Wild Boar Attack: ଲକ୍ଷାଧିକ ଟଙ୍କାର ଆସବାବପତ୍ର ନଷ୍ଟକଲା ଘରେ ଅଟକ ବାରହା

2 days ago 1
ARTICLE AD BOX

ବରୀ (ସଂଜୟ କୁମାର ବେହେରା): ବରୀ ବ୍ଲକ ଅଙ୍ଗାଳୋ ପଞ୍ଚାୟତର ଢିହବାରିଂ ଗ୍ରାମର ରାଖାଲ ଦାସଙ୍କ ଘର ଭିତରେ ଅଟକ ଥିବା ହିଂସ୍ର ବାରହାକୁ କାବୁ କରିପାରୁନାହିଁ ବନବିଭାଗ। ଗତକାଲି ଠାରୁ ଅଟକ ଥିବା ବାରହା ଘରର ସମସ୍ତ ଆସବାବପତ୍ରକୁ ଭାଙ୍ଗି ନଷ୍ଟ କରିଦେଇଛି। ଲକ୍ଷାଧିକ ଟଙ୍କାର କ୍ଷତିଘଟିଥିବା ବେଳେ ଗତକାଲି ଠାରୁ ବାରହାକୁ ସେହି ଘରେ ଅଟକ ରଖାଯାଇଛି।

ଗତକାଲି ଏହି ବାରହାକୁ ଧରିବା ପାଇଁ ବନବିଭାଗକୁ ସୂଚନା ଦିଆଯାଇଥିଲା। ବିଂଝାରପୁର ଫରେଷ୍ଟର ସାବିତ୍ରୀ ଓ ଯାଜପୁର ରେଞ୍ଜର ଧର୍ମେନ୍ଦ୍ର ପ୍ରଧାନଙ୍କୁ ସୂଚନା ଦେଲା ପରେ ସଂଧ୍ୟାରେ ବନବିଭାଗର କିଛି କର୍ମଚାରୀ ପହଞ୍ଚିଥିଲେ। ମାତ୍ର ବାରହାକୁ କାବୁ କରିବାରେ ବିଫଳ ହୋଇ ଫେରିଯାଇଥିଲେ। ଦୀର୍ଘ ସମୟ ଧରି ଅଟକ ଥିବା ବାରହା ଅତ୍ୟନ୍ତ ହିଂସ୍ର ହୋଇ ରାତିରେ ସମସ୍ତ ଆସବାବପତ୍ରକୁ ନଷ୍ଟ କରିଦେଇଛି। ଏଠାରେ ପ୍ରଶ୍ନ ଉଠୁଛି, ବନବିଭାଗ ବିଫଳତା ଉପରେ, ଅଟକ ବାରହା ସଂପୃକ୍ତ ଘର ମାଲିକଙ୍କ ଲକ୍ଷାଧିକ ଟଙ୍କାର କ୍ଷତି କରିବା ସହ, ସଂପୃକ୍ତ ଗ୍ରାମର ୪ ଜଣଙ୍କୁ ଆକ୍ରମଣ କରି ଗୁରୁତର ଭାବେ ଆହତ କରିଛି। ଏହାର ଉତ୍ତର ଦାୟିତ୍ବ କିଏ ନେବ? ଆଜି ସଂପୃକ୍ତ ରେଞ୍ଜରଙ୍କୁ ପଚାରିବାରୁ ସେ କହିଛନ୍ତି, କାଲି ଧରି ହେଲା ନାହିଁ, ଆଜି ଆଉ ଏକ ଟିମ୍ ଧରିବାକୁ ଯାଉଛି।

Snake Bite: ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

Read Entire Article
LEFT SIDEBAR AD

Hidden in mobile, Best for skyscrapers.