ARTICLE AD BOX
ଘଷିପୁରା: ପ୍ରବଳ ବର୍ଷାରେ ଭରାନଈ ଆଜି ଜଣେ ଯୁବତୀଙ୍କ ଜୀବନ ନେଇଛି। ଘଟଣାଟି କେନ୍ଦୁଝରଜିଲ୍ଲା ଘଷିପୁରା ଥାନା ଅନ୍ତର୍ଗତ କେଶଦୁରାପାଳ ଗ୍ରାମରେ ଘଟିଛି।
Missing: ନଦୀରେ ଭାସିଗଲେ ୩ଜଣ: ଯୁବକ ନିଖୋଜ
ସୂଚନାନୁସାରେ, କୁଳମଣି ପାତ୍ରଙ୍କ ଝିଅ ଉର୍ମିଳା ପାତ୍ର (ବୟସ ୨୪) ରେମାଳ ନଦୀର ପାତ୍ର ସାହି ଘାଟରେ ସବୁଦିନ ଭଳି ଆଜି ଗାଧୋଇବାକୁ ଯାଇଥିଲେ। ନଦୀରେ ବନ୍ୟାଜଳ ପ୍ରବାହିତ ହେଉଥିବା ବେଳେ ଏଥିରେ ଅଚାନକ ଗୋଡ଼ ଖସି ଭାସିଯାଇଥିଲେ।
ଅନେକ ସମୟ ଧରି ଘରକୁ ନଫେରିବାରୁ ପରିବାର ଲୋକ ଓ ପାଖପୋଡ଼ଶୀ ନଦୀ କୂଳକୂଳରେ କେଶଦୁରପାଳ ,ଦରଡ଼ିପାଳ ,ଦେଓଗାଁ ପର୍ଯ୍ୟନ୍ତ ଖୋଜାଖୋଜି କରିଥିଲେ। ବର୍ତ୍ତମାନ ସୁଦ୍ଧା ଉର୍ମିଳାଙ୍କୁ ଠାବ କରାଯାଇପାରିନାହିଁ। ଅଗ୍ନିଶମ ବାହିନୀକୁ ସୂଚିତ କରାଯାଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ଅଗ୍ନିଶମ କିମ୍ବା ଓଡ୍ରାଫ ଟିମ ପହଞ୍ଚିନାହାନ୍ତି। ପରିବାର ପକ୍ଷରୁ ଘସିପୁରା ଥାନାରେ ଅଭିଯୋଗ କରିଥିବା ଜଣାଯାଇଛି।

6 days ago
4


