ARTICLE AD BOX
ଭୁବନେଶ୍ବର: ଆଜି ସନ୍ଧ୍ୟାରେ କୁଆଖାଇ ବ୍ରିଜ୍ରୁ ଜଣେ ମହିଳା ନଦୀକୁ ଡେଇଁ ପଡ଼ିଛନ୍ତି। ଖବର ପାଇ ମଞ୍ଚେଶ୍ବର ଓ ପାହାଳ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଜନୈକାଙ୍କୁ ଖୋଜିବା ଆରମ୍ଭ କରିଛି। ପ୍ରାୟ ଘଣ୍ଟାଏରୁ ଅଧିକ କାଳ ଖୋଜିବା ପରେ ମଧ୍ୟ ମହିଳାଙ୍କୁ କୁଆଖାଇରୁ ଉଦ୍ଧାର କରାଯାଇପାରିନି। ନଦୀରେ ପାଣିର ସ୍ରୋତ ଅଧିକ ରହିବା ସହ ରାତି ହୋଇଯାଇଥିବାରୁ ପ୍ରାୟ ସାଢ଼େ ୯ଟା ବେଳକୁ ଖୋଜିବା କାର୍ଯ୍ୟକୁ ସ୍ଥଗିତ ରଖିଛି ଅଗ୍ନିଶମ ବିଭାଗ। ଆସନ୍ତାକାଲି ସକାଳୁ ଷ୍ଟ୍ରାଇକିଂ ଫୋର୍ସ ସହିତ ଏକାଧିକ ଟିମ୍ ମହିଳାଙ୍କୁ ଖୋଜିବେ ବୋଲି ବରିଷ୍ଠ ଅଗ୍ନିଶମ ଅଧିକାରୀ ଦୁର୍ଗା ପରିଜା ସୂଚନା ଦେଇଛନ୍ତି।
Neglect:କାମରେ ଆସୁନି କୋଟିଏ ଟଙ୍କାର ଗୋଶାଳା, ରାଜପଥରେ ଗାଈଗୋରୁ
ମଞ୍ଚେଶ୍ବର ଥାନା ପୁଲିସ ପ୍ରାଥମିକ ତଦନ୍ତ କରି କହିଛି ଯେ ମଙ୍ଗରାଜ ମଲ୍ଲିକ ସନ୍ଧ୍ୟା ପ୍ରାୟ ୬ଟା ୪୦ରେ ଭୁବନେଶ୍ବରରୁ କଟକ ଅଭିମୁଖେ ଯାଉଥିଲେ। ଏହି ସମୟରେ କିଛି ଲୋକ କୁଆଖାଇ ବ୍ରିଜ୍ରେ ନଦୀରେ ଆସିଥିବା ବନ୍ୟା ପାଣି ଦେଖୁଥିଲେ। ପାଖରେ ଜଣେ ୫୮ରୁ ୬୦ ବର୍ଷୀୟା ମହିଳା ମଧ୍ୟ ଛିଡ଼ା ହୋଇଥିଲେ। କେହି କିଛି ବୁଝିବା ପୂର୍ବରୁ ମହିଳା ଜଣକ ହାତରେ ଧରିଥିବା ବ୍ୟାଗ୍ ଓ ଚପଲ ଥୋଇ ପାଣି ଭିତରକୁ ଡେଇଁ ପଡ଼ିଥିଲେ। ପାଖରେ ପହଞ୍ଚିବା ବେଳକୁ ମଙ୍ଗରାଜଙ୍କୁ ମହିଳା ଡେଇଁପଡ଼ିଥିବା କଥା ବନ୍ୟାପାଣି ଦେଖୁଥିବା ଲୋକେ କହିଥିଲେ। ପରେ ସେ ୧୧୨କୁ ଫୋନ୍ କରି ଘଟଣା ସଂପର୍କରେ ଜଣାଇଥିଲେ।
ସିସିଟିଭିରୁ ମହିଳାଙ୍କ ବାବଦରେ ସୂଚନା ମିଳିବ
କୁଆଖାଇ ନଦୀରୁ ବାଲି ମାଫିଆଙ୍କୁ ରୋକ୍ ଲଗାଇବା ପାଇଁ ପୁଲିସ ପୋଲରେ ସିସିଟିଭି ଲଗାଇଥିଲା। ତେଣୁ ଏହି ସିସିଟିଭିରୁ ହିଁ ବନ୍ୟାରେ ଭାସିଯାଇଥିବା ମହିଳାଙ୍କ ବାବଦରେ ସୂଚନା ମିଳିବ ବୋଲି ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି। ଅପରପଟେ, ମଞ୍ଚେଶ୍ବର ଥାନା ପୁଲିସ ମଧ୍ୟ ସେହି ଆଧାରରେ ଏକ ଷ୍ଟେସନ୍ ଡାଏରି କରି ଘଟଣାର ତଦନ୍ତ ଆରମ୍ଭ କରିଛି। କିଛି ପ୍ରତ୍ୟକ୍ଷଦର୍ଶୀ ଓ ଉକ୍ତ ସିସିଟିଭିକୁ ଆଧାର କରି ପୁଲିସ ମହିଳାଙ୍କ ବାବଦରେ ସୂଚନା ନେବାକୁ ଉଦ୍ୟମ ଆରମ୍ଭ କରିଛି।
Bank: ଭୁବନେଶ୍ବରରେ ଆଞ୍ଚଳିକ କାର୍ଯ୍ୟାଳୟ ଖୋଲିବ ଇଣ୍ଡିଆ ଏକ୍ଜିମ୍ ବ୍ୟାଙ୍କ
ଖବର ପାଇ ମଞ୍ଚେଶ୍ବର ଥାନା ପିସିଆର୍ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ହାଇସ୍ପିଡ୍ ରବର ବୋଟ୍, ବିଲେଇ କଣ୍ଟା, ଲାଇଫ୍ ଜ୍ୟାକେଟ୍ ଭଳି ସାମଗ୍ରୀ ଧରି ୪ଜଣିଆ ଉଦ୍ଧାରକାରୀ ଦଳ ନଦୀ ଭିତରକୁ ପଶିଥିଲେ। ଘଣ୍ଟାଏ ଖୋଜାଖୋଜି କରିବା ପରେ ମହିଳାଙ୍କ ବାବଦରେ କୌଣସି ସୂଚନା ମିଳିନଥିଲା। ଓଡ୍ରାଫ୍ ଟିମ୍ ସମେତ ସ୍କୁବା ଡାଇଭର୍ ଓ ଅନ୍ୟାନ୍ୟ ସହଯୋଗୀ ବନ୍ୟା ପାଇଁ ଉତ୍ତର ଓଡ଼ିଶା ଓ ଅନ୍ୟ ବନ୍ୟାଞ୍ଚଳକୁ ଯାଇଥିବାରୁ ଖୋଜାଖୋଜି ପ୍ରାୟ ୯ଟା ୩୦ରେ ସ୍ଥଗିତ ହୋଇଛି। ଆସନ୍ତାକାଲି ଅନ୍ୟ ଉଦ୍ଧାରକାରୀ ଦଳ ସକାଳେ ଉଦ୍ଧାର କାର୍ଯ୍ୟ କରିବେ ବୋଲି ଜଣାପଡ଼ିଛି।
ଅପରପଟେ, ମଞ୍ଚେଶ୍ବର ଥାନା ପୁଲିସ ଡେଇଁପଡ଼ିଥିବା ମହିଳାଙ୍କ ଚପଲ ଓ ଛାଡ଼ିଯାଇଥିବା ଅନ୍ୟ ପୋଷାକ ସାମଗ୍ରୀ ଜବତ କରିଛି। ସେଥିରେ ମହିଳାଙ୍କର କୌଣସି ପରିଚୟପତ୍ର ବା ଅନ୍ୟ ସାମଗ୍ରୀ ନଥିବାରୁ ତାଙ୍କ ବାବଦରେ କିଛି ସୂଚନା ମିଳିପାରିନାହିଁ। ତେଣୁ ମହିଳା କିଏ ଓ କାହିଁକି ନଦୀକୁ ଡେଇଁଲେ ସେ ନେଇ କୌଣସି ସୂଚନା ଜଣାପଡ଼ିନାହିଁ।

2 days ago
1


