ARTICLE AD BOX
ନବରଙ୍ଗପୁର (ସୁରେଶ ନାଇଡ଼ୁ): ଜିଲ୍ଲା ନାରୀ ମହାସଂଘର ଉପଦେଷ୍ଟା ତଥା ସିପିଆଇଏମ୍ ନେତା ରାଜେଶ ଯାନୀଙ୍କ ଗିରଫଦାରୀକୁ ବିରୋଧ କରି ହଜାର ହଜାର ମହିଳା ଉପଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ କରିଛନ୍ତି। ରାଜେଶଙ୍କୁ ତୁରନ୍ତ ଜେଲରୁ ମୁକ୍ତ କରିବାକୁ ଦାବି କରିଛନ୍ତି। ଉତ୍ତେଜନାକୁ ଦୃଷ୍ଟିରେ ରଖି ଅଞ୍ଚଳରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି।
Anti-liquor movement: ବରଗଡ଼ରେ ତେଜୁଛି ମଦ ବିରୋଧୀ ଆନ୍ଦୋଳନ: ଗାଁଠୁ ସହର ସବୁଠି ସକ୍ରିୟ ଗୁଲାବ୍ ଗ୍ୟାଙ୍ଗ୍
ନବରଙ୍ଗପୁର ଜିଲ୍ଲାରେ ମଦ ବିରୋଧୀ ଆନ୍ଦୋଳନର ନେତୃତ୍ୱ ନେଉଥିଲେ ରାଜେଶ ଯାନୀ । ତେବେ ତାଙ୍କ ବିରୋଧରେ ଶାନ୍ତିଭଙ୍ଗ ଆଶଙ୍କାରେ ବିଏନ୍ଏସ୍ ଧାରା ୧୨୯ ଅନୁଯାୟୀ ନୋଟିସ୍ ଜାରି କରିଥିଲେ ଉପଜିଲ୍ଲାପାଳ । ପୂର୍ବରୁ ତିନି ତିନି ଥର ନୋଟିସ୍ ଜାରି ସତ୍ତ୍ୱେ ଉତ୍ତର ନମିଳିବାରୁ ଗତ ୨୭ ତାରିଖରେ ୱାରେଣ୍ଟ ଜାରି ହୋଇଥିଲା । ଗତକାଲି (ସୋମବାର) ସନ୍ଧ୍ୟାରେ ତେନ୍ତୁଳିଖୁଣ୍ଟି ପୁଲିସ ରାଜେଶଙ୍କୁ ଧରି ଉପଜିଲ୍ଲାପାଳଙ୍କ କୋର୍ଟରେ ହାଜର କରିଥିଲା । ତେବେ ଶାନ୍ତିଭଙ୍ଗ ନକରିବା ପାଇଁ ବଣ୍ଡ ସ୍ୱାକ୍ଷର କରିବାକୁ ମନା କରିବାରୁ ତାଙ୍କୁ ଗିରଫ କରି ଜେଲ ପଠାଯାଇଥିଲା।
Anti-liquor protest: ମଦ ବିରୋଧୀ ଆନ୍ଦୋଳନ ବେଳେ ଅଘଟଣ: ମହିଳାଙ୍କ ଉପରେ ବାଇକ୍ ଚଢ଼ାଇଦେଲେ, ଦୁଇ ମାଫିଆ ଫେରାର
ଏହି ଗିରଫଦାରି ବେଆଇନ ଭାବେ କରାଯାଇଛି ବୋଲି ଅଭିଯୋଗ କରି ନାରୀ ମହାସଂଘର ହଜାରରୁ ଊର୍ଦ୍ଧ୍ବ ମହିଳା ହାତରେ ଠେଙ୍ଗାବାଡ଼ି ଧରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ପହଞ୍ଚିଥିଲେ। ମୁକ୍ତି ଦାବିରେ ନାରାବାଜି କରିଛନ୍ତି । ପରିସ୍ଥିତିକୁ ଦେଖି ଘଟଣାସ୍ଥଳରେ ପୁଲିସ ଅଧିକାରୀମାନେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିଛନ୍ତି। ତେବେ ରାଜେଶଙ୍କ ମୁକ୍ତି ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ମହିଳାମାନେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।
/filters:format(webp)/sambad/media/media_files/2026/11/03/anti-liquor-protest-nabarangpur2-2026-11-03-16-20-53.jpg)
ଏନେଇ ଉପଜିଲ୍ଲାପାଳ ପ୍ରକାଶ କୁମାର ମିଶ୍ର ପ୍ରକାଶ କହିଛନ୍ତି, ରାଜେଶ ଯାନୀ କୋର୍ଟଙ୍କ ଆଦେଶକୁ ଅବମାନନା କରିଛନ୍ତି। ଏଣୁ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଶାନ୍ତିଚୁକ୍ତି ଦାଖଲ କରି କୋର୍ଟଙ୍କ ଆଦେଶ ପାଳନ କଲେ ତାଙ୍କୁ ଖଲାସ କରାଯିବ।

42 minutes ago
1


