ARTICLE AD BOX
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୬ତମ ଜନ୍ମଦିନ ଅବସରରେ ବିଶ୍ୱର ବହୁ ପ୍ରମୁଖ ନେତା ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବା ସହ ଭାରତ ସହ ନିଜ ନିଜ ଦେଶର ଦ୍ୱିପାକ୍ଷିକ ସମ୍ପର୍କକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି।
* ଭ୍ଲାଦିମିର ପୁଟିନ୍ (ରୁଷ୍ ରାଷ୍ଟ୍ରପତି): ମୋଦୀ ଦେଶ ଓ ବିଶ୍ୱସ୍ତରରେ ଗଭୀର ସମ୍ମାନ ଏବଂ ସୁଖ୍ୟାତି ଅର୍ଜନ କରିଛନ୍ତି। ଭାରତ-ରୁଷିଆ ବିଶେଷ ରଣନୈତିକ ଭାଗିଦାରୀକୁ ସୁଦୃଢ଼ କରିବାରେ ତାଙ୍କର ଯୋଗଦାନ ଅତୁଳନୀୟ। ୧୮ତମ ‘ବ୍ରିକ୍ସ’ ସମ୍ମିଳନୀ ଅବସରରେ ହୋଇଥିବା ଆଲୋଚନା ମୋଦୀଙ୍କ ରାଜନୈତିକ ପ୍ରଜ୍ଞାର ପ୍ରମାଣ।
* ଜର୍ଜିଆ ମେଲୋନୀ (ଇଟାଲୀ ପ୍ରଧାନମନ୍ତ୍ରୀ): ମୋଦୀଙ୍କୁ ‘ବନ୍ଧୁ’ ଆଖ୍ୟା ମେଲୋନୀ ତାଙ୍କର ସୁସ୍ଥତା ଓ ସଫଳତା କାମନା କରିଛନ୍ତି। ଇଟାଲୀ ଏବଂ ଭାରତ ନିଜର ବନ୍ଧୁତାକୁ ସୁଦୃଢ଼ କରି ସମୃଦ୍ଧ ଭବିଷ୍ୟତ ଗଢ଼ୁଥିବା ସେ କହିଛନ୍ତି।
* ବେଞ୍ଜାମିନ ନେତାନ୍ୟାହୁ (ଇସ୍ରାଏଲ ପ୍ରଧାନମନ୍ତ୍ରୀ): ମୋଦୀଙ୍କ ନେତୃତ୍ୱ ଭାରତକୁ ଏକ ବିଶ୍ୱଶକ୍ତିରେ ପରିଣତ କରିଛି। ଉଭୟ ଦେଶ ମଧ୍ୟରେ ଐତିହାସିକ ଭାଗିଦାରୀ ଗଢ଼ିଉଠିଛି ଏବଂ ଏହି ବନ୍ଧୁତା ଆଗକୁ ଆହୁରି ମଜବୁତ ହେବ।
ଆହୁରି ପଢନ୍ତୁ: Supremecourt: ମହିଳା ହୋଇଥିବାରୁ ଚାକିରି ନ ମିଳିବା ପ୍ରସଙ୍ଗ: ଆଇଓସିକୁ ୧୨ ଲକ୍ଷ କ୍ଷତିପୂରଣ ଦେବାକୁ କହିଲେ ସୁପ୍ରିମ୍କୋର୍ଟ
* ରୁଜଭେଲ୍ଟ ସ୍କେରଟ୍ (ଡୋମିନିକା ପ୍ରଧାନମନ୍ତ୍ରୀ): ଡୋମିନିକାର ଜନସାଧାରଣଙ୍କ ପକ୍ଷରୁ ସେ ମୋଦୀଙ୍କ ସୁସ୍ଥତା ଓ ଭାରତୀୟଙ୍କ ସେବା ପାଇଁ ନିରନ୍ତର ଶକ୍ତି କାମନା କରିଛନ୍ତି।
* ଟେଡ୍ରୋସ ଅଧ୍ନୋମ ଗେବ୍ରେୟସସ (‘ହୁ’ ମହାନିର୍ଦ୍ଦେଶକ): ସଫଳ ‘ବ୍ରିକ୍ସ’ ସମ୍ମିଳନୀ ଆୟୋଜନ, ସ୍ୱାସ୍ଥ୍ୟକୁ ପ୍ରାଥମିକତା ଦେବା ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ କାର୍ଯ୍ୟ କରିଥିବାରୁ ସେ ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।
* ଆମେରିକୀୟ ଦୂତାବାସ: ଆମେରିକୀୟ ଦୂତାବାସ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପକ୍ଷରୁ ମୋଦୀଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଛି।

3 hours ago
1


