Women's Asia Cup: ମହିଳା ଏସିଆ କପ୍‌: ଭାରତ-ଥାଇଲାଣ୍ଡ ମୁକାବିଲା ଆଜି

2 weeks ago 5
ARTICLE AD BOX

ଦୁବାଇ: ମହିଳା ଏସିଆ କପ୍‌ର ଗ୍ରୁପ ‘ଏ’ରେ ରବିବାର ଥାଇଲାଣ୍ଡକୁ ଭେଟିବ ଭାରତ। ଏହି ମ୍ୟାଚ୍‌ରେ ଏକ ବଡ଼ ବିଜୟ ସହ ନୈରାଶ୍ୟଜନକ ବିଶ୍ବକପ୍‌ ପ୍ରଦର୍ଶନକୁ ଭୁଲି ଆଗକୁ ବଢିବାକୁ ଚେଷ୍ଟା କରିବ ହରମନପ୍ରୀତ୍‌ଙ୍କ ନେତୃତ୍ବାଧୀନ ଭାରତୀୟ ଦଳ। ମହିଳା ଏସିଆ କପ୍‌ରେ ଗତ ଏକ ଦଶନ୍ଧି ଧରି ଭାରତର ଆଧିପତ୍ୟ ରହିଆସିଛି। ୨୦୧୬-୧୭ରୁ ଟ୍ବେଣ୍ଟି-୨୦ ଫର୍ମାଟ୍‌ରେ ଖେଳାଯାଇଥିବା ୫ଟି ସଂସ୍କରଣ ମଧ୍ୟରୁ ଭାରତ ୩ ଥର ଚାମ୍ପିଅନ୍ ହୋଇଛି। କିନ୍ତୁ ଅତୀତର ରେକର୍ଡ ଅପେକ୍ଷା ବର୍ତ୍ତମାନର ପ୍ରଦର୍ଶନ ଭାରତୀୟ ଦଳ ପାଇଁ ଚିନ୍ତାର କାରଣ ହୋଇଛି। ଚଳିତ ବର୍ଷ ଭାରତୀୟ ମହିଳା ଦଳ ୧୬ଟି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଥିବା ବେଳେ ସେଥିରୁ ୯ଟିରେ ପରାଜିତ ହୋଇଛି। ଏହା ଦଳର ଟି-୨୦ ପ୍ରଦର୍ଶନକୁ ନେଇ ଚିନ୍ତା ବଢ଼ାଇଛି। 

Neglect: ରେଳ ଲାଇନ୍‌ରେ ଅଟକିଛି ଛଅ ଗାଁର ଜୀବନଯାତ୍ରା!

ଗତ ମହିଳା ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ଅଷ୍ଟ୍ରେଲିଆଠାରୁ ହାରି ଗ୍ରୁପ ପର୍ଯ୍ୟାୟରୁ ହିଁ ବିଦାୟ ନେଇଥିଲା ଭାରତ। ଏହା ସହିତ ଅଧିନାୟିକା ହରମନପ୍ରୀତ କୌରଙ୍କ ନିଜସ୍ୱ ଫର୍ମ ଦଳ ପାଇଁ ଚିନ୍ତାର କାରଣ ହୋଇଛି। ଆହୁରି ମଧ୍ୟ ଭଲ ଲୟରେ ଥିବା ଜେମିମା ରଡ୍ରିଗ୍ସଙ୍କ ଅନୁପସ୍ଥିତି ଦଳର ଚିନ୍ତାକୁ ବଢାଇ ଦେଇଛି। ଏଭଳି ସ୍ଥିତିରେ ଏସିଆ କପ୍‌ ଜିତି ପୁଣି ନିଜ ଲୟ ଓ ମନୋବଳ ଫେରିପାଇବାକୁ ଉଦ୍ୟମ କରିବ ଭାରତ। ତେବେ ଦଳର ଅଭିଜ୍ଞ ଖେଳାଳିଙ୍କ ଫର୍ମ ସହ ଯୁବ ଖେଳାଳିଙ୍କ ପ୍ରଦର୍ଶନ ଉପରେ ସବୁକିଛି ନିର୍ଭର କରିବ।

Protest: ଭଦ୍ରକଜିଲ୍ଲା ଟ୍ରକ୍ ଟିପର ମାଲିକ ସଂଘର ଧାରଣାକୁ ମାସେ ବିତିଲା, ଶୁଣିଲାନି ପ୍ରଶାସନ

ଭାରତୀୟ ଦଳ: ହରମନପ୍ରୀତ୍‌ କୌର (ଅଧିନାୟିକା), ସ୍ମୃତି ମନ୍ଧାନା, ଭାରତୀ ଫୁଲମାଲି, ଋଚା ଘୋଷ (ୱିକେଟ ରକ୍ଷକ) ,ଗୁନାଲନ କମଳିନୀ (ୱିକେଟ ରକ୍ଷକ), ପ୍ରତିକା ରାୱଲ, ଶେଫାଳି ବର୍ମା,ଦିପ୍ତି ଶର୍ମା, କ୍ରାନ୍ତି ଗୌଡ଼, ପ୍ରେମା ରାୱତ, ଅରୁନ୍ଧତୀ ରେଡ୍ଡୀ, ରେଣୁକା ସିଂହ ଠାକୁର, ନନ୍ଦିନୀ ଶର୍ମା, ଶ୍ରୀ ଚାରଣୀ ଓ ରାଧା ଯାଦବ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.