West Asia: ଅଯୋଧ୍ୟା ପରେ ବଦ୍ରିନାଥରେ ଦାନ ଚୋରି!

4 weeks ago 16
ARTICLE AD BOX

ଡେରାଡୁନ୍‌: ଅଯୋଧ୍ୟାରାମ ମନ୍ଦିର ଦାନ ଚୋରି ମାମଲାକୁ ନେଇ ବିବାଦ ଜୋର୍‌ ଧରିଥିବାବେଳେ ଦେଶର ଆଉ ଏକ ପ୍ରମୁଖ ମନ୍ଦିରରେ ଦାନ ଚୋରି ନେଇ ଅଭିଯୋଗ ଆସିଛି। ବଦ୍ରିନାଥ ମନ୍ଦିରରେ ଦାନ ଚୋରି ହୋଇଥିବା ଅଭିଯୋଗ ଆସିବା ପରେ ମନ୍ଦିର ପରିଚାଳନା ଦାୟିତ୍ବରେ ଥିବା ବଦ୍ରି କେଦାର ମନ୍ଦିର କମିଟି (ବିକେଟିସି) ଚୋରି ଅଭିଯୋଗର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ବଦ୍ରିନାଥ, କେଦାରନାଥ ଓ ଗଡ଼ୱାଲରେ ଏହାର ଅଧିକାର କ୍ଷେତ୍ର ଅନ୍ତର୍ଗତ ୪୭ଟି ମନ୍ଦିରରେ ଦାନ ଓ ଯାଞ୍ଚନା ପରିଚାଳନାରେ କଠୋର ତଦାରଖ ଓ ସ୍ୱଚ୍ଛତା ସୁନିଶ୍ଚିତ କରିବାକୁ ବିକେଟିସି ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛି। ଭୈରବ ସେନା ସଙ୍ଗଠନ ନାମକ ଏକ ଏନ୍‌ଜିଓ ଶୁକ୍ରବାର ବିକେଟିସି ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସୋହନ ସିଂହ ରଙ୍ଗାର୍‌ଙ୍କୁ ଏକ ଚିଠି ଲେଖି ଅଭିଯୋଗ କରିଛି ଯେ, ବିକେଟିସି ଅଧ୍ୟକ୍ଷ ହେମନ୍ତ ଦ୍ୱିବେଦୀଙ୍କ ବ୍ୟକ୍ତିଗତ ସଚିବ ଭାବରେ ବର୍ଣ୍ଣିତ ଜଣେ କର୍ମଚାରୀ ବଦ୍ରିନାଥ ମନ୍ଦିରରେ ଦାନ ଚୋରିରେ ସମ୍ପୃକ୍ତ ଅଛନ୍ତି।

ସିୟା ଗୋୟଲଙ୍କ ବ୍ୟକ୍ତିଗତ ଚାଟ୍ ଲିକ୍: ବନ୍ଧୁଙ୍କୁ ସ୍ନାପଚ୍ୟାଟ୍‌ରେ ମାଗିଥିଲେ ଆଧାର କାର୍ଡ

 ସଂଗଠନର ପ୍ରତିଷ୍ଠାତା ସଦସ୍ୟ ସନ୍ଦୀପ ଖତ୍ରି ଦାବି କରିଛନ୍ତି ଯେ, ଅଭିଯୋଗ ହୋଇଥିବା ଅନିୟମିତତା ବିଷୟରେ ପୂର୍ବରୁ ଅଧ୍ୟକ୍ଷଙ୍କ ଦୃଷ୍ଟିକୁ ଅଣାଯାଇଥିଲା ଓ ଅଭିଯୋଗ ଯାଞ୍ଚ କରିବା ପାଇଁ ସେ ସିସିଟିଭି ଫୁଟେଜ୍ ଯାଞ୍ଚ କରିବାକୁ କମିଟିକୁ ଅନୁରୋଧ କରିଛନ୍ତି। ଅଭିଯୋଗ ଆଧାରରେ ବିକେଟିସି ଅଧ୍ୟକ୍ଷ ଦ୍ବିବେଦୀ ଏହି ଚୋରି ମାମଲାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଦ୍ବିବେଦୀ ସ୍ପଷ୍ଟ କରିଛନ୍ତି ଯେ, ସାମାଜିକ ଗଣମାଧ୍ୟମରେ ଯେଉଁ କର୍ମଚାରୀ ଚୋରି କରୁଥିବା ଦର୍ଶାଯାଇଛି ସେ ପ୍ରକୃତରେ ତାଙ୍କ ବ୍ୟକ୍ତିଗତ ସଚିବ ନୁହନ୍ତି। ସମ୍ପୃକ୍ତ କର୍ମଚାରୀ ବଦ୍ରିନାଥ-କେଦାରନାଥ ମନ୍ଦିର କମିଟିର ଜଣେ ନିୟମିତ କର୍ମଚାରୀ ଓ ପୂର୍ବରୁ ସେ କମିଟିର ତିନି ଜଣ ଅଧ୍ୟକ୍ଷଙ୍କ ବ୍ୟକ୍ତିଗତ ସହାୟକ ଭାବରେ କାର୍ଯ୍ୟ କରିଛନ୍ତି। ଯଦି ପ୍ରକୃତରେ ଚୋରି କଥା ସତ ବୋଲି ଜଣାପଡ଼େ, ତେବେ ସମ୍ପୃକ୍ତ କର୍ମଚାରୀଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଅନ୍ୟପକ୍ଷରେ ସିଇଓ ରଙ୍ଗାର କହିଛନ୍ତି ଯେ, ଅଭିଯୋଗ ଆସିବା ପରେ ଶୁକ୍ରବାର ବଦ୍ରିନାଥ ମନ୍ଦିର ପରିସରର ସିସିଟିଭି ଫୁଟେଜ ଯାଞ୍ଚ କରାଯାଇଥିଲା। ଉପଲବ୍ଧ ଫୁଟେଜ ସ୍ପଷ୍ଟ ନଥିଲା। ତଥାପି ମାମଲାର ଗମ୍ଭୀରତା ଓ ସମ୍ବେଦନଶୀଳତାକୁ ଦୃଷ୍ଟିରେ ରଖି, ଏ ସମ୍ପର୍କରେ ଅଧ୍ୟକ୍ଷଙ୍କୁ ଅବଗତ କରାଯାଇଛି ଓ ସମ୍ପୃକ୍ତ କର୍ମଚାରୀଙ୍କଠାରୁ ସ୍ପଷ୍ଟୀକରଣ ଲୋଡାଯାଉଛି। ସେ ଆହୁରି କହିଛନ୍ତି, ଚଳିତ ଚାରିଧାମ ଯାତ୍ରା ସମୟରେ ବଦ୍ରିନାଥ ଓ କେଦାରନାଥ ମନ୍ଦିରଗୁଡ଼ିକୁ ପ୍ରାୟ ୭୦ କୋଟି ଟଙ୍କା ଦାନ ମିଳିଛି। ବିକେଟିସି ଏହାର ଅତିଥି ଭବନରୁ ମଧ୍ୟ ରାଜସ୍ବ ଆୟ କରିଥାଏ। ବାର୍ଷିକ ହାରାହାରି ଦାନ ଅର୍ଥ ୫୦ କୋଟିରୁ ୮୦ କୋଟି ମଧ୍ୟରେ ରହିଥାଏ। ବ୍ୟାଙ୍କ କର୍ମଚାରୀଙ୍କ ଉପସ୍ଥିତିରେ ୪ରୁ ୫ ଜଣିଆ ବିକେଟିସି କର୍ମଚାରୀ ଦଳ ଦାନ ଟଙ୍କା ଗଣନା କରିଥାନ୍ତି। କୌଣସି ଶ୍ରଦ୍ଧାଳୁ ଏହି ଗଣନାରେ ଅଂଶଗ୍ରହଣ କରିବାକୁ ଚାହିଁଲେ ତାଙ୍କ ପରିଚୟ ଯାଞ୍ଚ ପରେ ଏଥିରେ ସାମିଲ କରାଯିବାକୁ ଅନୁମତି ଦିଆଯାଇଥାଏ।

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.