Women: ପାରମ୍ପରିକ ପୋଷାକରେ ବିଭିନ୍ନ ଦେଶର ନାରୀ

3 weeks ago 12
ARTICLE AD BOX

ପାରମ୍ପରିକ ପୋଷାକ କେବଳ ଦେହକୁ ଆବୃତ କରିବାର ମାଧ୍ୟମ ନୁହେଁ, ବରଂ ଏହା ଏକ ଦେଶର ଇତିହାସ, ସଂସ୍କୃତି, ପରମ୍ପରା, କଳା ଓ ଜୀବନଶୈଳୀର ଜୀବନ୍ତ ପ୍ରତୀକ। ପୃଥିବୀର ପ୍ରତ୍ୟେକ ଦେଶର ନିଜସ୍ୱ ଐତିହ୍ୟବାହୀ ପୋଷାକ ରହିଛି, ଯାହା ସେହି ଦେଶର ସ୍ୱତନ୍ତ୍ର ପରିଚୟକୁ ବିଶ୍ୱ ସମ୍ମୁଖରେ ଉପସ୍ଥାପନ କରେ। ଏହି ପୋଷାକଗୁଡ଼ିକରେ ସ୍ଥାନୀୟ ସଂସ୍କୃତି, ପରମ୍ପରା, ରଙ୍ଗ, ହସ୍ତଶିଳ୍ପ ଏବଂ କଳାମତ୍ମକତା ସାମାଜିକ ମୂଲ୍ୟବୋଧର ସୁନ୍ଦର ସମନ୍ୱୟ ଦେଖିବାକୁ ମିଳେ। ବିଶେଷକରି ପର୍ବପର୍ବାଣୀ, ବିବାହ, ଧାର୍ମିକ ଅବସର ଓ ସାଂସ୍କୃତିକ ଉତ୍ସବରେ ଏହି ପାରମ୍ପରିକ ପୋଷାକଗୁଡ଼ିକ ଗର୍ବ ଓ ଆନନ୍ଦର ସହିତ ପିନ୍ଧାଯାଏ। ବିଶ୍ୱର ବିଭିନ୍ନ ଦେଶର କିଛି ଜଣାସୁଣା ପାରମ୍ପରିକ ପୋଷାକ ଓ ସେଗୁଡ଼ିକର ବିଶେଷତା ବିଷୟରେ ଜାଣିବା

Education: ୫ଟି ମଡେଲ ଡିଗ୍ରି କଲେଜର ୨୫ଆଉଟସୋର୍ସିଂ କର୍ମଚାରୀ ବିଦା

 ଭାରତ- ଭାରତର ପାରମ୍ପରିକ ପୋଷାକ ଦେଶର ସାଂସ୍କୃତିକ ବିବିଧତା, ପ୍ରାଚୀନ ପରମ୍ପରା ଓ କଳାର ସୁନ୍ଦର ପ୍ରତିଫଳନ। ମହିଳାମାନେ ସାଧାରଣତଃ ଶାଢ଼ୀ, ଲେହେଙ୍ଗା କିମ୍ବା ସଲୱାର ଓ କମିଜ୍ ପିନ୍ଧନ୍ତି, ଯେତେବେଳେ ପୁରୁଷମାନେ ଧୋତି, କୁର୍ତ୍ତା ପାଇଜାମା କିମ୍ବା ଶେରୱାନୀ ପିନ୍ଧନ୍ତି। ପ୍ରତ୍ୟେକ ରାଜ୍ୟର ନିଜସ୍ୱ ପାରମ୍ପରିକ ପୋଷାକ ରହିଛି, ଯାହା ସେହି ଅଞ୍ଚଳର ଇତିହାସ ଓ ଜୀବନଶୈଳୀକୁ ପ୍ରକାଶ କରେ। ବିବାହ, ଦୀପାବଳି, ଦୁର୍ଗାପୂଜା ଓ ଅନ୍ୟାନ୍ୟ ପର୍ବପର୍ବାଣୀରେ ଏହି ପୋଷାକ ବିଶେଷ ଭାବରେ ପିନ୍ଧାଯାଏ।

 ଜାପାନ- ଜାପାନର ପାରମ୍ପରିକ ପୋଷାକ ‘କିମୋନୋ’ ସାରା ବିଶ୍ୱରେ ଏହାର ସୌନ୍ଦର୍ଯ୍ୟ ଓ ସରଳତା ପାଇଁ ପ୍ରସିଦ୍ଧ। ଏହା ରେଶମ କିମ୍ବା ଉତ୍କୃଷ୍ଟ କପଡ଼ାରେ ତିଆରି ହୋଇଥାଏ। ଏହାକୁ ଫୁଲ, ପକ୍ଷୀ ଓ ପ୍ରକୃତିର ସୁନ୍ଦର ନକ୍ସାରେ ସଜାଯାଇଥାଏ। ଅଣ୍ଟାରେ ‘ଓବି’ ନାମକ ଚଉଡ଼ା ବେଲ୍ଟ ବାନ୍ଧାଯାଏ। ନବବର୍ଷ, ବିବାହ ଓ ପାରମ୍ପରିକ ଉତ୍ସବରେ କିମୋନୋ ପିନ୍ଧିବା ଜାପାନୀ ସଂସ୍କୃତିର ଏକ ବିଶେଷ ଅଂଶ।

 ଚୀନ- ଚୀନର ପାରମ୍ପରିକ ପୋଷାକ ‘ହାନଫୁ’ ଓ ‘କିପାଓ’ ତାହାର ହଜାର ବର୍ଷର ଇତିହାସ ଓ ସମୃଦ୍ଧ ସଂସ୍କୃତିର ପରିଚୟ ବହନ କରେ। ହାନଫୁ ଢିଲା ଏବଂ ଲମ୍ବା ପୋଷାକ ହୋଇଥିବାବେଳେ, ଚିପାଓ ମହିଳାମାନଙ୍କ ପାଇଁ ଏକ ସୁନ୍ଦର ଓ ଆକର୍ଷଣୀୟ ପୋଷାକ। ବିଶେଷ ପର୍ବ, ସାଂସ୍କୃତିକ କାର୍ଯ୍ୟକ୍ରମ ଓ ବିବାହ ସମୟରେ ଏହି ପୋଷାକ ପିନ୍ଧାଯାଏ।

 ଦକ୍ଷିଣ କୋରିଆ- ଦକ୍ଷିଣ କୋରିଆର ପାରମ୍ପରିକ ପୋଷାକ ‘ହାନବୋକ୍‌’ ଉଜ୍ଜ୍ୱଳ ରଙ୍ଗ, ସରଳ ଡିଜାଇନ୍ ଓ ଆରାମଦାୟକ ଶୈଳୀ ପାଇଁ ପରିଚିତ। ମହିଳାମାନେ ଲମ୍ବା ସ୍କର୍ଟ ସହ ଛୋଟ ଜ୍ୟାକେଟ୍ ପିନ୍ଧନ୍ତି, ଏବଂ ପୁରୁଷମାନେ ଢିଲା ପାଇଜାମା ଓ ଜ୍ୟାକେଟ୍ ପିନ୍ଧନ୍ତି।

 ସ୍କଟଲ୍ୟାଣ୍ଡ- ସ୍କଟଲ୍ୟାଣ୍ଡର ପାରମ୍ପରିକ ପୋଷାକ ‘କିଲ୍ଟ’ ଏହାର ଜାତୀୟ ଗର୍ବର ପ୍ରତୀକ। କିଲ୍ଟ ହେଉଛି ଚେକ୍ ଡିଜାଇନ୍‌ର ଏକ ଘେରଯୁକ୍ତ ପୋଷାକ, ଯାହା ପୁରୁଷମାନେ ପିନ୍ଧନ୍ତି। ପ୍ରତ୍ୟେକ ଡିଜାଇନ୍ ଏକ ନିର୍ଦ୍ଦିଷ୍ଟ ପରିବାର କିମ୍ବା ଗୋଷ୍ଠୀର ପରିଚୟ ବହନ କରେ। ଜାତୀୟ ଉତ୍ସବ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ କିଲ୍ଟ ପିନ୍ଧାଯାଏ।

 ଭୁଟାନ- ଭୁଟାନର ପାରମ୍ପରିକ ପୋଷାକ ‘ଘୋ’ ଓ ‘କିରା’ ଦେଶର ସାଂସ୍କୃତିକ ପରିଚୟର ଏକ ଅବିଚ୍ଛିନ୍ନ ଅଂଶ। ପୁରୁଷମାନେ ଘୋ ପିନ୍ଧୁଥିବାବେଳେ ମହିଳାମାନେ କିରା ପିନ୍ଧନ୍ତି। ଭୁଟାନର ସରକାରୀ କାର୍ଯ୍ୟାଳୟ, ବିଦ୍ୟାଳୟ ଓ ଧାର୍ମିକ ସ୍ଥାନରେ ଏହି ପୋଷାକ ପିନ୍ଧିବାକୁ ପ୍ରୋତ୍ସାହିତ କରାଯାଏ। ଏହା ଭୁଟାନର ଶୃଙ୍ଖଳା ଓ ପରମ୍ପରା ପ୍ରତି ସମ୍ମାନକୁ ପ୍ରକାଶ କରେ।

 ମେକ୍ସିକୋ- ମେକ୍ସିକୋର ପାରମ୍ପରିକ ପୋଷାକ ଉଜ୍ଜ୍ୱଳ ରଙ୍ଗ, ସୁନ୍ଦର କଢ଼ାଇ ବା ଏମ୍ବ୍ରୟଡେରୀ ଓ କଳାତ୍ମକ ଡିଜାଇନ୍‌ ପାଇଁ ପ୍ରସିଦ୍ଧ। ମହିଳାମାନେ ରଙ୍ଗୀନ ଘେରଯୁକ୍ତ ପୋଷାକ ପିନ୍ଧନ୍ତି ଏବଂ ପୁରୁଷମାନେ ‘ଚାରୋ’ ପୋଷାକ ପିନ୍ଧନ୍ତି। ଲୋକନୃତ୍ୟ, ସଙ୍ଗୀତ ଉତ୍ସବ ଓ ଜାତୀୟ ପର୍ବରେ ଏହି ପୋଷାକ ମେକ୍ସିକୋର ସାଂସ୍କୃତିକ ଐତିହ୍ୟକୁ ଉଜାଗର କରେ।

 ନାଇଜେରିଆ- ନାଇଜେରିଆର ପାରମ୍ପରିକ ପୋଷାକ ଆଫ୍ରିକୀୟ ସଂସ୍କୃତିର ରଙ୍ଗିନ ଓ ସମୃଦ୍ଧ ପରିଚୟ ବହନ କରେ। ପୁରୁଷମାନେ ‘ଆଗବାଦା’ ନାମକ ଢିଲା ପୋଷାକ ପିନ୍ଧୁଥିବା ବେଳେ ମହିଳାମାନେ ‘ଇରୋ ଓ ବୁବା’ ପିନ୍ଧନ୍ତି। ହାତରେ ବୁଣା କପଡ଼ା, ରଙ୍ଗୀନ ଡିଜାଇନ୍‌ ଓ ପାରମ୍ପରିକ ଅଳଙ୍କାର ଏହି ପୋଷାକକୁ ଅଧିକ ଆକର୍ଷଣୀୟ କରେ।

Voter Roll Revision: ଭାରତର ଭୋଟର ତାଲିକା ସଂଶୋଧନକୁ ନେଇ ଜାତିସଂଘର ତିନି ବିଶେଷଜ୍ଞଙ୍କ ଉଦ୍‌ବେଗ

 ରୁଷ- ରୁଷର ପାରମ୍ପରିକ ପୋଷାକ ‘ସାରାଫାନ’ ମହିଳାମାନଙ୍କ ମଧ୍ୟରେ ବହୁତ ଲୋକପ୍ରିୟ। ଏହା ଲମ୍ବା ଏବଂ ସୁନ୍ଦର ଏମ୍ବ୍ରୟଡେରୀ ହୋଇଥିବା ପୋଷାକ, ଯାହା ରୁଷର ଲୋକକଳା ଓ ପରମ୍ପରାକୁ ପ୍ରତିଫଳିତ କରେ। ପୁରୁଷମାନେ ପାରମ୍ପରିକ ସାର୍ଟ ଓ ବେଲ୍ଟ ପିନ୍ଧନ୍ତି। ଲୋକନୃତ୍ୟ, ସାଂସ୍କୃତିକ ଉତ୍ସବ ଓ ଜାତୀୟ ଦିବସରେ ଏହି ପୋଷାକର ବ୍ୟବହାର ହୁଏ।

 ଥାଇଲ୍ୟାଣ୍ଡ- ଥାଇଲ୍ୟାଣ୍ଡର ପାରମ୍ପରିକ ପୋଷାକ ‘ଚୁଡ୍‌ ଥାଇ’ ତାହାର ସୌନ୍ଦର୍ଯ୍ୟ, ଶାଳୀନତା ଓ କାରୁକାର୍ଯ୍ୟ ପାଇଁ ପ୍ରସିଦ୍ଧ। ଏହା ସାଧାରଣତଃ ରେଶମ କପଡ଼ାରେ ତିଆରି ହୋଇଥାଏ ଏବଂ ସୁନ୍ଦର ନକ୍ସାରେ ସଜାଯାଇଥାଏ। ବିବାହ, ରାଜକୀୟ ସମାରୋହ, ଧାର୍ମିକ ଉତ୍ସବ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ଥାଇ ଲୋକମାନେ ଗର୍ବର ସହିତ ଏହି ପୋଷାକ ପିନ୍ଧନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.