ARTICLE AD BOX
ମେଷ- ରବିବାର ଭ୍ରମଣ ସୁଖଦ ରହିବ। ସୋମ ଓ ମଙ୍ଗଳବାର ସାମାଜିକ କ୍ଷେତ୍ରରେ ସକ୍ରିୟତା ବଢ଼ିବ। ବୁଧ ଗୁରୁ ଓ ଶୁକ୍ରବାର ବନ୍ଧୁ ଧୋକା ଦେଇପାରନ୍ତି। ଶନିବାର ଧାର୍ମିକ କାର୍ଯ୍ୟରେ ସମୟ ବିତାଇବେ।
ବୃଷ- ରବିବାର ସନ୍ତାନ ପକ୍ଷରୁ ଲାଭ ପାଇବେ। ସୋମ ଓ ମଙ୍ଗଳବାର ରଚନାତ୍ମକ କାର୍ଯ୍ୟରେ ସୁନାମ ଅର୍ଜନ କରିବେ। ବୁଧ ଗୁରୁ ଓ ଶୁକ୍ରବାର ଆର୍ଥିକ ସ୍ଥିତି ଭଲ ରହିବ। ଶନିବାର ମାନସିକ ଅସ୍ଥିରତା ଲାଗି ରହିବ।
ମିଥୁନ- ରବିବାର ବନ୍ଧୁ ସହିତ ସାକ୍ଷାତ ହେବ। ସୋମ ଓ ମଙ୍ଗଳବାର କାର୍ଯ୍ୟକ୍ଷେତ୍ରରେ ଲାଭର ଅବସର ପାଇବେ। ବୁଧ ଗୁରୁ ଓ ଶୁକ୍ରବାର ସବୁ ସମସ୍ୟା ଦୂର ହେବ। ଶନିବାର ରାଜନୈତିକ କାର୍ଯ୍ୟରେ ସମୟ ଦେବେ।।
କର୍କଟ- ରବିବାର ଭାବିଥିବା କାମ ପୂରା ହେବ। ସୋମ ଓ ମଙ୍ଗଳବାର ସାମାଜିକ କାର୍ଯ୍ୟରେ ଅଂଶଗ୍ରହଣ କରିବେ। ବୁଧ ଗୁରୁ ଓ ଶୁକ୍ରବାର ମାନସିକ ଅଶାନ୍ତି ଦୂର ହେବ। ଶନିବାର ଆଶାଠୁ ଅଧିକ ସଫଳତା ପାଇବେ।
ସିଂହ- ରବିବାର ଆର୍ଥିକ ସ୍ଥିତି ସଚ୍ଛଳ ରହିବ। ସୋମ ଓ ମଙ୍ଗଳବାର କୋର୍ଟକଚେରି ମାମଲାରେ ସଫଳତା ପାଇବେ। ବୁଧ ଗୁରୁ ଓ ଶୁକ୍ରବାର ଅଫିସ୍ରେ ନୂଆ କାମ ମିଳିପାରେ। ଶନିବାର ପରିବାର ସହିତ ସମୟ ବିତାଇବେ।
କନ୍ୟା- ରବିବାର ନୂଆ କାର୍ଯ୍ୟରେ ସଫଳତା ପାଇବେ। ସୋମ ଓ ମଙ୍ଗଳବାର ସମାଜ ସେବାରେ ଆୟ ବୃଦ୍ଧି ହେବ। ବୁଧ ଗୁରୁ ଓ ଶୁକ୍ରବାର ବ୍ୟବସାୟରେ ଉନ୍ନତି ହେବ। ଶନିବାର ପରିବାରରେ ଦାୟିତ୍ବ ବଢ଼ିବ।
ଆହୁରି ପଢ଼ନ୍ତୁ- Expiry Food: ଏକ୍ସପାୟାରି ପରେ ଠିକ୍ ଦେଖାଯାଉଛି ବୋଲି ଖାଇବା ନିରାପଦ ନୁହେଁ
ତୁଳା- ରବିବାର ଭାବିଚିନ୍ତି ଖର୍ଚ୍ଚ କରନ୍ତୁ। ସୋମ ଓ ମଙ୍ଗଳବାର ବ୍ୟବସାୟରେ ଧନଲାଭ ହେବ। ବୁଧ ଗୁରୁ ଓ ଶୁକ୍ରବାର ବଡ଼ ଦାୟିତ୍ବ ନିର୍ବାହ କରିବେ। ଶନିବାର କାରବାରରେ ଭାଇର ସହଯୋଗ ପାଇବେ।
ବିଛା- ରବିବାର ସବୁପ୍ରକାର କଷ୍ଟ ଦୂର ହେବ। ସୋମ ଓ ମଙ୍ଗଳବାର ଖର୍ଚ୍ଚ କମ୍ କରିବାକୁ ଚେଷ୍ଟା କରନ୍ତୁ। ବୁଧ ଗୁରୁ ଓ ଶୁକ୍ରବାର ନିବେଶ କରନ୍ତୁ ଭବିଷ୍ୟତରେ ଲାଭଦାୟକ ହେବ। ଶନିବାର ଆୟରେ ବୃଦ୍ଧି ହେବ।
ଧନୁ- ରବିବାର ବିକାଶ କାର୍ଯ୍ୟର ଗତି ଦ୍ରୁତ ହେବ। ସୋମ ଓ ମଙ୍ଗଳବାର ଦାମ୍ପତ୍ୟ ଜୀବନ ପ୍ରୀତିକର ହେବ। ବୁଧ ଗୁରୁ ଓ ଶୁକ୍ରବାର ଅପବ୍ୟୟ ଉପରେ ନିୟନ୍ତ୍ରଣ ରଖନ୍ତୁ। ଶନିବାର ସ୍ବାସ୍ଥ୍ୟରେ ସୁଧାର ହେବ।
ମକର- ରବିବାର ଭାଗ୍ୟରେ ବୃଦ୍ଧି ହେବ। ସୋମ ଓ ମଙ୍ଗଳବାର ପଦୋନ୍ନତି ଯୋଗ ଅଛି। ବୁଧ ଗୁରୁ ଓ ଶୁକ୍ରବାର ରାଜନୀତିକ ଲୋକଙ୍କ ଲାଗି ସମୟ ଭଲ। ଶନିବାର ଅର୍ଥାଭାବ ଅନୁଭବ କରିବେ।
କୁମ୍ଭ- ରବିବାର ନିଜର କର୍ତ୍ତ୍ୟବ ପ୍ରତି ସତର୍କ ରହନ୍ତୁ। ସୋମ ଓ ମଙ୍ଗଳବାର ପୁଣ୍ୟ କାର୍ଯ୍ୟ କରିବେ। ବୁଧ ଗୁରୁ ଓ ଶୁକ୍ରବାର ଚାକିରି ବ୍ୟବସାୟରେ ପ୍ରଗତି ହେବ। ଶନିବାର ଆପଣଙ୍କ କଥାରେ ଲୋକେ ପ୍ରଭାବିତ ହେବେ।
ମୀନ- ରବିବାର ଜନସଂପର୍କ କାର୍ଯ୍ୟରେ ଲାଭ ହେବ। ସୋମ ଓ ମଙ୍ଗଳବାର କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ବୁଧ ଗୁରୁ ଓ ଶୁକ୍ରବାର ବୈବାହିକ ଜୀବନ ଖୁସିଭରା ରହିବ। ଶନିବାର ପଦୋନ୍ନତି ପ୍ରାପ୍ତ ହେବ।

5 days ago
6


