ARTICLE AD BOX
ଭୁବନେଶ୍ବର: ଲଘୁଚାପର ପ୍ରଭାବରେ ସାରା ରାଜ୍ୟରେ ବର୍ଷା ବିତ୍ପାତ ଦେଖିବାକୁ ମିଳୁଛି। ଏଥିମଧ୍ୟରୁ ରାଜଧାନୀ ଭୁବନେଶ୍ୱରରେ ଗତ ୨୪ ଘଣ୍ଟା ମଧ୍ୟରେ ୧୧୨.୩ ମିଲିମିଟର ବର୍ଷା ରେକର୍ଡ ହୋଇଛି। ଚଳିତ ମୌସୁମୀରେ ଏହା ରାଜଧାନୀର ସବୁଠାରୁ ଅଧିକ ବର୍ଷା ମଧ୍ୟରୁ ଗୋଟିଏ । ଲଗାଣ ବର୍ଷା ଯୋଗୁଁ ସହରର ବିଭିନ୍ନ ତଳିଆ ଅଞ୍ଚଳରେ ପାଣି ଜମି ରହିଥିବା ବେଳେ ଯାନବାହନ ଚଳାଚଳରେ ଅସୁବିଧା ଦେଖାଦେଇଛି । କେବଳ ଭୁବନେଶ୍ୱର ନୁହେଁ, ଉପକୂଳ ଓଡ଼ିଶାର ଅନ୍ୟାନ୍ୟ ଜିଲ୍ଲାରେ ମଧ୍ୟ ଭଲ ବର୍ଷା ହୋଇଛି । ଚାନ୍ଦବାଲିରେ ୬୪.୬ ମିଲିମିଟର ଏବଂ ପୁରୀରେ ୫୫.୭ ମିଲିମିଟର ବର୍ଷା ରେକର୍ଡ କରାଯାଇଛି ।
ସାବଧାନ ରହିବାକୁ ପରାମର୍ଶ
ପାଣିପାଗ ବିଭାଗ କହିଛି, ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ କ୍ଷେତ୍ର ଯୋଗୁଁ ଆଗାମୀ କିଛି ଦିନ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରବଳରୁ ଅତିପ୍ରବଳ ବର୍ଷା ଜାରି ରହିପାରେ । ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସତର୍କତା ଅବଲମ୍ବନ କରିବା ସହ ନଦୀକୂଳ ଏବଂ ଜଳବନ୍ଦୀ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ ସାବଧାନ ରହିବାକୁ ପରାମର୍ଶ ଦିଆଯାଇଛି । ଅତ୍ୟାବଶ୍ୟକ କାର୍ଯ୍ୟ ନଥିଲେ ଘରୁ ବାହାରକୁ ନଯିବାକୁ ମଧ୍ୟ ଅନୁରୋଧ କରାଯାଇଛି ।
Healthcare Crisis: ମିଳିଲାନି ଶବବାହକ ଗାଡ଼ି, ପତ୍ନୀଙ୍କ ମୃତଦେହକୁ ବାଇକ୍ରେ ଘରକୁ ଆଣିଲେ ଅସହାୟ ସ୍ୱାମୀ

4 weeks ago
12


