ARTICLE AD BOX
କର୍ଲାମୁଣ୍ଡା (ଭଜଶ୍ୟାମ ସାହୁ): ଲଗାଣ ବର୍ଷା ଯୋଗୁଁ କର୍ଲାମୁଣ୍ଡା ବ୍ଲକ୍ ସାପଲହରା ପଞ୍ଚାୟତ ବାଞ୍ଜିପଦର ପ୍ରାଥମିକ ବିଦ୍ୟାଳୟରେ ଦୁଇ ଫୁଟ ବର୍ଷା ପାଣି ଜମି ରହିଛି। ଏନେଇ ଖବର ପାଇବା ପରେ ପ୍ରଶାସନ ପକ୍ଷରୁ ଜନ ନିଷ୍କାସନ ନିମନ୍ତେ ଉଦ୍ୟମ କରାଯାଇଛି।
Rain: ପ୍ରଥମ ଲଘୁଚାପ ବର୍ଷାରେ ବେହାଲ ଗ୍ରାମ୍ୟ ରାସ୍ତା, ଅନେକ ସ୍ଥାନରେ ଜମି ରହିଛି ବର୍ଷାଜଳ
ସୂଚନାନୁସାରେ, ଆଜି (ସୋମବାର) କର୍ଲାମୁଣ୍ଡା ତହସିଲଦାର ଅରୁଣ କୁମାର ବର୍ଗେ, ଅତିରିକ୍ତ ବ୍ଲକ୍ ଶିକ୍ଷାଅଧିକାରୀ ଗୋପମଣି ସାହୁ, ନୋଡାଲ୍ ସିଆର୍ସିସି ପ୍ରସନ୍ନ କୁମାର ସାହୁ, ରେଗଡ଼ା ସିଆର୍ସିସି ପ୍ରଭଞ୍ଜନ ବନଛୋର ତଥା କର୍ଲାମୁଣ୍ଡା ଅଗ୍ନିଶମ ବିଭାଗ ବିଦ୍ୟାଳୟ ଠାରେ ପହଞ୍ଚି ଥିଲେ।
/filters:format(webp)/sambad/media/media_files/2026/07/06/water-logged-school1-2026-07-06-16-54-06.jpeg)
ପମ୍ପ ସହାୟତାରେ ପାଣି ନିଷ୍କାସନ କରିବା ନିମନ୍ତେ ଉଦ୍ୟମ କରିଥିଲେ। ତେବେ ପାଣି ନିକଟସ୍ଥ ଜମିକୁ ଛାଡ଼ିବାକୁ ଜମିମାଲିକମାନେ ଅମଙ୍ଗ ହୋଇଥିଲେ। ଅଧିକାରୀମାନେ ଅନେକ ବୁଝାସୁଝା କରିଥିଲେ ମଧ୍ୟ କୌଣସି ସମାଧାନ ହୋଇପାରିନଥିଲା। ଫଳରେ ଅଗ୍ନିଶମ ଗାଡି ଫେରି ଆସିଥିବା ଜଣାପଡିଛି ।
Pratap Sasan Panchayat: ପ୍ରତାପଶାସନ ପଞ୍ଚାୟତରେ ଜବରଦଖଲ: ନିଷ୍କାସିତ ହୋଇପାରୁନି ବର୍ଷାଜଳ
ତହସିଲଦାର କହିଛନ୍ତି, ଆଲୋଚନା କରିଥିଲେ ହେଁ କୌଣସି ସୁଫଳ ମିଳିନାହିଁ। ଯଥା ଶୀଘ୍ର ସରକାରୀ ଜାଗା ଚିହ୍ନଟ କରି ଡ୍ରେନ ନିର୍ମାଣ ଦିଗରେ ପଦକ୍ଷେପ ନିଆଯିବ। ଦାୟିତ୍ୱରେ ଥିବା ସିଆର୍ସିସି ପ୍ରଭାରଞ୍ଜନ ବନଛୋର କହିଛନ୍ତି, ବିଦ୍ୟାଳୟର ଉଚ୍ଚ ସ୍ଥାନରେ ନିର୍ମାଣ ହେଉଥିବା ଏକ ଶ୍ରେଣୀ ଗୃହରେ ସୋମବାର ପ୍ରଥମ ରୁ ପଞ୍ଚମ ଶ୍ରେଣୀରେ ୫୭ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଉପସ୍ଥିତ ଥିବା ୩୦ ଜଣ ଛାତ୍ରଛାତ୍ରୀ ଏକାଠି ବସି ପାଠ ପଢ଼ିଥିଳେ। ମଧ୍ୟାହ୍ନ ଭୋଜନ ପରେ ପିଲା ଙ୍କୁ ଛାଡି ଦିଆଯାଇଛି । ତେବେ ଜଳ ନିଷ୍କାସନ ନହେଲେ ୫୯ ପିଲା ଙ୍କୁ ଗୋଟିଏ ଗୃହ ରେ ବସେଇବା ମୁସ୍କିଲ ହୋଇଯିବ ବୋଲି କହିଛନ୍ତି ।

4 weeks ago
12


