West Bengal: ପଶ୍ଚିମବଙ୍ଗରେ ପୁରୁଣା ଚର୍ଚ୍ଚିତ ମାମଲା ପୁନଃ ଖୋଲୁଛନ୍ତି ବିଜେପି ସରକାର

1 week ago 7
ARTICLE AD BOX

କୋଲକାତା: ପଶ୍ଚିମବଙ୍ଗରେ ବିଜେପି ସରକାର କ୍ଷମତାକୁ ଆସିବା ପରେ ପୂର୍ବ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ସରକାର ସମୟର କିଛି ବହୁଚର୍ଚ୍ଚିତ ମାମଲାର ପୁନଃ ତଦନ୍ତ ଆରମ୍ଭ କରିଛନ୍ତି। ୨୦୨୧ ବିଧାନସଭା ନିର୍ବାଚନ ପରବର୍ତ୍ତୀ ହିଂସା, ଆର୍‌ଜି କର ମେଡିକାଲ କଲେଜର ଡାକ୍ତରୀ ଛାତ୍ରୀ ଦୁଷ୍କର୍ମ ଓ ହତ୍ୟା ମାମଲା ସମେତ ଅନେକ ପୁରୁଣା ମାମଲାର ଫାଇଲ ପୁଣି ଖୋଲାଯାଇଛି। ସରକାରଙ୍କ କହିବା ଅନୁସାରେ, ପୂର୍ବ ତଦନ୍ତରେ ତ୍ରୁଟି ଓ ଅବହେଳା ସମ୍ପର୍କରେ ମିଳିଥିବା ଅଭିଯୋଗକୁ ଆଧାର କରି ଏହି ପଦକ୍ଷେପ ନିଆଯାଇଛି।

ରାଜ୍ୟ ପୁଲିସ ମହାନିର୍ଦ୍ଦେଶାଳୟ ପକ୍ଷରୁ ସମସ୍ତ ଜିଲ୍ଲା ପୁଲିସ ସୁପର ଓ ପୁଲିସ କମିସନରଙ୍କୁ ୨୦୨୧ ନିର୍ବାଚନ ପରବର୍ତ୍ତୀ ହିଂସା ମାମଲାଗୁଡ଼ିକର ପୁନଃ ସମୀକ୍ଷା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପୂର୍ବରୁ ଦାଖଲ ହୋଇଥିବା ଚୂଡ଼ାନ୍ତ ତଦନ୍ତ ରିପୋର୍ଟଗୁଡ଼ିକୁ ପୁଣି ଯାଞ୍ଚ କରିବା ସହ ଯେଉଁଠାରେ ତଦନ୍ତରେ ତ୍ରୁଟି ଥିବା ଜଣାପଡ଼ିବ, ସେଠାରେ ମାମଲା ପୁନଃ ଖୋଲି ଆବଶ୍ୟକ ଆଇନଗତ ପଦକ୍ଷେପ ନେବାକୁ କୁହାଯାଇଛି। ଏହାଛଡ଼ା, ଯେଉଁ ଘଟଣାରେ ଏଫ୍‌ଆଇଆର୍‌ ହୋଇନଥିଲା, ସେଗୁଡ଼ିକର ମଧ୍ୟ ସମୀକ୍ଷା କରାଯାଉଛି।

West Begal Election: ଫାଲ୍‌ଟାରେ ପୁନଃ ମତଦାନ: ବିଜେପିକୁ ଚ୍ୟାଲେଞ୍ଜ କଲା ତୃଣମୂଳ କଂଗ୍ରେସ

ସେହିପରି, ୨୦୨୪ରେ ଆର୍‌ଜି କର ମେଡିକାଲ କଲେଜରେ କନିଷ୍ଠ ଡାକ୍ତରଙ୍କ ଦୁଷ୍କର୍ମ ଓ ହତ୍ୟା ଘଟଣାର ଫାଇଲ ମଧ୍ୟ ପୁଣି ଖୋଲାଯାଇଛି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଓ ସିବିଆଇ ପକ୍ଷରୁ ମାମଲାର ବିଭିନ୍ନ ଦିଗର ପୁନଃ ସମୀକ୍ଷା କରାଯାଇଛି। ପୀଡ଼ିତାଙ୍କ ପରିବାର ପୂର୍ବ ତଦନ୍ତରେ ପ୍ରମାଣ ନଷ୍ଟ କରାଯାଇଥିବା ଏବଂ ତଦନ୍ତରେ ଅନିୟମିତତା ଥିବା ଅଭିଯୋଗ କରିଥିବାରୁ ସରକାର ନୂଆକରି ଯାଞ୍ଚ ଆରମ୍ଭ କରିଛନ୍ତି। ବିଜେପି ସରକାର କହିଛନ୍ତି, ଆଇନର ଶାସନ ସୁନିଶ୍ଚିତ କରିବା ଏବଂ ପୀଡ଼ିତମାନଙ୍କୁ ନ୍ୟାୟ ଦେବା ଲକ୍ଷ୍ୟରେ ଏହି ପଦକ୍ଷେପ ନିଆଯାଇଛି। ଅନ୍ୟପକ୍ଷରେ, ଟିଏମ୍‌ସି ଏହାକୁ ରାଜନୈତିକ ପ୍ରତିଶୋଧମୂଳକ କାର୍ଯ୍ୟ ବୋଲି ଅଭିଯୋଗ କରିଛି। ରାଜ୍ୟରେ ଏହି ପଦକ୍ଷେପକୁ ନେଇ ରାଜନୈତିକ ବିବାଦ ଜାରି ରହିଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.