ARTICLE AD BOX
ଦୁବାଇ: ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମଠାରେ ରବିବାର ମହିଳା ଏସିଆ କପ୍ ଫାଇନାଲ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ। ସେମିଫାଇନାଲ୍ରେ ଭାରତ ବାଂଲାଦେଶକୁ ଏବଂ ଶ୍ରୀଲଙ୍କା ପାକିସ୍ତାନକୁ ହରାଇ ଫାଇନାଲରେ ପ୍ରବେଶ କରିଛନ୍ତି। ଉଭୟ ଦଳର ସ୍ପିନ ବିଭାଗ ଶକ୍ତିଶାଳୀ ଥିବାରୁ ଫାଇନାଲ୍ରେ ସ୍ପିନ ନିର୍ଣ୍ଣାୟକ ଭୂମିକା ନେବା ଆଶା କରାଯାଉଛି। ଭାରତ ପକ୍ଷରୁ ଦୀପ୍ତି ଶର୍ମାଙ୍କ ନେତୃତ୍ୱାଧୀନ ସ୍ପିନ୍ ବାହିନୀ ଚଳିତ ଏସିଆ କପରେ ୨୬ ୱିକେଟ୍ ନେଇଛନ୍ତି। କିନ୍ତୁ ଶ୍ରୀଲଙ୍କାର ସ୍ପିନରମାନେ ବି ବିଶେଷ ପଛରେ ନାହାନ୍ତି, ସେମାନେ ୨୫ ୱିକେଟ୍ ହାସଲ କରିଛନ୍ତି।
Drinking water: ପ୍ରଦୂଷିତ ଭୂତଳ ଜଳ ପାଇଁ ବିକଳ୍ପ ପଦକ୍ଷେପ; ନିର୍ମଳ ବୁନ୍ଦା ଲୋକାର୍ପିତ
ଅନ୍ୟପକ୍ଷରେ ବ୍ୟାଟିଂରେ ଭାରତ ଅପେକ୍ଷାକୃତ ସନ୍ତୁଳିତ ରହିଛି। ସ୍ମୃତି ମନ୍ଧାନା ଓ ଶେଫାଳି ବର୍ମା ଦଳ ପାଇଁ ମୁଖ୍ୟ ଅସ୍ତ୍ର ହୋଇ ପାରନ୍ତି। କିନ୍ତୁ ଅଧିନାୟିକା ହର୍ମନପ୍ରୀତଙ୍କ ଦୁର୍ବଳ ଫର୍ମ ଚିନ୍ତାର କାରଣ ରହିଛି। ସେପଟେ ଶ୍ରୀଲଙ୍କାର ବ୍ୟାଟିଂ ବିଭାଗର ପ୍ରଦର୍ଶନ ଚିନ୍ତାଜନକ ରହିଛି । ଅଧିନାୟିକା ଚମାରି ଆଟାପାଟ୍ଟୁ ପ୍ରତିଯୋଗିତାରେ ୬୩ ରନ୍ କରିଛନ୍ତି। ରେକର୍ଡ ଦୃଷ୍ଟିରୁ ଭାରତକୁ ଏହି ମ୍ୟାଚର ଦାବିଦାର ବୋଲି କୁହାଯାଉଛି। ଗତ ୧୦ଟି ଟି-୨୦ରୁ ଭାରତ ୯ଟି ଜିତିଛି। ତେବେ ୨୦୨୪ ଏସିଆ କପ୍ ଫାଇନାଲରେ ଶ୍ରୀଲଙ୍କା ଭାରତକୁ ହରାଇ ଚାମ୍ପିଅନ୍ ହୋଇଥିଲା। ତେଣୁ ଫାଇନାଲରେ ରୋମାଞ୍ଚକର ମୁକାବିଲା ଆଶା କରାଯାଉଛି। ଭାରତ କିନ୍ତୁ ଅଷ୍ଟମ ଥର ପାଇଁ ଏସୀୟ ମୁକୁଟ ଆଶାରେ ରହିବ।
BRICS Summit 2026: ନୂଆଦିଲ୍ଲୀରେ ଇଥିଓପିଆ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

5 days ago
7


