Woman Catches King Cobra: ଖବର ପାଇ ଧାଇଁ ଗଲେ ମହିଳା, ସୁରକ୍ଷିତ ଭାବେ ୧୦ଫୁଟର ନାଗକୁ କଲେ କାବୁ

2 weeks ago 10
ARTICLE AD BOX
 ଖବର ପାଇ ଧାଇଁ ଗଲେ ମହିଳା, ସୁରକ୍ଷିତ ଭାବେ ୧୦ଫୁଟର ନାଗକୁ କଲେ କାବୁ

ଭୋପାଳ: ବିହାରର ବଗହାରରେ ଘଟିଥିବା ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଲୋକଙ୍କ ବେଶ ଦୃଷ୍ଟି ଆକର୍ଷଣ କରିଛି। ଉକ୍ତ ଭିଡିଓରେ ଜଣେ ମହିଳା ପ୍ରାୟ ୧୦ ଫୁଟ ଲମ୍ବାର ନାଗସାପକୁ ନିର୍ଭୟରେ ଶରୀରରେ ଗୁଡ଼ାଇ ଧରିଥିବା ଦେଖିବାକୁ ମିଳୁଛି। ଏଥିସହିତ ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକମାନଙ୍କୁ ସେ ଭୟଭୀତ ନହୋଇ ଶାନ୍ତ  ରହିବାକୁ ପରାମର୍ଶ ଦେଉଛନ୍ତି।  

ମହାକାଶ ଯାତ୍ରାରେ ଐତିହାସିକ ଅଧ୍ୟାୟ ଯୋଡ଼ିଲା ଭାରତ: ସଫଳତାର ସହ ‘ବିକ୍ରମ-୧’ର ଉତ୍‌କ୍ଷେପଣ

ଭିଡିଓରେ ଦେଖିବାକୁ ମିଳୁଥିବା ଘଟଣାଟି ବିହାରର ବଗହାର ବିଶାହା ଗାଁରେ ଘଟିଥିବା ଜଣାପଡ଼ିଛି। ଏକ ଘର ଭିତରେ ପ୍ରାୟ ୧୦ ଫୁଟ ଲମ୍ବା ନାଗ ସାପ ଦେଖିବାକୁ ମିଳିବା ପରେ ସମଗ୍ର ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା। ଘଟଣାର ଖବର ପାଇ ପ୍ରଶିକ୍ଷିତ ସାପ ଉଦ୍ଧାରକାରୀ ଜାନକୀ ଦେବୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେ ସାପଟିକୁ ସୁରକ୍ଷିତ ଭାବେ କାବୁ କରି ନେଇଥିଲେ। ଯାହା ସ୍ଥାନୀୟ ଲୋକଙ୍କ ପାଇଁ ଆଶ୍ୱସ୍ତି ଆଣିଥିଲା।ଭିଡିଓ ଭାଇରାଲ ହେବା ପରେ, ସୋସିଆଲ ମିଡିଆରେ ଲୋକମାନେ ମହିଳାଙ୍କ ସାହସକୁ ପ୍ରଶଂସା କରୁଛନ୍ତି। 

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.