Westbengal: ପଶ୍ଚିମବଙ୍ଗରେ ଶ୍ୟାମ ଷ୍ଟିଲ୍‌ ପ୍ରକଳ୍ପର ଶିଳାନ୍ୟାସ

2 weeks ago 8
ARTICLE AD BOX

‌କୋଲକାତା: ପଶ୍ଚିମବଙ୍ଗରେ ଶ୍ୟାମ ଷ୍ଟିଲ୍‌ ୧୫ ହଜାର କୋଟି ଟଙ୍କା ନିବେଶ କରିବ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ କମ୍ପାନିର ନୂଆ ଇସ୍ପାତ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ଏହି ପ୍ରକଳ୍ପ ଦ୍ବାରା କମ୍ପାନିର ଇସ୍ପାତ ଉତ୍ପାଦନ କ୍ଷମତା ବାର୍ଷିକ ୩.୫ ଏମ୍‌ଟିପିଏକୁ ବୃଦ୍ଧି ପାଇବ ଓ ୨୦ହଜାର ନିଯୁକ୍ତି ସୁ‌‌ଯୋଗ ସୃଷ୍ଟି ହେବ। କମ୍ପାନିର ନିର୍ଦ୍ଦେଶକ ଲଲିତ ବେରିୱାଲ କହିଛନ୍ତି ଯେ ଏହା କେବଳ ଏକ ନିବେଶଠାରୁ ଯଥେ‌ଷ୍ଟ କିିଛି ଅଧିକ। ଆମେ ସମୃଦ୍ଧି, ନିଯୁକ୍ତି ସୃ‌ଷ୍ଟି, ନବସୃଜନ ଓ ସ୍ଥାୟୀ ବିକାଶର ଏକ ଦୀର୍ଘସ୍ଥାୟୀ ମୁଳଦୁଆ ଗଠନ କରିବାକୁ ପ୍ରତିବଦ୍ଧ ରହିଛୁ।

ଆହୁରି ପଢନ୍ତୁ: Tata: ଟେଷ୍ଟିଙ୍ଗ ସମୟରେ ନଜର ଆସିଲା ଟାଟା ଅଭିନ୍ୟା

ଶିଳ୍ପାୟନ‌ରେ ଗୁରୁତର ପ୍ରଭାବିତ ହୋଇଥିବା ପଶ୍ଚିମବଙ୍ଗରେ ଏକ ପ୍ରଗତିର ଏକ ନୂଆ ଅଧ୍ୟାୟ ଆରମ୍ଭ ହୋଇଛି। ସେ କହିଛନ୍ତି, ଇସ୍ପାତ ଉତ୍ପାଦନ କ୍ଷମତାରେ ବୃଦ୍ଧି ହେବା ପରେ କମ୍ପାନି ଏହାର ୫୦୦୦ରୁ ଅଧିକ ଡିଲର ନେଟ୍‌ୱର୍କ ଜରିଆରେ ଦେଶ ଚାହିଦାକୁ ଭଲ ଭାବେ ପୂରଣ କରିବ। ଶ୍ୟାମ ଷ୍ଟିଲ୍‌ ଦେଶର ଅଗ୍ରଣୀ ସଂସ୍ଥା ଯଥା ଏନ୍‌ଏଚ୍‌ଏଆଇ, ବିମାନବନ୍ଦର କର୍ତ୍ତୃପକ୍ଷ, ଓଏନ୍‌ଜିସି, ଭାରତୀୟ ରେଳ, ପ୍ରତିରକ୍ଷା, ଭେଲ, ଆଇଓସିଏଲ୍ ଆଦିକୁ ଇସ୍ପାତ ଯୋଗାଉଥିବା ସେ କହିଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.