WCDC: ଏନ୍‌ଆର୍‌ସି, ମା’ଗୃହରେ ମହିଳା ଓ ଶିଶୁ ବିକାଶ ଆୟୁକ୍ତଙ୍କ ଭ୍ରାମ୍ୟମାଣ ସମୀକ୍ଷା

41 minutes ago 2
ARTICLE AD BOX

କାଳିଆପାଣି (ରବି ନାରାୟଣ କର): ମହିଳା ଓ ଶିଶୁ ବିକାଶ ଆୟୁକ୍ତ ତଥା ବିଭାଗୀୟ ଶାସନ ସଚିବ ଓ ଯାଜପୁରଜିଲ୍ଲା ନୋଡାଲ ଅଧିକାରୀ ଡ. ମୃଣାଳିନୀ ଦର୍ଶୱାଲ ଆଜି ଖଣି ଅଞ୍ଚଳ ଗସ୍ତରେ ଆସି ତିକ୍ତ ଅନୁଭୂତି ସାଉଁଟିଛନ୍ତି। ସାଧାରଣ ଲୋକଙ୍କୁ ସେବା ପ୍ରଦାନ ଦିଗ‌ରେ ବହୁ ଅବ୍ୟବସ୍ଥା ଓ ପ୍ରଶାସନିକ ଅବହେଳା ଧରିଛନ୍ତି। ଗରିବ ଆଦିବାସୀ ମହିଳା ଓ ଶିଶୁ ବହୁମୁଖୀ ଜନକଲ୍ୟାଣକାରୀ ବ୍ୟବସ୍ଥାରୁ ବାଦ୍‌ ପଡ଼ିଥିବା ଜାଣି ସେ ସାଧାରଣରେ ଅସନ୍ତୋଷ ଝାଡ଼ିଥିଲେ। ଦାୟିତ୍ବରେ ଅବହେଳା କରିଥିବା ଅଙ୍ଗନବାଡ଼ି କର୍ମୀ ଓ ସୁପରଭାଇଜରଙ୍କ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ସଚିବ ଶ୍ରୀମତୀ ଦର୍ଶୱାଲ ଜିଲ୍ଲାପାଳ ଅମ୍ବର କୁମାର କରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। 

ଆଇସିଡିଏସ୍‌ ଅଧ୍ୟକ୍ଷ ଉପଜିଲ୍ଲାପାଳଙ୍କୁ ତାଗିଦ୍‌ କରିଛନ୍ତି। କୋଟିପତିଙ୍କ ଜିଲ୍ଲାରେ ଇଏ କି ଦୃଶ୍ୟ କହି ତାତ୍ସଲ୍ୟ କରିଥିଲେ। ‘ଆମ ମୁଖ୍ୟମନ୍ତ୍ରୀ ଜଣେ ଆଦିବାସୀ, ଗରିବ ଆଦିବାସୀମାନେ ଯଦି ବ୍ୟବସ୍ଥାରୁ ବାଦ୍‌ ପଡ଼ିବା ପ୍ରସଙ୍ଗରେ ସେ ଅବଗତ ହେବେ ତୁମମାନଙ୍କ ଚାକିରି ସବୁ ରହିବ ତ.?’ କହି ଜିଲ୍ଲା ପ୍ରଶାସନକୁ ହରଡ଼ଘଣାରେ ପକାଇଥିଲେ।

କାଳିଆପାଣି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର(ପିଏଚ୍‌ସି), ମା’ଗୃହ, ପୁଷ୍ଟି ସାଧନ କେନ୍ଦ୍ର(ଏନ୍‌ଆର୍‌ସି), ଚିଙ୍ଗୁଡ଼ିପାଳ ଆଶ୍ରମ ସ୍କୁଲ, କାଳିଆପାଣି ନିର୍ମଳ ବୁନ୍ଦା ଓ ୱାଟର ଏଟିଏମ୍‌ ବ୍ୟବସ୍ଥା ପରିଦର୍ଶନ କରି ବିଭିନ୍ନ ସେବା ଓ ବ୍ୟବସ୍ଥାର ଅନୁଧ୍ୟାନ ସମୟରେ ଗର୍ଭବତୀ, କୁପୋଷକ ଶିଶୁ, ଅନ୍ତେବାସୀ ଓ ଗ୍ରାମବାସୀଙ୍କ ଠାରୁ ବିଭିନ୍ନ ସମସ୍ୟା ପଚାରି ବୁଝିଥିଲେ। ଟିକରପଡ଼ା ଗାଁର ୫ଟି ସନ୍ତାନର ମାଆ ଗୁରୁବାରୀ ଜୁଆଙ୍ଗ ଓ ୨ଟି ଛୁଆର ମାଆ ସୁକାନ୍ତି ଜୁଆଙ୍ଗ, ସାରୁଆବିଲ ଗାଁର ଲକ୍ଷ୍ମୀ ମାଝୀ ପ୍ରମୁଖ ସୁଭଦ୍ରା ଓ ମମତା ଯୋଜନାରୁ ବଞ୍ଚିତ ଥିବା ଜଣାପଡ଼ିଥିଲା। କଲରଙ୍ଗି ପୁରିଆଝର ଗାଁର ଗୁରୁବାରୀ କୁଲ୍‌ଡି ୨୦ ବର୍ଷ ବୟସରେ ୨ ଶିଶୁର ମାଆ ହେବାରେ ଚିନ୍ତା ପ୍ରକଟ କରିଥିଲେ। 

Education: ଖଣି ଅଞ୍ଚଳରେ ଓଏମ୍‌ସିର ଶିକ୍ଷା ପଦକ୍ଷେପ

ଗର୍ଭବତୀ ଓ ପ୍ରସୂତି ମହିଳାଙ୍କୁ ଅଣ୍ଡା ଛତୁଆ ମିଳୁନଥିବା ଅଭିଯୋଗ ହୋଇଥିଲା। ପୋକରା ଛତୁଆ ଦିଆଯାଉଥିବା କୁହାଯାଇଥିଲା। ସିଭିଅର ଆକ୍ୟୁଟ୍‌ ମାଲନ୍ୟୁଟ୍ରିସନ(ସାମ୍‌) କିମ୍ବା ସିଭିଅର ଅଣ୍ଡର ୱେଟ୍(ଏସ୍‌ୟୁଡବ୍ଲ୍ୟୁ) ଶିଶୁସଂଖ୍ୟା ଶୂନ ରଖିବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ଅଙ୍ଗନବାଡ଼ି କେନ୍ଦ୍ରର ଖାଦ୍ୟ ଗୁଣବତ୍ତା, ଶିଶୁଙ୍କ ପୋଷଣ ଓ ଶିକ୍ଷା, ମାତୃ ଓ ଶିଶୁ ମୃତ୍ୟୁହାର ହ୍ରାସ, ସ୍ୱାସ୍ଥ୍ୟସେବାର ସୁଦୃଢ଼ୀକରଣ, ପାନୀୟ ଜଳ ଯୋଗାଣ ଉପରେ ଗୁରୁତ୍ବାରୋପ କରିଥିଲେ। ଲୋକଙ୍କୁ ରୋଜଗାର ମିଳୁନଥିବା ପରିପ୍ରେକ୍ଷୀରେ ସେ ଭିବିଜିରାମ୍‌ଜି ଯୋଜନାର ସଫଳ ରୂପାୟନ ପରାମର୍ଶ ଦେଇଥିଲେ।

IMG_20261106_190512.jpg

କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ସପନ କୁମାର ନନ୍ଦ, ଉପଜିଲ୍ଲାପାଳ ତାପସ ରଞ୍ଜନ ଦେହୁରୀ, ବିଡିଓ ପ୍ରଜ୍ଞା ପରିମିତା ପୃଷ୍ଟି, ସ୍ବାସ୍ଥ୍ୟକେନ୍ଦ୍ର ଅଧୀକ୍ଷକ ଡାକ୍ତର ଜୟଦେବ ନନ୍ଦ, ସହକାରୀ ଜିଲ୍ଲାପାଳ ତାପସ କୁମାର ସାହୁ, ଯୋଜନା ଉପନିର୍ଦ୍ଦେଶକ ମନୋଜ କୁମାର ନାୟକ, ଡିପିଏମ୍‌ ବିଶ୍ବରଞ୍ଜନ ରଥ, ଜିଲ୍ଲା ମଙ୍ଗଳ ଅଧିକାରୀ ଶରତ ଚନ୍ଦ୍ର ବେହେରା, ବିଜେଡିଏ ଅଧିକାରୀ ଦୀପ୍ତିରଞ୍ଜନ ବିଶ୍ବାଳ, ସମାଜ ମଙ୍ଗଳ ଅଧିକାରୀ ଲିଲି ଗାଗରାଇ, ସରୋଜିନୀ ଦାସ, ୟୁନିସେଫ୍ ପ୍ରତିନିଧି ବୃନ୍ଦା ଭଟ୍ଟାଚାର୍ଯ୍ୟ, ସିଇଜିଆଇଏସ୍‌ ପ୍ରତିନିଧି ବିକ୍ରାନ୍ତ ପାତ୍ର, ଡିଏମ୍‌ଏଫ୍‌ ଟିମ୍ ଲିଡର ସତ୍ୟ ସ୍ବରୂପ ପଣ୍ଡା, ପିଏଚ୍‌ଇଓ ରଶ୍ମିପ୍ରଭା ଖଟୁଆ, ଲୋକ ସଂପର୍କ ଅଧିକାରୀ ଅବିନାଶ ସାଗର, ଓଡ଼ିଶା ମାଇନିଂ ୱାର୍କର୍ସ ୟୁନିଅନ୍ ସାଧାରଣ ସମ୍ପାଦକ ଅମଳେନ୍ଦୁ ବେହୁରା ପ୍ରମୁଖ ଉପସ୍ଥିତ ଥିଲେ।  

Read Entire Article
LEFT SIDEBAR AD

Hidden in mobile, Best for skyscrapers.