Water Tank: ପ୍ଲାଷ୍ଟୋ ଆଣିଲା ସ୍ବୟଂ ସଫା ହୋଇପାରୁଥିବା ପାଣିଟାଙ୍କି

3 weeks ago 12
ARTICLE AD BOX

ଆର୍‌. ସି. ପ୍ଲାଷ୍ଟୋ୍‌ ଟ୍ୟାଙ୍କସ୍‌ ଆଣ୍ଡ୍‌ ପାଇପ୍ସ ପ୍ରାଇଭେଟ୍‌ ଲିମିଟେଡ୍‌ ସ୍ବୟଂ ସଫା ହୋଇ ପାରୁଥିବା ଅତ୍ୟାଧୁନିକ ପାଣିଟାଙ୍କି ଉନ୍ମୋଚନ କରିଛି। ଏହି ନୂଆ ପାଣିଟାଙ୍କି କେବଳ ପାଣିକୁ ସ୍ବଚ୍ଛ ରଖିବାରେ ସହାୟକ ହେବ ନାହିଁ ବରଂ ସଫା କରିବା ଅସୁବିଧାକୁ ବହୁମାତ୍ରାରେ...

 ପ୍ଲାଷ୍ଟୋ ଆଣିଲା ସ୍ବୟଂ ସଫା ହୋଇପାରୁଥିବା ପାଣିଟାଙ୍କି

ନାଗପୁର: ଆର୍‌. ସି. ପ୍ଲାଷ୍ଟୋ୍‌ ଟ୍ୟାଙ୍କସ୍‌ ଆଣ୍ଡ୍‌ ପାଇପ୍ସ ପ୍ରାଇଭେଟ୍‌ ଲିମିଟେଡ୍‌ ସ୍ବୟଂ ସଫା ହୋଇ ପାରୁଥିବା ଅତ୍ୟାଧୁନିକ ପାଣିଟାଙ୍କି ଉନ୍ମୋଚନ କରିଛି। ଏହି ନୂଆ ପାଣିଟାଙ୍କି କେବଳ ପାଣିକୁ ସ୍ବଚ୍ଛ ରଖିବାରେ ସହାୟକ ହେବ ନାହିଁ ବରଂ ସଫା କରିବା ଅସୁବିଧାକୁ ବହୁମାତ୍ରାରେ ଦୂର କରିବ। ଘର ଉପରେ ରଖାଯାଇଥିବା ପାଣି ଟାଙ୍କି ସଫା କରିବା ଅନେକ ପରିବାର ପାଇଁ ଚିନ୍ତାଜନକ ହୋଇଥାଏ। ନିୟମିତ ସଫା ଓ ରକ୍ଷଣାବେକ୍ଷଣ କରା ନଯିବା କାରଣରୁ ପାଣି ଟାଙ୍କିରେ ଧୂଳିଠାରୁ ଆରମ୍ଭ କରି ଅନ୍ୟାନ୍ୟ ସାମଗ୍ରୀ ଜମା ହୋଇଯାଏ। ଏଥିପାଇଁ ପାଣିର ମାନ ହ୍ରାସ ପାଇବା ସହିତ ସ୍ବାସ୍ଥ୍ୟଜନିତ ସମସ୍ୟା ଦେଖାଦେଇଥାଏ। 

ଏସବୁ ସମସ୍ୟାକୁ ଦୃଷ୍ଟିରେ ରଖି କମ୍ପାନି ପକ୍ଷରୁ ଅତ୍ୟାଧୁନିକ ସ୍ବୟଂ ସଫା ହୋଇ ପାରୁଥିବା ପାଣିଟାଙ୍କିର ବିକାଶ କରାଯାଇଛି। ନୂଆ ସ୍ବୟଂ ସଫା ପ୍ରଯୁକ୍ତିରେ ପାଣି ଜୋରରେ ପ୍ରବାହ ହେବା କାରଣରୁ ଟାଙ୍କିର ନିମ୍ନରେ ଜମାହେଉଥିବା ଅଳିଆ ବାହାରି ଯାଇଥାଏ। ଉକ୍ତ ଟାଙ୍କିରେ ୟୁଭି ଷ୍ଟାବିଲାଇଜଡ୍‌ ପ୍ରୋଟେକ୍ସନ ସୁବିଧା ରହିଛି, ଯାହାଦ୍ବାରା ହାନିକାରକ ଅତିବାଇଗଣି ରଶ୍ମିରୁ ଟାଙ୍କିକୁ ସୁରକ୍ଷା ଦେଇଥାଏ। ଟାଙ୍କି ଉପରେ କମ୍ପାନି ୧୦ ବର୍ଷର ୱାରେଣ୍ଟି ପ୍ରଦାନ କରୁଛି।

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.