ ଆବିଷ୍କାର ହୋଇନାହିଁ। ଏହି କାରଣ ଯୋଗୁଁ ପ୍ରତିଷେଧକ ଟିକା ସର୍ବଶ୍ରେଷ୍ଠ ବିକଳ୍ପ। ସାଧାରଣତଃ ହେପାଟାଇଟିସ୍-ବି ଏକ ସଂକ୍ରାମକ ରୋଗ ହୋଇଥିଲେ ବି ଏହାକୁ ନେଇ ସେପରି ଭୟଭୀତ ହେବାର କାରଣ ନାହିଁ। ଅଭିଜ୍ଞ ଲିଭର ବିଶେଷଜ୍ଞଙ୍କ ପରାମର୍ଶ ନେଲେ ପ୍ରାଥମିକ ଅବସ୍ଥାରୁ ଏହାର ନିରାକରଣ ସମ୍ଭବ।
RBI: ୧୦, ୨୦ ଟଙ୍କିଆ ପ୍ଲାଷ୍ଟିକ୍ ନୋଟ୍ର ପରୀକ୍ଷଣ ହେବ
ଅବସରପ୍ରାପ୍ତ ପ୍ରଫେସର,
ଯକୃତ ବିଶେଷଜ୍ଞ, କଟକ
ମୋ: ୯୪୩୭୦୫୧୯୫୭

6 days ago
4


