ARTICLE AD BOX
ଭୁବନେଶ୍ବର: ପୂର୍ତ୍ତ ବିଭାଗ ଭୁବନେଶ୍ବର ଡିଭିଜନ୍-୧ ଅଧୀକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟର କେଳେଙ୍କାରିକୁ ନେଇ ରାଜଧାନୀ ଉଠୁଛି ପଡ଼ୁଛି। କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରୀମାନେ ମିଳିମିଶି ପେନ୍ସନ୍, ଗ୍ରାଚ୍ୟୁଇଟି, ଟ୍ରାଭେଲ୍ ଆଲାଉନ୍ସ ଆଦି ବାବଦରେ ପ୍ରାୟ ୮ କୋଟି ଟଙ୍କା ନିଜ ନିଜ ଭିତରେ ବାଣ୍ଟି ନେଇଛନ୍ତି। ୨୦୨୧ ମସିହାରୁ ଏହି ଆର୍ଥିକ ଅନିୟମିତତା ଲଗାତାର ହୋଇ ଆସୁଥିଲେ ବି ସମସ୍ତେ ଏଥିପ୍ରତି ଆଖି ବୁଜି ଦେଇଥିଲେ ଓ ଏଭଳି ତଞ୍ଚକତା ପାଇଁ ବାଟ ଉନ୍ମୁକ୍ତ ରଖିଥିଲେ ବୋଲି ଅଭିଯୋଗ ଉଠିଛି। ଯେହେତୁ ୨୦୨୧ ମସିହାରୁ ଏଭଳି ହରିଲୁଟ୍ ହେଉଥିଲା, ଏହି ସମୟରେ ଯେଉଁ ଅଧୀକ୍ଷଣ ଯନ୍ତ୍ରୀ ଓ ଅନ୍ୟ ଯନ୍ତ୍ରୀ, କର୍ମଚାରୀମାନେ ଥିଲେ, ସେମାନେ ତଦନ୍ତ ପରିସରଭୁକ୍ତ ହେବାକୁ ଯାଉଛନ୍ତି। ସେପଟେ ଏହି ଆର୍ଥିକ ଅନିୟମିତତା ଧରାପଡ଼ିବା ପରେ ପୂର୍ତ୍ତ ବିଭାଗ ଭୁବନେଶ୍ବର ଡିଭିଜନ୍-୧ ଅଧୀକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଧିକାଂଶ ସେକ୍ସନ୍ରେ ତିନିଦିନ ହେଲା ତାଲା ଝୁଲୁଛି। ଆକାଉଣ୍ଟ୍ସ ଅଫିସରଙ୍କଠାରୁ ଆରମ୍ଭ କରି ଏଷ୍ଟାବ୍ଲିସ୍ମେଣ୍ଟ, ଡାଏରି ସେକ୍ସନ୍ ପର୍ଯ୍ୟନ୍ତ ସବୁଠି ତାଲା ଝୁଲୁଥିବା ଦେଖିବାକୁ ମିଳିଛି। ଯେଉଁମାନେ ବି କାର୍ଯ୍ୟାଳୟରେ ଉପସ୍ଥିତ ଅଛନ୍ତି, ସେମାନେ ପାଟିଚୁପ୍ କରି ରହୁଛନ୍ତି।
Literary Climate: ସାହିତ୍ୟିକ ପାଣିପାଗ: ଏକ ଅନାଲୋଚିତ ପୁସ୍ତକର ରେଭେନ୍ସା
ପୂର୍ବରୁ ବି ନିଲମ୍ବିତ ହୋଇଥିଲେ ବନଲତା
ଆର୍ଥିକ ଅନିୟମିତତାରେ ଧରାପଡ଼ିଥିବା ଭୁବନେଶ୍ବର ଡିଭିଜନ୍-୧ ଅଧୀକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟର ସେକ୍ସନ୍ ଅଫିସର ବନଲତା ମହାନ୍ତି ପୂର୍ବରୁ ବି ନିଲମ୍ବିତ ହୋଇଥିଲେ। ରାସ୍ତା ଓ କୋଠାବାଡ଼ି କେନ୍ଦ୍ରୀୟ ମଣ୍ଡଳ କାର୍ଯ୍ୟାଳୟରେ କାର୍ଯ୍ୟ କରିବା ସମୟରେ କର୍ମଚାରୀଙ୍କ ନାଁରେ କୋଟି କୋଟି ଟଙ୍କା ଋଣ ଜାଲିଆତି ହୋଇଥିଲା। ଅନେକ ବେନାମୀ କମର୍ଚାରୀଙ୍କ ନାମରେ ଟଙ୍କା ଉଠାଯାଇଥିଲା। ବାପୁଜୀନଗରରେ ଥିବା ଏକ ବ୍ୟାଙ୍କରୁ ଏହି ଋଣ ଉଠାଯାଇଥିଲା। ଏହି ଘଟଣାରେ ବନଲତାଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଥିଲା। ନିଲମ୍ବନ ପ୍ରତ୍ୟାହାର ପରେ ସେ ଡିଭିଜନ୍-୧ ଅଧୀକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ପୁନଃଅବସ୍ଥାପିତ ହୋଇଥିଲେ।
ଜିଲ୍ଲା ଟ୍ରେଜେରିରେ ଖୋଳତାଡ଼
ଅନ୍ଲାଇନ୍ ବାଦ୍ ଏବେ ବି ପୂର୍ତ୍ତ ବିଭାଗରେ ଅନେକ ବିଲ୍ ଅଫ୍ଲାଇନ୍ରେ କରାଯାଉଛି। ଟ୍ରାଭେଲିଂ ଆଲାଉନ୍ସ ହେଉ କି ଗ୍ରାଚୁଇଟି ଅବା ବ୍ୟବହାର ହୋଇନଥିବା ଛୁଟି ବାବଦ ଟଙ୍କା, ସବୁ ଅଫ୍ଲାଇନ୍ରେ ପେମେଣ୍ଟ ହେଉଛି। ଯାହାର ପୂର୍ଣ୍ଣ ଫାଇଦା ଉଠାଉଥିଲେ କର୍ମଚାରୀ। ନିୟମାନୁଯାୟୀ, ଅଫ୍ଲାଇନ୍ରେ ପେମେଣ୍ଟ ହେଉଥିବା ଟଙ୍କା ଜିଲ୍ଲା ଟ୍ରେଜେରିକୁ ଯିବ। ସେଠାରେ ଅନୁମୋଦନ ପରେ କର୍ମଚାରୀଙ୍କୁ ଏହି ଟଙ୍କା ପ୍ରଦାନ କରାଯିବ। ସେପଟେ ଯେଉଁମାନଙ୍କୁ ଟଙ୍କା ଯାଉଛି, ତାର ତଥ୍ୟ ଏଣ୍ଟ୍ରି ପାଇଁ କାର୍ଯ୍ୟାଳୟରେ ସ୍ବତନ୍ତ୍ର ସଫ୍ଟୱେର ରହିଛି। କିନ୍ତୁ ଏହି ସଫ୍ଟୱେରରେ ବି ଗଡ଼ବଡ଼ କରାଯାଇଛି। ଯଦି କୌଣସି ନାମ ଏହି ସଫ୍ଟୱେରରେ ଏଣ୍ଟ୍ରି ହେଉଛି, ସଂପୃକ୍ତ ଅଧିକାରୀ ଅବା କର୍ମଚାରୀଙ୍କ ବ୍ୟାଙ୍କ ଆକାଉଣ୍ଟ ନମ୍ବର ଏଥିରେ ରହିବା କଥା। କିନ୍ତୁ ଏଥିରେ ଜଣଙ୍କ ନାମ ଓ ଅନ୍ୟଜଣଙ୍କ ଆକାଉଣ୍ଟ ନମ୍ବର ଏଣ୍ଟ୍ରି କରାଯାଇଛି। ସେପଟେ ଯେଉଁ କର୍ମଚାରୀମାନେ କାମ କରୁଛନ୍ତି, ସେମାନେ ନିଜ ନିଜ ସଂପର୍କୀୟଙ୍କ ନାମରେ ଆକାଉଣ୍ଟ ଖୋଲିଥିବା ବି ଅଭିଯୋଗ ଉଠିଛି।
Vedanta aluminium: ଷଷ୍ଠ ସିଏଲଆଇ ଏକ୍ସପୋରେ ବେଦାନ୍ତ
ଧରାପଡ଼ିବା ପରେ ଫେରାଇଲେ ୨.୫୦ କୋଟି
ଆର୍ଥିକ ଅନିୟମିତତା ଧରାପଡ଼ିଥିବା କର୍ମଚାରୀମାନେ ପ୍ରାୟ ୨.୫୦ କୋଟି ଟଙ୍କା ଫେରସ୍ତ କରିଥିବା ଓ ପୂର୍ତ୍ତ ବିଭାଗ ଆକାଉଣ୍ଟରେ ଏହା ଜମା ହୋଇଥିବା ଜଣାପଡ଼ିଛି। ଆହୁରି ଅନେକ କର୍ମଚାରୀ ବି ଏଥିରେ ସଂପୃକ୍ତ ଥିବା ଚର୍ଚ୍ଚା ହେଉଛି। ତଦନ୍ତ ପରେ ସବୁ କିଛି ପଦାକୁ ଆସିବ ବୋଲି ଦାବି ଉଠିଛି।
Literary Climate: ସାହିତ୍ୟିକ ପାଣିପାଗ: ଏକ ଅନାଲୋଚିତ ପୁସ୍ତକର ରେଭେନ୍ସା
ଭିଜିଲାନ୍ସକୁ ତଦନ୍ତ ଭାର ଦିଅ
ଆର୍ଥିକ ଅନିୟମିତତା ତଦନ୍ତ ଭାର ଭିଜିଲାନ୍ସକୁ ଦେବାକୁ କିଛି ଠିକାଦାର ଦାବି କରିଛନ୍ତି। ଠିକାଦାରମାନେ କହିଛନ୍ତି, ଏହି ଅନିୟମିତତାର ତଦନ୍ତକୁ ନେଇ ସେମାନେ ସନ୍ଦିହାନରେ ରହିଛନ୍ତି। କାରଣ ପୁଲିସ ଯେଉଁଭଳି ନିରବତା ଅବଲମ୍ବନ କରୁଛି, ତଦନ୍ତ ଆଗେଇବା ଭଳି ଲାଗୁନି। ବୁଝାମଣାରେ କଥା ତୁଟାଇ ଦେବାକୁ ଚକ୍ରାନ୍ତ ଚାଲିଛି। ଭିଜିଲାନ୍ସ ଅବା ଅର୍ଥନୈତିକ ଅପରାଧ ଶାଖା ଏହାର ତଦନ୍ତ ଭାର ନେଲେ, ସତ କଥା ପଦାକୁ ଆସିବ ବୋଲି ଠିକାଦାରମାନେ କହିଛନ୍ତି।

6 days ago
6


